(Video) ‘ମୁଝେ ପକଡନା ମୁସକିଲ୍ ହି ନେହିଁ..’, RCB ରେ ସାମିଲ ହେବା ପରେ ଦେଖନ୍ତୁ ବିରାଟଙ୍କ ଜଲୱା

RCB ସେୟାର କଲା ବିରାଟ କୋହଲିଙ୍କ ଫଟୋ ଏବଂ ଭିଡ଼ିଓ

ନୂଆଦିଲ୍ଲୀ: ଆଇପିଏଲ୍ ର 18 ତମ ସିଜନ୍ ଆରମ୍ଭ ହେବାକୁ ଆଉ ମାତ୍ର 7 ଦିନ ବାକି ଅଛି। ତେବେ ବର୍ତ୍ତମାନ ଏହି ଟୁର୍ନାମେଣ୍ଟ ପାଇଁ ସମସ୍ତ ଟିମ୍ ନିଜର ପ୍ରସ୍ତୁତି ଚଳାଇଛି। ଚାମ୍ପିଅନ୍ସ ଟ୍ରଫି 2025 ରେ ଭାରତୀୟ ଦଳର ଅଧିକାଂଶ ଖେଳାଳି ନିଜ ନିଜ ଦଳର କ୍ୟାମ୍ପରେ ସାମିଲ ହୋଇଛନ୍ତି।

ଏହି ସମୟରେ, ଭାରତର ତାରକା ବ୍ୟାଟ୍ସମ୍ୟାନ୍ ତଥା ପୂର୍ବତନ ଅଧିନାୟକ ବିରାଟ କୋହଲି ଶନିବାର (ମାର୍ଚ୍ଚ 15) ରେ ଆରସିବିରେ ଯୋଗ ଦେଇଛନ୍ତି।

ଭାରତର ଚାମ୍ପିଅନ୍ସ ଟ୍ରଫି ଟାଇଟଲ କବଜା କରିବାରେ କୋହଲି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ସେ ବର୍ତ୍ତମାନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ ପାଇଁ ନିଜର 18 ତମ ସିଜନ୍ ଖେଳିବାକୁ ପ୍ରସ୍ତୁତ ହେଉଛନ୍ତି।

ବିରାଟ କହିଲେ ଏହି କଥା: ଆରସିବି ନିଜ ସୋସିଆଲ ମିଡିଆରେ ବିରାଟ କୋହଲିଙ୍କ ଅନେକ ପୋଷ୍ଟ ସେୟାର କରିଛି, ଯେଉଁଥିରେ ବିରାଟ ବିଭିନ୍ନ ପୋଜ୍ ଦେଉଥିବାର ନଜର ଆସିଛନ୍ତି।

ବର୍ତ୍ତମାନ ଏକ ଭିଡ଼ିଓ ସେୟାର କରାଯାଇଛି, ଏଥିରେ ବିରାଟ ଆରସିବି କ୍ୟାମ୍ପରେ ପହଞ୍ଚିଥିବାର ନଜର ଆସିଛନ୍ତି। ସେହି ଭିଡିଓରେ ବିରାଟ ପ୍ରଥମେ କହିଛନ୍ତି ଯେ, ‘ତାଙ୍କୁ ଧରିବା କେବଳ କଷ୍ଟସାଧ୍ୟ ନୁହେଁ ବରଂ ଅସମ୍ଭବ।

https://x.com/RCBTweets/status/1900847300785959229?t=OoBLkXwBnwGczusmtr7phg&s=19

ଭାଇରାଲ ହେଉଛି ଭିଡ଼ିଓ: ଏହା ପରେ ବ୍ୟାଟ୍ସମ୍ୟାନ୍ କହିଛନ୍ତି ଯେ,  ୧୮ ନମ୍ବର ଜର୍ସିର ଖେଳାଳିମାନେ 18 ତମ ସିଜିନ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ। ଆରସିବି ଫ୍ରାଞ୍ଚାଇଜ୍ ର ଏହି ଭିଡିଓ ସୋସିଆଲ୍ ମିଡିଆରେ ଖୁବ୍ ଶୀଘ୍ର ଭାଇରାଲ୍ ହେଉଛି।