fbpx

ରୟାଲ୍ସକୁ ହରାଇଲା ନାଇଟ ରାଇଡର୍ସ; ସଙ୍କଟରେ ମୁମ୍ବାଇର ପ୍ଲେ-ଅଫ ଆଶା

ନୂଆଦିଲ୍ଳୀ: ରାଜସ୍ଥାନ ରୟାଲ୍ସକୁ ଏକ ପାଖିଆ ଭାବରେ୮୭ ରନରେ ପରାସ୍ତ କରିବା ସହିତ ପ୍ଲେ ଅଫ୍ ଦାବିଦାରୀକୁ ଦୃଢ କରିଛି କୋଲକାତା ନାଇଟ ରାଇଡର୍ସ । ୧୭୨ ରନର ପିଛା କରୁଥିବା ରାଜସ୍ଥାନ ରୟାଲ୍ସ ମାତ୍ର ୮୫ ରନରେ ଅଲଆଉଟ ହେବା ସହିତ ପରାଜୟ ବରଣ କରିଥିଲା । ଏହି ପରାଜୟ ସହିତ ରାଜସ୍ଥାନ ପ୍ଲେ ଅଫରୁ ବାଦ ପଡିଥିବା ବେଳେ ପଞ୍ଜାବ କିଙ୍ଗସ ମଧ୍ୟ ସମାନ ପରିଣାମ ଭୋଗିଛି । ୧୭୨ ରନର ପିଛା କରୁଥିବା ରୟାଲ୍ସ ପକ୍ଷରୁ ୯ ଜଣ ବ୍ୟାଟ୍ସମ୍ୟାନ ଦୁଇ ଅଙ୍କ ଛୁଇଁ ପାରିନଥିଲେ । ରାହୁଲ ତେୱତିୟା ସର୍ବାଧିକ ୪୪ ରନ କରିଥିବା ବେଳେ ଶିବମ ଦୁବେ ୧୮ ରନ ସଂଗ୍ରହ କରିଥିଲେ । ଶିବମ ମାଭି ୪ଟି ଏବଂ ଲୋକି ଫର୍ଗୁସନ ୩ଟି ୱିକେଟ ନେଇ ରାଜସ୍ଥାନର ବ୍ୟାଟିଂ ମେରୁଦଣ୍ଡ ଭାଙ୍ଗି ଦେଇଥିଲେ ।
ଟସ୍ ଜିତି ରାଜସ୍ଥାନ ବୋଲିଂ ନିଷ୍ପତ୍ତି ନେଇଥିବା ବେଳେ ପ୍ରଥମ ୱିକେଟରେ ୭୯ ରନ ଯୋଡିଥିଲେ ଗିଲ୍ ଓ ଆୟର । ୧୦.୫ ଓଭରରେ ଉଭୟ ୭୯ ରନ ଯୋଡିଥିଲେ । ୩୫ ବଲରୁ ୩୮ ରନ କରି ଆୟର ଆଉଟ ହେବା ପରେ ନୀତିଶ ରାଣା(୧୨), ରାହୁଲ ତ୍ରିପାଠୀ(୨୧) ପ୍ରମୁଖ ଭଲ ଆରମ୍ଭ ପାଇଥିଲେ । ୪୪ ବଲ ଖେଳିଥିବା ଗିଲ୍ ୪ ଚୌକା ଓ ୨ ଛକା ମାରି ୧୬ ତମ ଓଭରରେ କ୍ରିସ ମୋରିସଙ୍କ ଶିକାର ହୋଇଥିଲେ । ଶେଷ ଆଡକୁ କାର୍ତ୍ତିକ(୧୪) ଓ ଇଓନ ମୋର୍ଗାନ(୧୩)ଙ୍କ ଯୋଗଦାନ ଫଳରେ ଦଳ ୧୭୦ ରନ ଅତିକ୍ରମ କରିଥିଲା । ରୟାଲ୍ସ ପକ୍ଷରୁ ମୋରିସ୍, ସାକାରିୟା, ଟେୱଟିୟା ଓ ଗ୍ଲେନ ଫିଲିପ୍ସ ପ୍ରତ୍ୟେକ ଗୋଟିଏ ଲେଖାଏଁ ୱିକେଟ ଅକ୍ତିଆର କରିଥିଲେ ।

Get real time updates directly on you device, subscribe now.