fbpx

(Video) IPL-2024କୁ ଫେରିବେ ଋଷଭ ପନ୍ତ! ବ୍ୟାଟିଂ-ୱିକେଟ କିପିଙ୍ଗରେ ଦେଖାଇଲେ ଜଲୱା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଫ୍ୟାନ୍ସମାନଙ୍କ ପାଇଁ ଏକ ବଡ଼ ଖୁସି ଖବର ମିଳିଛି । ଖୁବଶୀଘ୍ର କ୍ରିକେଟ ମଇଦାନକୁ କମବ୍ୟାକ କରିବାକୁ ଯାଉଛନ୍ତି ଷ୍ଟାର ୱିକେଟ କିପର ଋଷଭ ପନ୍ତ । ଆସନ୍ତା ଆଇପିଏଲ ଟୁର୍ଣ୍ଣାମେଣ୍ଟ ଜରିଆରେ ସେ ପୁଣିଥରେ ପଡ଼ିଆରେ ପାଦ ଥାପିବେ ବୋଲି ଆଶା କରାଯାଉଛି । ଏଥିପାଇଁ ସେ ନିଜେ ମଧ୍ୟ ଜୋରଦାର ପ୍ରସ୍ତୁତି ଜାରି ରଖିଛନ୍ତି । ବର୍ତ୍ତମାନ ତାଙ୍କର ଏକ ଭିଡିଓ ଭାଇରାଲ ହେଉଥିବା ଦେଖାଯାଇଛି । ଏହି ଭିଡିଓରେ ସେ ଆଇପିଏଲକୁ ଫେରିବାର ପୂର୍ବ ସଂକେତ ମଧ୍ୟ ଦେଇଛନ୍ତି । ସୋସିଆଲ ମିଡିଆରେ ପନ୍ତଙ୍କର ଏହି ଭିଡିଓ ଏବେ ଖୁବ ଭାଇରାଲ ହେବାରେ ଲାଗିଛି ।

ଟିମ ଇଣ୍ଡିଆର ଷ୍ଟାର ୱିକେଟ କିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ପୁଣିଥରେ କ୍ରିକେଟକୁ କମବ୍ୟାକ କରିବା ପାଇଁ ଫିଟ୍ ହୋଇ ସାରିଛନ୍ତି । ଭାଇରାଲ ହେଉଥିବା ଏହି ଭିଡିଓରେ ଋଷଭ ଦମଦାର ଶଟ୍ ଖେଳୁଥିବାର ଦେଖାଯାଇଛି । ପୂର୍ବ ଭଳି ଫିଟନେସ ସହ ବ୍ୟାଟିଂ କରି ବଡ଼ ବଡ଼ ଶଟ୍ ଖେଳୁଥିବାର ଏହି ଭିଡିଓରେ ଦେଖିବାକୁ ମିଳିଛି । ଏହାସହିତ ୱିକେଟ କିପିଙ୍ଗରେ ମଧ୍ୟ ନିଜର ପୁରୁଣା ସ୍କିଲ୍ ଦେଖାଇଛନ୍ତି । ଏହି ଭିଡିଓ ଜରିଆରେ ନିଜର ଫିଟନେସ ଉପରେ ଏକ ବଡ଼ ଅପଡେଟ ଦେବା ସହ ଆଇପିଏଲକୁ ଫେରିବାର ସଂକେତ ମଧ୍ୟ ଦେଇଛନ୍ତି ଋଷଭ ।

୨୦୨୨ ମସିହାରେ ଏକ ଭୟଙ୍କାର କାର୍ ଦୁର୍ଘଟଣାର ଶିକାର ହୋଇ କ୍ରିକେଟରୁ ଦୂରେଇ ରହିଥିଲେ ଋଷଭ ପନ୍ତ । ମୁଣ୍ଡ ଏବଂ ଗୋଡ଼ରେ ଗଭୀର ଆଘାତ ଯୋଗୁଁ ଅନେକ ଦିନ ସେ ଚିକିତ୍ସିତ ଅବସ୍ଥାରେ ରହିଥିଲେ । ତେବେ ଦୀର୍ଘ ଦିନ ପରେ ସେ ସୁସ୍ଥ ହୋଇ ପୁଣିଥରେ କ୍ରିକେଟ ମଇଦାନକୁ କମବ୍ୟାକ କରିବା ପାଇଁ ପ୍ରସ୍ତୁତ ହୋଇ ସାରିଥିବା ଭିଡିଓରୁ ଅନୁମାନ କରାଯାଉଛି । ତେବେ ଦଳକୁ ଫେରିଲେ ସେ ପୁଣିଥରେ ଅଧିନାୟକ ପଦ ସମ୍ଭାଳିବେ ବୋଲି ପୂର୍ବରୁ କହି ସାରିଛନ୍ତି କୋଚ୍ ରିକି ପଣ୍ଟିଂ ।

Get real time updates directly on you device, subscribe now.