fbpx

ଆଫ୍ରିକାରେ ସୁଟିଂ ହେବ “ଆରଆରଆର-୨’ : ସୂଚନା ଦେଲେ ଫିଲ୍ମ ନିର୍ଦ୍ଦେଶକ

Advertisement

ନୂଆଦିଲ୍ଲୀ : ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଏନ.ଟି. ରାମା ରାଓ ଓ ଜେ ଆର. ରାମ ଚରଣ ଦୁହେଁ “ଆରଆରଆର’ ଫିଲ୍ମରେ ଜବରଦସ୍ତ ଅଭିନୟ କରିଥିଲେ । ଏହି ଫିଲ୍ମକୁ ଦର୍ଶକ ଅନେକ ପ୍ରଶଂସା କରିଥିଲେ । ଏହି ସୁପରହିଟ ଫିଲ୍ମଟି ଆକ୍ସନ ଓ ଡ୍ରାମାରେ ଭରପୂର ହୋଇଥିଲା । ଏନେଇ ଏସ ଏସ ରାଜାମୌଲିଙ୍କ ପିତା ବିଜୟେନ୍ଦ୍ର ପ୍ରସାଦ “ଆରଆରଆର-୨’ ଫିଲ୍ମକୁ ନେଇ ସୂଚନା ଦେଇଛନ୍ତି ।

ସୂଚନା ଅନୁଯାୟୀ, ଆରଆରଆର ଫିଲ୍ମ ସୁପର ଡୁପର ହିଟ ହୋଇଥିଲା । ଏହା ବ୍ୟତୀତ ଏହି ଫିଲ୍ମର ଗୀତ ଓସ୍କାର ଆୱାର୍ଡ ପାଇଥିଲା । ଏହି ବ୍ଲକବଷ୍ଟର ଫିଲ୍ମର ସଫଳତା ଦେଖିବା ପରେ ନିର୍ମାତା ଏହାର ସିକେଲ ଘୋଷଣା କରିଥିଲେ । ସିକେଲ ବିଷୟ ଶୁଣି ଦର୍ଶକ ଖୁସି ହୋଇଯାଇଥିଲେ । ଏହାପରେ ପ୍ରଶଂସକ ଉତ୍ସାହର ସହ ଏହି ଫିଲ୍ମକୁ ଅପେକ୍ଷା କରିଛନ୍ତି । କୁହାଯାଉଛି ଯେ, “ଆରଆରଆର-୨’ ଫିଲ୍ମର ସ୍କ୍ରିପଟ ଉପରେ ଜୋରସୋରରେ କାମ ଚାଲିଛି । ଫିଲ୍ମକୁ ଅଫ୍ରିକାରେ ସୁଟିଂ କରାଯିବ ।

ବର୍ତ୍ତମାନ ଏସ ଏସ ରାଜାମୌଲି ମହେଶ ବାବୁଙ୍କ ସହ ତାଙ୍କର ପରବର୍ତ୍ତୀ ପ୍ରୋଜେକ୍ଟ ପାଇଁ କାମ କରୁଛନ୍ତି । ସେହି ପ୍ରୋଜେକ୍ଟଟି ଶେଷ ହେବା ପରେ, ସେ ଏହି ଫିଲ୍ମରେ କାମ ଆରମ୍ଭ କରିବେ ବୋଲି କହିଛନ୍ତି ।

Get real time updates directly on you device, subscribe now.