ନୂଆଦିଲ୍ଲୀ:ଭାରତୀୟ କ୍ରିକେଟ ଟିମର ଷ୍ଟାର ୱିକେଟ କିପର ଋଷଭ ପନ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ଧିରେ ଧିରେ ସୁଧୁରିବାର ଲାଗିଛି । ଫଳରେ ତାଙ୍କୁ ବର୍ତ୍ତମାନ ଆଇସିୟୁରୁ ବାହାର କରାଯାଇ ୱାର୍ଡକୁ ଅଣାଯାଇଛି । ଏଥିସହିତ ସେଠାରେ ତାଙ୍କ ଚିକିତ୍ସା ଚାଲିଥିବା ସେଠାକାର ଡାକ୍ତର ସୂଚନା ଦେଇଛନ୍ତି । ତେବେ ଦୁର୍ଘଟଣାରେ ଋଷଭଙ୍କର ଗୋଡ ଏବଂ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିଲା । ଯେଉଁଥିପାଇଁ ତାଙ୍କ ଗୋଡ ପ୍ଲାଷ୍ଟିକ ସର୍ଜରୀ କରାଯିବ ବୋଲି କୁହାଯାଉଥିଲା । ତେବେ ଭାରତୀୟ କ୍ରିକେଟର ରିଷଭ ଡେରାଡୁନର ମ୍ୟାକ୍ସ ହସ୍ପିଟାଲରେ ଚିକିତ୍ସିତ ହୋଇଛନ୍ତି ।
ତେବେ ଶୁକ୍ରବାର ଦିନ କ୍ରିକେଟର ଋଷଭ ପନ୍ତଙ୍କର ଭୟଙ୍କର ସଡକ ଦୁର୍ଘଟଣା ହୋଇଥିଲା । ଯେଉଁଥିରେ ତାଙ୍କ କାର୍ ସମ୍ପୂର୍ଣ୍ଣ ପୋଡି ଜଳି ପାଉଁସ ହୋଇଯାଇଥିବା ବେଳେ ସେ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଥିଲା । ଏହାପରେ ଋଷଭଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ପ୍ରଥମେ ଦିଲ୍ଲୀ ରୋଡ ସ୍ଥିତ ଏକ ଘରୋଇ ଡାକ୍ତରଖାନାକୁ ନେଇଥିଲା ସେଠାରେ ତାଙ୍କର ପ୍ରଥମିକ ଚିକିତ୍ସା ହେବାପରରେ ତାଙ୍କୁ ଡେରାଡୁନର ମ୍ୟାକ୍ସ ହସ୍ପିଟାଲରେ ଭତ୍ତି କରାଯାଇ ଚିକିତ୍ସା କରାଯାଉଥିଲା । ତେବେ ବର୍ତ୍ତମାନ ଋଷଭଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସୁଥିବା ଜଣାପଡିଛି । । ପୂର୍ବରୁ ତାଙ୍କର ଏମଆରଆଇ ସ୍କାନ କରାଯାଇଥିଲା, ଏଥିରେ ତାଙ୍କର ମସ୍ତିଷ୍କ ଓ ମେରୁଦଣ୍ଡ ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜଣାପଡ଼ିଥିଲା । ତେବେ ଋଷଭଙ୍କ ଲିଗାମେଣ୍ଟକୁ ଆଘାତ ଲାଗିଛି । ଏହା ଠିକ୍ ହେବାକୁ ୩ରୁ ୬ ମାସ ସମୟ ଲାଗିବ ବୋଲି କୁହାଯାଉଛି ।
ତେବେ ଋଷଭ ପନ୍ତ ସମ୍ପୂର୍ଣ୍ଣ ସୁସ୍ଥ ହେବା ଯାଏ କ୍ରିକେଟଠାରୁ ଦୂରେଇ ରହିବାକୁ ପଡିବ ବୋଲି ଡାକ୍ତର ପରାମର୍ଶ ଦେଇଛନ୍ତି । ତେବେ ଦୁର୍ଘଟଣା ବେଳେ ଋଷଭଙ୍କ ଗୋଡ, କାନ୍ଧ, ପିଠି ସମେତ ମୁହିଁରେ ମଧ୍ୟ ଶକ୍ତ ଆଘାତ ଲାଗିଥିଲା । ଫଳରେ ଏହାକୁ ପୁରଣ କରିବା ପାଇଁ ଡାକ୍ତର ତାଙ୍କ ମୁହଁର ପ୍ଲାଷ୍ଟିକ ସର୍ଜରୀ କକରିଛନ୍ତି। ଏଥିସିହତ କ୍ରିକେଟର ଋଷଭଙ୍କ ବର୍ତ୍ତମାନର ସ୍ୱାସ୍ଥ୍ୟାବସ୍ଥା ଉପରେ ଡାକ୍ତରୀଦଳ ନଜର ରଖିଛନ୍ତି । ଏତତ୍ ବ୍ୟତୀତ ବିସିସିଆଇ ମଧ୍ୟ ଲଗାତର ଭାବେ ଯୋଗାଯୋଗରେ ରହିଛି । ତେବେ ଋଷଭଙ୍କ ଦୁର୍ଘଟଣା ଖବର ଶୁଣିିବା ପରେ ତାଙ୍କ ପରିବାର ସମେତ ଫ୍ୟାନ୍ସଙ୍କୁ ମଧ୍ୟ ଶକ୍ତ ଝଟକା ଲାଗିଥିଲା । ଏହାପରରେ ତାଙ୍କୁ ଭେଟିବାକୁ ହସ୍ପିଟାଲରେ ଫ୍ୟାନ୍ସଙ୍କ ଭିଡ ଜମିଥିଲା । ଯାହାକୁ ନେଇ ତାଙ୍କ ପରିବାର ଲୋକେ ହସ୍ପିଟାଲରେ ଭିଡ ନ କରିବାକୁ ଏବଂ ଚିକିତ୍ସା ସମୟରେ ଋଷଭଙ୍କୁ ଦେଖା ନ କରିବାକୁ ଅନୁରୋଧ କରିଥିଲା । କିନ୍ତୁ ବର୍ତ୍ତମାନ ଋଷଭଙ୍କ ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଖବର ତାଙ୍କ ଫ୍ୟାନ୍ସଙ୍କ ମନରେ ଅନେକ ଆନନ୍ଦ ଭରିଦେବ ।