fbpx

Rupee vs Dollar: ଡଲାର ତୁଳନାରେ ରେକର୍ଡ ସର୍ବକାଳୀନ ନିମ୍ନ ସ୍ତରରେ ଟଙ୍କା

ମୁମ୍ବାଇ: ଡଲାର ତୁଳନାରେ ଟଙ୍କା ଆଜି ରେକର୍ଡ ନିମ୍ନ ସ୍ତରକୁ ଚାଲଯାଇଛି। ବଜାର ଖୋଲିବା ପରେ ୫୧ ପଇସା ଖସି ଆମେରିକା ଡଲାର ତୁଳନାରେ ସର୍ବକାଳିନ ନିମ୍ନ ସ୍ତରରେ ପହଞ୍ଚିଥିଲା। ଆଜି ବଜାର ଆରମ୍ଭରୁ ୮୦.୨୭ ଟଙ୍କା କାରବାର ଆରମ୍ଭ କରିବା ପରେ ରେକର୍ଡ ୮୦,୪୭କୁ ହ୍ରାସ ପାଇଥିଲା। ଏହା ପୁର୍ବରୁ ଟଙ୍କା ଡଲାର ତୁଳନାରେ ୮୦.୧୨ରେ ପହଞ୍ଚିଥିଲା। ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ‘ଫେଡ୍ ରିଜର୍ଭ’ ଲଗାତାର ତୃତୀୟ ଥର ପାଇଁ ସୁଧ ହାର ୭୫୪ ବେସିସ୍ ପଏଣ୍ଟ ବୃଦ୍ଧି କରିଛି। ଏହି କାରଣରୁ ଆମେରିକୀୟ ଡଲାର ୧୧୧.୭୨ରେ ପହଞ୍ଚିଛି। ଯାହା ଗତ ୨୦ ବର୍ଷରେ ଏହାର ଉଚ୍ଚତମ ସ୍ତରରେ ରହିଛି।

ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଗତକାଲି ୟୁକ୍ରେନ୍ ବିପକ୍ଷରେ ରିଜର୍ଭ ସୈନ୍ୟମାନଙ୍କୁ ସକ୍ରିୟ କରିବାକୁ କହିଛନ୍ତି। ଦ୍ୱିତୀୟ ବିଶ୍ୱ ଯୁଦ୍ଧ ପରେ ପ୍ରଥମ ଥର ପାଇଁ ଋଷ ଏହାର ରିଜର୍ଭ ସୈନ୍ୟଙ୍କୁ ସକ୍ରିୟ କରିଛି। ଏହାର ପ୍ରଭାବରେ ଡଲାର ତୁଳନାରେ ୟୁରୋ ୨୦ ବର୍ଷର ନିମ୍ନ ସ୍ତରକୁ ହ୍ରାସ ଖସିଯାଇଛି। ଏହା ବର୍ତ୍ତମାନ ଡଲାର ପ୍ରତି ୦.୯୮୦୭ ଦରରେ କାରବାର କରୁଛି। ଡଲାର ମଜବୁତ ହେତୁ ବିଶ୍ୱର ଅଧିକାଂଶ ଦେଶର ମୁଦ୍ରା ମୂଲ୍ୟ ହ୍ରାସ ପାଇଛି। ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ଡ, କାନାଡା, ସିଙ୍ଗାପୁର ଏବଂ ଚୀନ୍‌ର ମୁଦ୍ରା ଦୁଇ ବର୍ଷର ସର୍ବନିମ୍ନ ସ୍ତରରେ ଥିବାବେଳେ ବ୍ରିଟିଶ ପାଉଣ୍ଡ ୩୭ ବର୍ଷର ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ଡଲାର ତୁଳନାରେ ଜାପାନିଜ ୟେନ ମଧ୍ୟ ୨୪ ବର୍ଷର ସର୍ବନିମ୍ନ ସ୍ତରରେ ରହିଛି।

Get real time updates directly on you device, subscribe now.