fbpx

ତିନି ମାସ ପରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କହିବେ ରସ୍‌ ଟେଲର, ବାଂଲାଦେଶ ବିପକ୍ଷ ଖେଳିବେ ଶେଷ ଟେଷ୍ଟ ସିରିଜ

ୱେଲିଂଟନ: ଆଉ ଅଳ୍ପଦିନ ପରେ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା ଜଣାଇବେ ନ୍ୟୁଜିଲାଣ୍ଡର ମହାନ କ୍ରିକେଟର ରସ୍‌ ଟେଲର । ଗୁରୁବାର ଦିନ ଏହି ସୂଚନା ଦେଇଛନ୍ତି ଟେଲର । ଆସନ୍ତା ଶନିବାର ଠାରୁ ଅନୁଷ୍ଠିତ ହେବାକୁ ଯାଉଥିବା ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜ ହେବ ତାଙ୍କ ଜୀବନର ଅନ୍ତିମ ଟେଷ୍ଟ ସିରିଜ । ଏହା ପରେ ଫେବୃୟାରୀ-ମାର୍ଚ୍ଚ ମାସରେ ଅଷ୍ଟ୍ରେଲିଆ ଓ ନେଦରଲାଣ୍ଡ ବିପକ୍ଷ ଦିନିକିଆ ସିରିଜ ଖେଳିବା ପରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ଗ୍ରହଣ କରିବେ ବୋଲି ସୂଚନା ଦେଇଛନ୍ତି ୩୭ ବର୍ଷୀୟ ରସ ଟେଲର ।

ସୂଚନା ଯୋଗ୍ୟ ଯେ ୨୦୦୬ରେ ଅନ୍ତର୍ଜାତୀୟ କ୍ରିକେଟ ଜୀବନ ଆରମ୍ଭ କରିଥିବା ଟେଲର ନ୍ୟୁଜିଲାଣ୍ଡର ଏକମାତ୍ର ଖେଳାଳି ଭାବେ ସବୁ ଫର୍ମାଟରେ ସର୍ବାଧିକ ୪୪୫ ଅନ୍ତର୍ଜାତୀୟ ୍ୟାଚ ଖେଳି ୧୮,୦୭୪ ରନ ସଂଗ୍ରହ କରିଛନ୍ତି । ଅବସର ଗ୍ରହଣ ଯୋଜନା ସମ୍ପର୍କରେ ନିଜର ପ୍ରତିକ୍ରିୟାରେ ଟେଲର କହିଛନ୍ତି ଯେ ଗତ ୨୧ ବର୍ଷଧରି ନ୍ୟୁଜିଲାଣ୍ଡ କ୍ରିକେଟର ମହତ ସେବା କରିବା ସୁଯୋଗ ପାଇ ନିଜକୁ ଅତି ଧନ୍ୟମାନେ କରୁଛି । ଦେଶ ବିଦେଶର ଅସଂଖ୍ୟ ମହାନ ଖେଳାଳିଙ୍କ ସହିତ ଖେଳିବା ଓ ବନ୍ଧତ୍ୱ ସ୍ଥାପନ ସୁଯୋଗ ମିଳିଛି । କ୍ରିକେଟ ଫିଲ୍ଡରେ ମଧ୍ୟ ଅନେକ ଅବିସ୍ମରଣୀୟ ମୁରୂର୍ତ୍ତ ଅନୁଭବ କରିଛି । ମାତ୍ର ପ୍ରତ୍ୟେକ ଭଲ ଜିନିଷର ଏକଦା ପରି ସମାପ୍ତି ସମୟ ଆସିଥାଏ । ତେଣୁ ମୋ ପାଇଁ ସେହି ମୁହୂର୍ତ୍ତ ଅତି ନିକଟତର ହୋଇଛି । ତେଣୁ ଖୁସି ଅନୁଭବ କରିବା ସହିତ ସେହି ବିଦାୟୀ ସମୟକୁ ଅପେକ୍ଷା କରିଛି । ସଂପ୍ରତି ନ୍ୟୁଜିଲାଣ୍ଡ ଦଳର କୋଚ ଗ୍ୟାରି ଷ୍ଟିଡ୍‌ କହିଛନ୍ତି ଯେ ଟେଲର ଜଣେ ମହାନ ଖେଳାଳି । ଦଳ ପାଇଁ ତାଙ୍କର ଅବଦାନ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ । କାରଣ ସେ ସବୁବେଳେ ଦଳର ଜଣେ ପ୍ରମୁଖ ଖେଳାଳି ଭାବେ ବିବେଚିତ ହୋଇ ଆସୁଥିଲେ । ଗତ ଜୁନ ମାସରେ ଅନୁଷ୍ଠିତ ଭାରତ ବିପକ୍ଷ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନଶି ଫାଇନାଲ ମ୍ୟାଚରେ ବିଜୟ ସଟ୍‌ ମାରି ନ୍ୟୁଜିଲାଣ୍ଡ ପାଇଁ ଏହି ଐତିହାସିକ ସଫଳତା ଆଣି ପାରିଥିଲେ । ସେହିପରି ସବୁ କ୍ଷେତ୍ରରେ ଦଳ ପ୍ରତି ତାଙ୍କର ଉଲ୍ଲେଖନୀୟ ପ୍ରଦର୍ଶନ ସ୍ମରଣୀୟ ହୋଇ ରହିବ ।

Get real time updates directly on you device, subscribe now.