fbpx

ଉପରାଷ୍ଟ୍ରପତିଙ୍କୁ ଅପମାନ ନେଇ ତେଜୁଛି ବିବାଦ, ଆଜି ସଂସଦରେ ଏନଡିଏ କରିବ ଏଭଳି ପ୍ରତିବାଦ

ନୂଆଦିଲ୍ଲୀ: ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କୁ କରାଯାଇଥିବା ଅପମାନକୁ ବିଜେପି ନେତୃତ୍ୱରେ ଗଠିତ ଏନଡିଏ ମେଣ୍ଟ ଗୁରୁତ୍ୱର ସହ ନେଇଛି । ଏହା ବିରୁଦ୍ଧରେ ମେଣ୍ଟ ଆଜି ସଂସଦରେ ବଡ ନିଷ୍ପତ୍ତି ନେଇଛି । ଟିଏମସି ନେତା କଲ୍ୟାଣ ବାନାର୍ଜୀଙ୍କ ବିରୋଧରେ ଆଜି ସଂସଦରେ ମେଣ୍ଟ ପକ୍ଷରୁ ଅଭିନବ ପ୍ରଦର୍ଶନ କରାଯିବ । ଜଗଦୀପ ଧନଖଡଙ୍କ ସମ୍ମାନରେ ଆଜି ବିଜେପିର ସମସ୍ତ ସଦସ୍ୟ ରାଜ୍ୟସଭାର କାର୍ଯ୍ୟବାହୀରେ ୧ ଘଣ୍ଟା ପର୍ଯ୍ୟନ୍ତ ଛିଡା ହୋଇ ଭାଗ ନେବେ । ବିଜେପି କହିଛି ସମ୍ବିଧାନର ପଦକୁ ଅପମାନ କରାଯାଇଛି । ପ୍ରଥମ ଥର ଜାଟ୍ ସମାଜର ଜଣେ କୃଷକ ପୁଅକୁ ଏହି ବଡ ସାମ୍ବିଧାନିକ ପଦ ମିଳିଥିଲା ।
ସଂସଦୀୟ କାର୍ଯ୍ୟ ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ ଏହାକୁ କୃଷକ ଓ ଜାଟ୍ ସମାଜର ଅପମାନ ବୋଲି କହିଛନ୍ତି । ବିରୋଧୀ ପ୍ରଥମେ ପ୍ରଧାନମନ୍ତ୍ରୀଙ୍କ ଅପମାନ କରିଛନ୍ତି । ଏବେ ଉପରାଷ୍ଟ୍ରପତିଙ୍କ ଅପମାନ କରିଛନ୍ତି । ଉପରାଷ୍ଟ୍ରପତିଙ୍କ ଅପମାନ ହିନ୍ଦୁସ୍ତାନ ସହ୍ୟ କରିବ ନାହିଁ । ବିରୋଧୀ ଏବେ ବହୁ ତଳକୁ ଖସିଯାଇଛି ବୋଲି ବିଜେପି କହିଛି ।
ଯୋଶୀ କହିଛନ୍ତି ମୁଁ ଏହି ଘଟଣାକୁ ଘୋର ନିନ୍ଦା କରୁଛି । ଏମାନେ ସମ୍ବିଧାନକ ପଦରେ ବସୁଥିବା ଲୋକଙ୍କ ଅପମାନ କରୁଛନ୍ତି । ପ୍ରଧାନମନ୍ତ୍ରୀଙ୍କୁ ବି ଅପମାନ କରିଛନ୍ତି । କାରଣ ଏମାନେ ସମସ୍ତେ ଗରିବ ବ୍ୟାକଗ୍ରାଉଣ୍ଡରୁ ଆସିଛନ୍ତି । ଉପରାଷ୍ଟ୍ରପତିଙ୍କ ଅପମାନକୁ ହିନ୍ଦୁସ୍ତାନ ସହ୍ୟ କରିବ ନାହିଁ । ତାଙ୍କ ସମ୍ମାନ ପାଇଁ ଆମେ ଆଜି ଛିଡା ହୋଇ ସଂସଦର କାର୍ଯ୍ୟରେ ଭାଗ ନେବୁ ।

Get real time updates directly on you device, subscribe now.