fbpx

ଟି-୨୦ ଦଳରୁ ବାଦ ପଡ଼ିବେ ରୋହିତ-ବିରାଟ: ଦଳରେ ହେବ ୭ଟି ପରିବର୍ତ୍ତନ, ସୁଯୋଗ ପାଇବେ IPL ଷ୍ଟାର

Advertisement

ନୂଆଦିଲ୍ଲୀ: ବର୍ତ୍ତମାନ ଟି-୨୦ ବିଶ୍ୱକପରେ ଦମଦାର ପ୍ରଦର୍ଶନ ଜାରି ରଖିଛି । ଲିଗ୍ ପର୍ଯ୍ୟାୟରେ ସମସ୍ତ ମ୍ୟାଚରେ ବିଜୟ ହାସଲ କରି ସୁପର-୮ରେ ଏଣ୍ଟ୍ରି କରିଛି ଟିମ ଇଣ୍ଡିଆ । କିନ୍ତୁ ଏହାଭିତରେ ଏକ ବଡ଼ ଖବର ସାମନାକୁ ଆସିଛି । ଆଗାମୀ ସିରିଜରେ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ସହ ବିରାଟ କୋହଲି, ଜଶପ୍ରୀତ ବୁମରାହଙ୍କ ଭଳି ୭ ଜଣ ସିନିୟର ଖେଳାଳିଙ୍କୁ ବାଦ୍ ଦେଇପାରେ ଟିମ ଇଣ୍ଡିଆ । ତେବେ ଏମାନଙ୍କ ସ୍ଥାନରେ ଆଇପିଏଲର ୭ ଜଣ ଷ୍ଟାର ପ୍ଲେୟରଙ୍କୁ ସୁଯୋଗ ଦେବ ବିସିସିଆଇ ।

ଆସନ୍ତା ମାସ ୬-୧୪ ତାରିଖ ମଧ୍ୟରେ ଜିମ୍ବାୱେ ବିପକ୍ଷରେ ୫ଟି ଟି-୨୦ ମ୍ୟାଚ ବିଶିଷ୍ଟ ସିରିଜ ଖେଳିବ ଟିମ ଇଣ୍ଡିଆ । ଏହି ସିରିଜ ପାଇଁ ଆସନ୍ତା ସପ୍ତାହରେ ଦଳ ଘୋଷଣା କରାଯିବ ବୋଲି ଜାରିବାକୁ ମିଳିଛି । ତେବେ ଏହି ଦଳରୁ ରୋହିତ ଶର୍ମା, ବିରାଟ କୋହଲିଙ୍କ ସମେତ ବରିଷ୍ଠ ଖେଳାଳି ବାଦ୍ ପଡ଼ିପାରନ୍ତି । ଆଇପିଏଲରେ ଭଲ ପ୍ରଦର୍ଶନ କରିଥିବା ଖେଳାଳିମାନଙ୍କୁ ଏଥିରେ ସୁଯୋଗ ଦିଆ ଯାଇପାରେ । ବର୍ତ୍ତମାନ ଅନେକ ଖେଳାଳି ରାଷ୍ଟ୍ରୀୟ କ୍ରିକେଟ ଏକାଡେମୀ (NCA)ରେ ରହିଛନ୍ତି । କିନ୍ତୁ ଶ୍ରେୟସ ଆୟରଙ୍କ ସମେତ କିଛି ଖେଳାଳି ଏନସିଏରେ ନଖିବା ନେଇ ବିସିସିଆଇ ତରଫରୁ ସୂଚନା ମିଳିଛି । ତେବେ ଆଇପିଏଲରେ ବିସ୍ଫୋରକ ବ୍ୟାଟିଂ କରିଥିବା ଅଭିଷେକ ଶର୍ମା, ରିୟାନ୍ ପରାଗ, ମୟଙ୍କ ଯାଦବ, ହର୍ଷିତ ରାଣା, ନୀତିଶ ରେଡ୍ଡୀ, ବିଜୟ କୁମାର ବିଶାଖ, ୟଶ ଦୟାଲ ପ୍ରମୁଖ ଏନସିଏରେ ରହିଛନ୍ତି ।

ଏହାବ୍ୟତୀତ ଜିମ୍ବାୱେ ବିପକ୍ଷ ସିରିଜ ପାଇଁ ଶୁଭମନ ଗିଲ୍, ରିଙ୍କୁ ସିଂହ, ଆଭେଶ ଖାନ୍ ଏବଂ ଖଲୀଲ ଅହମଦ ଭଳି ଆଇପିଏଲ ଷ୍ଟାର ମଧ୍ୟ ରହିବେ । ତେବେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ବିଶ୍ରାମ ନ ମିଳିଲେ ଉଭୟଙ୍କୁ ଅଧିନାୟକ ଏବଂ ଉପ-ଅଧିନାୟକ ପଦ ଦେଇପାରେ ଟିମ ଇଣ୍ଡିଆ । ତେବେ ଶ୍ରେୟସ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ ପାଇଁ ଗସ୍ତ କରିପାରନ୍ତି । ସେପଟେ ରୋହିତ ଶର୍ମା, ବିରାଟ କୋହଲି ଏବଂ ଜଶପ୍ରୀତ ବୁମରାହଙ୍କ ଭଳି ସିନିୟର ଖେଳାଳି ବର୍ତ୍ତମାନ ଦିନିକିଆ ଏବଂ ଟେଷ୍ଟ ଫର୍ମାଟରେ ଅଧିକ ଫୋକସ୍ କରିବେ । ୨୦୨୪ ସେପ୍ଟେମ୍ବରରୁ ୨୦୨୫ ଜାନୁୟାରୀ ମଧ୍ୟରେ ବିଶ୍ୱ ଟେଷ୍ଟ ଚମ୍ପିଆନସିପ ଖେଳାଯିବାର ସୂଚୀ ରହିଛି ।

Get real time updates directly on you device, subscribe now.