Test Cricketରୁ ବାଦ୍ ପଡ଼ିବେ ରୋହିତ-ବିରାଟ! ଗମ୍ଭୀର ନେବେ ବଡ଼ ନିଷ୍ପତ୍ତି, ଗଢା ହେବ ନୂଆ Team India

ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ ବିପକ୍ଷ ସିରିଜ ଟିମ ଇଣ୍ଡିଆ ପାଇଁ ଏକ କଳଙ୍କ ବୋଲି କୁହାଯାଇଛି । ଘରୋଇ ଟେଷ୍ଟରେ ପ୍ରଥମ ଥର ପାଇଁ ହ୍ୱାଇଟୱାଶ ହୋଇଛି ଭାରତ । ଏହି ଟେଷ୍ଟ ସିରିଜକୁ ୦-୩ରେ ପରାସ୍ତ ହୋଇଛି ଲଜ୍ଜାଜନକ ରେକର୍ଡର ଅଧିକାରୀ ହୋଇଛି ରୋହିତ ସେନା । ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଛି । ତେଣୁ ଆଗାମୀ ଦିନରେ ଭାରତୀୟ କ୍ରିକେଟ ବୋର୍ଡ ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛି ବୋଲି ଜଣାଯାଇଛି । ଆଗାମୀ ସିରିଜ ପରେ କିଛି ଷ୍ଟାର ଖେଳାଳିଙ୍କ ଭବିଷ୍ୟତକୁ ନେଇ କଡ଼ା ପଦକ୍ଷେପ ଗ୍ରହଣ କରିପାରେ ବୋର୍ଡ ।

ନ୍ୟୁଜିଲାଣ୍ଡ ସିରିଜ ପରାଜୟକୁ ସହଗରେ ଗ୍ରହଣ କରିପାରି ନାହିଁ ବିସିସିଆଇ । ତେଣୁ ଖୁବଶୀଘ୍ର କିଛି ବରିଷ୍ଠ ଖେଳାଳିଙ୍କ ଭବିଷ୍ୟତକୁ ନେଇ କଡ଼ା ପଦକ୍ଷେପ ଗ୍ରହଣ କରାଯାଇପାରେ । ଆସନ୍ତା ଅଷ୍ଟ୍ରେଲିଆ ସିରିଜ ପରେ ଏବଂ ବିଶ୍ବ ଟେଷ୍ଟ ଚମ୍ପିଆନସିପର ପରବର୍ତ୍ତୀ ସଂସ୍କରଣ ପୂର୍ବରୁ ବୋର୍ଡ କିଛି ବଡ଼ ନିଷ୍ପତ୍ତି ନେବ ବୋଲି ସୂଚନା ମିଳିଛି । ତେଣୁ ଆସନ୍ତା ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ କିଛି ଖେଳାଳିଙ୍କ ପାଇଁ ଶେଷ ସିରିଜ ହୋଇପାରେ । ଏହି ତାଲିକାରେ ବିରାଟ କୋହଲି ଏବଂ ଅଧିନାୟକ ରୋହିତ ଶର୍ମାଙ୍କ ନାମ ମଧ୍ୟ ସାମିଲ ରହିଛି । ରୋହିତ-ବିରାଟଙ୍କ ବ୍ୟତୀତ ରବିନ୍ଦ୍ର ଜାଡେଜା ଏବଂ ରବିଚନ୍ଦ୍ରନ ଅଶ୍ୱୀନ ମଧ୍ୟ ଏହି ବରିଷ୍ଠ ଖେଳାଳିଙ୍କ ତାଲିକାରେ ରହିଛନ୍ତି । ଏହି ସିରିଜ ଏମାନଙ୍କ ମଧ୍ୟରୁ ଅତି କମରେ ୨ ଜଣ ଖେଳାଳିଙ୍କ ପାଇଁ ଶେଷ ଟେଷ୍ଟ ସିରିଜ ହୋଇପାରେ ବୋଲି ଚର୍ଚ୍ଚା ଜୋର ଧରିଛି ।

ତେବେ ଟେଷ୍ଟରେ ଭାରତର ଭବିଷ୍ୟତକୁ ନେଇ ରୋହିତ କହିଛନ୍ତି ଯେ, “ମୁଁ ବର୍ତ୍ତମାନ ଅଧିକ ଦୂର ପର୍ଯ୍ୟନ୍ତ ଭାବୁ ନାହିଁ । ବର୍ତ୍ତମାନ ଦଳରଫୋକସ୍ ଆସନ୍ତା ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ ଉପରେ ରହିଛି ବୋଲି ସେ କହିଛନ୍ତି । ଅଷ୍ଟ୍ରେଲିଆ ସିରିଜ ପର କଥା ବର୍ତ୍ତମାନ ମୁଁ ଚିନ୍ତା କରୁନାହିଁ, ଏହାପରେ କ’ଣ ହେବ ତାହା ଭାବିବା ଅପେକ୍ଷା ଏି ସିରିଜ ଉପରେ ଗୁରୁତ୍ୱ ଦେବା ଅଧିକ ଜରୁରୀ” ବୋଲି କହିଛନ୍ତି ରୋହିତ । ତେବେ ଖୁବଶୀଘ୍ର ରୋହିତ ଟେଷ୍ଟ କ୍ରିକେଟରୁ ନେତୃତ୍ୱ ପଦରୁ ମଧ୍ୟ ଇସ୍ତଫା ଦେଇପାରନ୍ତି ବୋଲି ଏହି ବୟାନରୁ ଆଶଙ୍କା କରାଯାଉଛି ।

ତେବେ ବୟସକୁ ଦୃଷ୍ଟିରେ ରଖି ଭାରତୀୟ ଟେଷ୍ଟ କ୍ରିକେଟ ପାଇଁ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର, କୋଚ୍ ଗମ୍ଭୀର ଏବଂ ଅଧିନାୟକ ରୋହିତ ଶର୍ମାଙ୍କ ମଧ୍ୟରେ ଆଲୋଚନା ହୋଇପାରେ । ଦଳ ରୋହିତଙ୍କ ଉତ୍ତରାଧିକାରୀ ଭାବରେ ନୂଆ ଅଧିନାୟକ ମଧ୍ୟ ଖୋଜିପାରେ । ନଭେମ୍ବର ୧୦ ରେ ଦଳ ଅଷ୍ଟ୍ରେଲିଆ ଯିବା ପରଠାରୁ ଖେଳାଳିମାନଙ୍କ ପ୍ରଦର୍ଶନ ଉପରେ ବୋର୍ଡ ନଜର ରଖିବ । ଅଷ୍ଟ୍ରେଲିଆ ସିରିଜ୍ ପାଇଁ ଭାରତୀୟ ଦଳ ଘୋଷଣା ହୋଇସାରିଛି । ତେଣୁ ଏହି ସିରିଜ ପରେ ଦଳରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିପାରେ ବୋଲି ଆଶଙ୍କା କରାଯାଉଛି । ଏ ନେଇ ଭାରତୀୟ କ୍ରିକେଟ ବୋର୍ଡ ତରଫରୁ ସୂଚନା ମଧ୍ୟ ମିଳିଛି ।