fbpx

RRB ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍ CBT-I ପରୀକ୍ଷା ତାରିଖ ଘୋଷଣା

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ରେଳ ମନ୍ତ୍ରଣାଳୟ ଅଧିନରେ ଥିବା ରେଲୱେ ନିଯୁକ୍ତି ବୋର୍ଡ (ଆରଆରବି) ତରଫରୁ ଆସିଷ୍ଟାଣ୍ଟ ଲୋକୋ ପାଇଲଟ (ଏଏଲପି) ପଦ ପାଇଁ କମ୍ପ୍ୟୁଟର ଆଧାରିତ ପରୀକ୍ଷା (ସିବିଟି)-୧ର ପରୀକ୍ଷା ତାରିଖ ଘୋଷଣା କରାଯାଇଛି । ଏନେଇ ଆରଆରବି ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରି ସୂଚନା ଦିଆଯାଇଛି । ମୋଟ ୧୮,୭୯୯ଟି ପଦ ପୂରଣ ହେବ । ଏନେଇ ପ୍ରାର୍ଥୀମାନେ ଗତ ଜାନୁଆରୀ ମାସ ୨୦ରୁ ଫେବୃଆରୀ ମାସ ୧୯ ତାରିଖ ମଧ୍ୟରେ ଅନଲାଇନରେ ଆବେଦନ କରିବା ସହ ପେମେଣ୍ଟ ଦାଖଲ କରିଥିଲେ ।

ତେବେ ଆରଆରବି ପକ୍ଷରୁ ଜାରି ହୋଇଥିବା ସଦ୍ୟ ବିଜ୍ଞପ୍ତି ମୁତାବକ, ଅଗଷ୍ଟ ମାସ ୨୮ରୁ ସେପ୍ଟେମ୍ବର ମାସ ୬ ତାରିଖ ପର୍ଯ୍ୟନ୍ତ ସିବିଟି-୧ ପରୀକ୍ଷା ଜାରି ରହିବ । ଏହାପରେ ସେପ୍ଟେମ୍ବରରେ ସିବିଟି-୨ (ଦ୍ୱିତୀୟ ପର୍ଯ୍ୟାୟ) ପରୀକ୍ଷା ଅନୁଷ୍ଠିତ ହେବ । ନଭେମ୍ବରରେ ଆପ୍ଟିଟ୍ୟୁଡ ଟେଷ୍ଟ (ସିବିଏଟି) ହେବ । ଆପ୍ଟିଟ୍ୟୁଡ ଟେଷ୍ଟ ପରେ ନଭେମ୍ବର/ ଡିସେମ୍ବରରେ ଡକ୍ୟୁମେଣ୍ଟ ଯାଞ୍ଚ ପାଇଁ ପ୍ରାର୍ଥୀଙ୍କୁ ଶର୍ଟଲିଷ୍ଟ କରାଯିବ । ଦେଶର ୨୧ଟି ଆରଆରବିରେ ଏହି ନିଯୁକ୍ତି ଦିଆଯିବ । ଆରଆରବି ଭୁବନେଶ୍ୱରରେ ୯୩୦ଟି ପଦ ଖାଲି ରହିଛି ।

Get real time updates directly on you device, subscribe now.