fbpx

ପୁଣି ବଢ଼ିବ ବିଶ୍ୱରେ ସଙ୍କଟ: ରୁଷିଆ-ୟୁକ୍ରେନ ଆଲୋଚନାରୁ ବାହାରି ପାରିଲାନି ସମାଧାନର ସୂତ୍ର

ନୂଆଦିଲ୍ଲୀ: ରୁଷିଆ ଓ ୟୁକ୍ରେନ ମଧ୍ୟରେ ଜାରି ରହିଥିବା ଯୁଦ୍ଧକୁ ନେଇ ଦୁଇଦେଶ ବୁଝାମଣା କରିବାକୁ ସହମତି ପ୍ରକାଶ କରିଥିଲେ । ତେବେ ଦୁଇ ଦେଶ ମଧ୍ୟରେ ଦୀର୍ଘ ସାଢ଼େ ତିନି ଘଣ୍ଟାର ଆଲୋଚନା ପରେ ସମାଧାନର କୌଣସି ପନ୍ଥା ବାହରି ପାରି ନାହିଁ । ତେଣୁ ଦୁଇ ଦେଶର ପ୍ରତିନିଧି ମଣ୍ଡଳୀ ନିଜ ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ କରିସାରିଛନ୍ତି । ତେବେ ଏଭଳି ସ୍ଥିତିରେ ଆଗକୁ ସମଗ୍ର ବିଶ୍ୱ ସଙ୍କଟ ଆଡ଼କୁ ମୁହାଁଉବ ।

ତେବେ ଜଣାପଡ଼ିଛି ଯେ, ପ୍ରଥମ ପର୍ଯ୍ୟାୟ ଆଲୋଚନା ପରେ ଦ୍ୱିତୀୟ ପର୍ଯ୍ୟାୟ ଆଲୋଚନା ଆରମ୍ଭ ହେବ । ତେବେ ଏହି ଆଲୋଚନା ପରେ ପରେ ରୁଷ ୟୁକ୍ରେନର କିଭ୍ ଓ ଖାରକିଭ ସହର ଉପରେ ହମଲା କରିଦେଇଥିଲା । ଅନ୍ୟପଟେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି ୟୁରୋପୀୟ ସଂଘରେ ସାମିଲ ହେବା ପାଇଁ ଆବେଦନ କରିଥିବା ଜଣାପଡ଼ିଛି । ରୁଷ୍ ରାଷ୍ଟ୍ରପତି ଭ୍ଲାଡିମିନ ପୁଟିନ ଏହି ଘଟଣାର ସମାଧାନ ପାଇଁ ୩ଟି ସର୍ତ୍ତ ରଖିଛନ୍ତି । ରିପୋର୍ଟ ମୁତାବକ, ଦୁଇ ଦେଶ ମଧ୍ୟରେ ପରବର୍ତ୍ତୀ ବୈଠକ ବେଲାରୁସ-ପୋଲାଣ୍ଡ ବର୍ଡରରେ ଅନୁଷ୍ଠିତ ହେବ ।

Get real time updates directly on you device, subscribe now.