fbpx

ଏଣିକି ବିମାନବନ୍ଦରରେ ଓହ୍ଲାଇଲେ RT-PCR ବାଧ୍ୟତାମୂଳକ

ଭୁବନେଶ୍ୱର,୧୭/୫: ଭୁବନେଶ୍ୱର ମ୍ୟୁନିସିପାଲ କର୍ପୋରେସନ (ବିଏମସି) ସୋମବାର ଏହାର କୋଭିଡ ଗାଇଡଲାଇନ ନିର୍ଦ୍ଦେଶାବଳୀରେ ଏକ ବଡ଼ ସଂଶୋଧନ କରିଛି । ନୂତନ ନିୟମ ଅନୁସାରେ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଯାତ୍ରୀ ଓହ୍ଲାଇଲେ ଆରଟିପିସିଆର୍ ଟେଷ୍ଟ କରାଯିବାକୁ ବାଧ୍ୟତାମୂଳକ କରାଯାଇଛି ।

ସୂଚନା ଅନୁସାରେ ବାହାରୁ ଆସୁଥିବା ଯାତ୍ରୀମାନଙ୍କ ଆରଟିପିସିଆର ଟେଷ୍ଟ ରିପୋର୍ଟ ବାଧ୍ୟତାମୂଳକ କରିଛି ବିଏମ୍ସି । ସମସ୍ତ ଯାତ୍ରୀଙ୍କ ସବିଶେଷ ଠିକଣା ମଧ୍ୟ ସଂଗ୍ରହ କରିବ । ଆବଶ୍ୟକ ପଡ଼ିଲେ ପରବର୍ତ୍ତୀ ସମୟରେ କୌଣସି ଯାତ୍ରୀଙ୍କୁ ଟ୍ରେସିଂ ମଧ୍ୟ କରାଯିବା ଭଳି ରେକର୍ଡ ସଂରକ୍ଷିତ ରଖାଯିବ ବୋଲି ସୂଚନା ମିଳିଛି । କରୋନା ସଂକ୍ରମଣ ବ୍ୟାପିବା ଓ ବଢ଼ୁଥିବା ଆକ୍ରାନ୍ତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ନିଆଯାଇଛି ।

ବିଏମସିର ଏହି ସଂଶୋଧିତ ଗାଇଡଲାଇନ ତୁରନ୍ତ ଲାଗୁ କରାଯିବ । ଏଥିପପାଇଁ ବିଏମସି ଏବଂ ସ୍ୱାସ୍ଥ୍ୟ ବିଭାଗ ଅଧିକାରୀଙ୍କ ଦୁଇଟି ଟିମ ବିମାନବନ୍ଦରରେ ନିୟୋଜିତ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ବିମାନ ବନ୍ଦରରୁ ବାହାରକୁ ଯାଉଥିବା ଯାତ୍ରୀଙ୍କ ପାଇଁ ବିଏମସି କୋଭିଡ-୧୯ ରିପୋର୍ଟ ନେଗେଟିଭ ବାଧ୍ୟତାମୂଳକ କରିଥିଲା ।

Get real time updates directly on you device, subscribe now.