fbpx

ଦେଶର ବିକାଶରେ ମହିଳାମାନଙ୍କର ଭୂମିକା

ନୂଆଦିଲ୍ଲୀ: ଦେଶରେ ମହିଳା ସମାଜକୁ ଆଗେଇ ନେବା ପାଇଁ ସେମାନଙ୍କୁ ପ୍ରାଥମିକତା ଦେବା ଏବଂ ସମାଜରେ ସେମାନଙ୍କର ସୁରକ୍ଷା ପାଇଁ ସମସ୍ତେ କାର୍ଯ୍ୟ କରିବା ଉଚିତ୍। ମହିଳାମାନେ ସମାଜର ଏକ ଗୁରୁତ୍ୱପୁର୍ଣ୍ଣ ଅଂଶ ଏବଂ ସେମାନ ସମଗ୍ର ସଂସାରର ମା’ ମଧ୍ୟ। ଆଜିର ଦିନରେ ଦେଶର ଅନେକ ଗୁରୁତ୍ୱପୁର୍ଣ୍ଣ ପଦବୀରେ ମହିଳାମାନେ ଗୁରୁଦାୟୀତ୍ୱ ନିଭାଉଛନ୍ତି। ଏପରିକି ଆଜି ଭାରତୀୟ ସେନାର ଜଳ, ସ୍ଥଳ ଏବଂ ବାୟୁସେନାରେ ମହିଳାମାନେ ବଡ଼ ବଡ଼ ପଦବୀରେ କାର୍ଯ୍ୟ କରୁଛନ୍ତି। ଅନେକ ରାଜ୍ୟର ମୁଖ୍ୟମମନ୍ତ୍ରୀ ମଧ୍ୟ ମହିଳାମାନେ ଅଛନ୍ତି ଏବଂ ପ୍ରଶାସନିକ ସ୍ତରରେ ମଧ୍ୟ ମହିଳାମାନେ ଦକ୍ଷତରା ସହିତ କାର୍ଯ୍ୟ କରୁଛନ୍ତି।

ଏହାପରେ ମଧ୍ୟ ଆଜି ଦେଶର ଅନେକ ସ୍ଥାନରେ ମହିଳା ମାନଙ୍କ ସହିତ ଭେଦ ଭାବ ହେଉଥିବା ଦେଖିବାକୁ ମିଳିଥାଏ। ତେବେ ଆଜି ମହିଳାମାନଙ୍କ ପ୍ରତି ଏତେ ଭେଦଭାବ କାହିଁକି ? ଯେଉଁମାନେ ମହିଳାଙ୍କୁ ଅତ୍ୟାଚାର କରୁଛନ୍ତି ସେମାନଙ୍କୁ କାହିଁକି ଫାଶୀ ଦିଆଯାଉ ନାହିଁ? ମହିଳାଙ୍କ ପ୍ରତି ଅପରାଧ କରୁଥିବା ଅପରାଧୀଙ୍କୁ କାହିଁକି ଜେଲ୍ ବାଡ଼ାର ପଛରେ ରଖାଯାଉ ନାହିଁ?

ଏହିପରି ପ୍ରଶ୍ନ ଆଜି ବି ଆମ ସାମ୍ନାରେ ଛିଡା ହୋଇଛି।

ଏହା ଆମ ସମସ୍ତଙ୍କର ଏକ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ଯେ ଆମେ ମହିଳାମାନଙ୍କୁ ହୃଦୟରୁ ସମ୍ମାନ ଦେବା ଉଚିତ୍। ଆଜି ମହିଳାମାନେ କାହାଠାରୁ କମ୍ ନୁହଁନ୍ତି। ଯେତେବେଳେ ବି ପରୀକ୍ଷାର ଫଳାଫଳ ପ୍ରକାଶ ପାଏ, ଝିଆମାନେ ପୁଆମାନଙ୍କୁ ପଛରେ ପକାଇ ଶୀର୍ଷ ପଦବୀ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଝିଅମାନେ ସେମାନଙ୍କ ପିତାମାତାଙ୍କର ଯତ୍ନ ନିଅନ୍ତି। ଝିଅମାନଙ୍କ ସ୍ୱାର୍ଥ ରକ୍ଷା ପାଇଁ ସରକାର ଠୋସ୍ ପଦକ୍ଷେପ ନେବା ଉଚିତ୍। ଯଦି କେହି ସେମାନଙ୍କ ବିରୁଦ୍ଧରେ ଅତ୍ୟାଚାର କରନ୍ତି, ସେମାନଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ ଯାହା ଦ୍ୱାରା ଅନ୍ୟମାନେ ମଧ୍ୟ ଏକ ଶିକ୍ଷା ଲାଭ କରିପାରିବେ।

ସେହିପରି ନ୍ୟାୟିକ ବ୍ୟବସ୍ଥାରେ ମଧ୍ୟ ସଂସ୍କାର ଆଣିବା ଉଚିତ୍। ଯେଉଁ ମହିଳାମାନେ ମହିଳାଙ୍କ ବିରୁଦ୍ଧରେ କୌଣସି ଅପରାଧ କରନ୍ତି ସେମାନେ ଶୀଘ୍ର ଫାଷ୍ଟ ଟ୍ରାକ୍ କୋର୍ଟରେ ମାମଲା ଦାୟର କରି ମୃତ୍ୟୁଦଣ୍ଡ ପାଇବେ। ଏହିପରି ଅପରାଧକୁ ରୋକିବା ପାଇଁ ସମାଜର ଲୋକଙ୍କୁ ମଧ୍ୟ ସଚେତନ କରାଯିବା ଉଚିତ୍। ପ୍ରତ୍ୟେକ ପରିବାର ନିଜ ପୁଅମାନଙ୍କୁ ନାରୀମାନଙ୍କୁ ସମ୍ମାନ ଦେବା ଉଚିତ୍ |

Get real time updates directly on you device, subscribe now.