fbpx

୪ ଘଣ୍ଟାର ଜେରା ପରେ ବାହାରିଲେ ଅନନ୍ୟା ପାଣ୍ଡେ: ସୋମବାର ପୁଣି ସମନ୍

ମୁମ୍ବାଇ: ଆର୍ଯ୍ୟନ ଖାନଙ୍କ ସହ ଅନନ୍ୟା ପାଣ୍ଡେଙ୍କ ଚାଟ ସାମ୍ନାକୁ ଆସିବା ପରେ ଏନସିବି ଅନ୍ୟନ୍ୟା ପାଣ୍ଡେଙ୍କୁ ପଚରାଉଚରା କରିଛି । ପ୍ରଥମ ଦିନ ଅନନ୍ୟାଙ୍କୁ ପଚରାଉଚରା କରିବା ପରେ ଆଜି ଶୁକ୍ରବାର ଅନନ୍ୟାଙ୍କୁ ଦ୍ୱିତୀୟ ଥର ପାଇଁ ଏନସିବି ପଚରାଉଚରା କରିଛି । ତାଙ୍କ ପାଖରୁ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା ନେଇ କୁହାଯାଉଛି ।

ଅନନ୍ୟା ପାଣ୍ଡେଙ୍କୁ ଏନସିବି ୪ ଘଣ୍ଟା ଧରି ପଚରାଉଚରା କରିଛନ୍ତି । ଶୁକ୍ରବାର ପାଇଁ ଅନନ୍ୟାଙ୍କୁ ପଚରାଉଚରା ଶେଷ ହୋଇଛି । ଗତକାଲି ଗୁରୁବାର ଅନନ୍ୟାଙ୍କୁ ୨ ଘଣ୍ଟା ଧରି ଜେରା କରିଥିଲା । ଆସନ୍ତା ସୋମବାର ହାଜର ହେବାକୁ ପୁଣି ସମନ କରିଛି ଏନସିବି ।

Get real time updates directly on you device, subscribe now.