ଆମେରିକୀୟ ଡଲାର ତୁଳନାରେ ସର୍ବନିମ୍ନ ସ୍ତରରେ ଟଙ୍କା, ୩୧ ପଇସା ହ୍ରାସ ପାଇ ୮୦.୧୫ ରେ ପହଞ୍ଚିଲା

ମୁମ୍ବାଇଲ: ଆମେରିକୀୟ ଦଳର ତୁଳନାରେ ପୁଣି ଦୁର୍ବଳ ହୋଇଛି ଟଙ୍କା। ଏଥର କେବଳ ଦୁର୍ବଳ ହୋଇନି, ସର୍ବକାଳୀନ ରେକର୍ଡ ମଧ୍ୟ ଭାଙ୍ଗିଛି। ସୋମବାର ଦିନ ଆମେରିକୀୟ ଡଲାରରେ ତୁଳନାରେ ଭାରତୀୟ ଟଙ୍କା ୮୦ ମାର୍କକୁ ଅତିକ୍ରମ ଭାଙ୍ଗିଛି। ଆଜି ସେୟାର ମାର୍କେଟ ଖୋଲିଵା ପରେ ସକାଳ ୧୦.୪୩ ରେ, ଟଙ୍କା ୮୦.୦୨୦ ରେ ପହଞ୍ଚିଥିଲା, ଯାହା ଶୁକ୍ରବାର ଦିନ ଆମେରିକୀୟ ଡଲାର ତୁଳନାରେ ୭୯.୮୭ ରେ ବନ୍ଦ ହୋଇଥିଲା।

ମୁଦ୍ରାସ୍ଫୀତିକୁ ଦୂର କରିବା ପାଇଁ ସଂଗ୍ରାମ ନିକଟ ଭବିଷ୍ୟତରେ ଜାରି ରହିବ ବୋଲି ଆଶା କରାଯାଉ ଥିବା ବେଳେ ଭାରତୀୟ ମୁଦ୍ରା ନିରନ୍ତର ଭାବରେ ଦଳର ତୁଳନାରେ ହ୍ରାସ ପାଇବାରେ ଲାଗିଛି। ଜୁଲାଇ ମଧ୍ୟଭାଗରେ, ଜୁଲାଇ ମାସରେ ପ୍ରଥମ ଥର ପାଇଁ ଆମେରିକୀୟ ଡଲାର ତୁଳନାରେ ୮୦ ଟଙ୍କା ନିକଟତର ହୋଇଥିଲା।

ଏହି ସମୟରେ, ୬ଟି ପ୍ରମୁଖ ମୁଦ୍ରା ତୁଳନାରେ ଆମେରିକୀୟ ଡଲାରର ସ୍ଥିତିକୁ ପ୍ରତିଫଳିତ କରି ଡଲାର ସୂଚକାଙ୍କ ୦.୫୧ ପ୍ରତିଶତ ବୃଦ୍ଧି ହୋଇ ୧୦୯.୩୫ ରେ ପହଞ୍ଚିଛି। ମୁଦ୍ରାସ୍ଫୀତିର ମୁକାବିଲା ପାଇଁ ଫେଡେରାଲ ରିଜର୍ଭ କଠୋର ଆଭିମୁଖ୍ୟ ଗ୍ରହଣ କରିବା ପରେ ଡଲାର ମଜବୁତ ହୋଇଛି ବୋଲି ଫୋରେକ୍ସ ବ୍ୟବସାୟୀମାନେ କହିଛନ୍ତି। ଏହି ସମୟରେ,ବିଶ୍ୱରେ ଅଶୋଧିତ ତୈଳ ବ୍ୟାରେଲ ପିଛା ୧୦୧.୮୬ ଡଲାରରେ ୦.୮୬ ପ୍ରତିଶତ ଅଧିକ କାରବାର କରିଛି।