fbpx

ବିଶ୍ୱାସଘାତକତା କରିଛନ୍ତି ୱାଗନର୍ ମୁଖ୍ୟ, ଗିରଫ କରିବାକୁ ଆଦେଶ ଦେଲେ ପୁଟିନ୍‌

ନୂଆଦିଲ୍ଲୀ: ଦିନେ ଭ୍ଲାଦିମିର ପୁଟିନ୍‌ଙ୍କ କଥାରେ ଜୀବଜନ ଦେବାକୁ ପ୍ରସ୍ତୁତ ଥିବା ଋଷର ଘରୋଇ ସେନା ସଂଗଠନ ୱାଗନର୍ ପୁଟିନ୍‌ଙ୍କୁ ବଡ଼ ଧୋକା ଦେଇଛନ୍ତି। ୟଭେଗେନି ପ୍ରିଗୋଜିନ୍‌ଙ୍କ ନେତୃତ୍ୱରେ ଘରୋଇ ସେନା ଋଷର ସେନା ମୁଖ୍ୟାଳୟକୁ କବଜା କରିବାକୁ ଚେଷ୍ଟା କରିଛନ୍ତି । ଏଥିରେ ତୁରନ୍ତ ପ୍ରତିକ୍ରିୟା ଦେଇ ପୁଟିନ୍ ଜାତି ଉଦେଶ୍ୟରେ ଦେଶକୁ ସମ୍ବୋଧନ କରିଛନ୍ତି । ଏହା ସହିତ ସେ ୱାଗନର୍ ବିଦ୍ରୋହକୁ ବିଶ୍ୱାସଘାତ ବୋଲି କହିଛନ୍ତି ।

ପୁଟିନ୍ କହିଛନ୍ତି ଯେ, ଆମେ ଦେଶଦ୍ରୋହର ସମ୍ନା ହୋଇଛନ୍ତି । ଋଷର ସେନା ବିରୋଧରେ ଯିଏ ବିଦ୍ରୋହ କରିବ ସେ ବିଶ୍ୱାସଘାତକ । ତେଣୁ ଦେଶରେ ଏଭଳି ପରିସ୍ଥିତିର ମୁକାବିଲା କରିବା ପାଇଁ ପୁଟିନ୍ ସେନାକୁ ଆବଶ୍ୟକ ପଦକ୍ଷେପ ନେବାକୁ ଆଦେଶ ଦେଇଛନ୍ତି । ବିଦ୍ରେସହକୁ ଦୃଢ଼ତାରସହିତ ଦମନ କରାଯାଇ ଏଥିରେ ସାମିଲ ସମସ୍ତଙ୍କୁ କଠୋର ଶାସ୍ତ ଦିଆଯିବ ବୋଲି କହିଛନ୍ତି ପୁଟିନ୍ ।

ସେ ଏହା ମଧ୍ୟ କହିଛନ୍ତି ଯେ, ୱାଗନର୍ ବୀର ଯୋଦ୍ଧାମାନେ ଡୋନ୍‌ବାସ୍‌କୁ ସ୍ୱାଧିନ କରିବାର ବଡ଼ ଭୁମିକା ଲିଭାଇଥିଲେ । ତେେବେ ଦେଶବାସୀଙ୍କ ସୁରକ୍ଷା ପାଇଁ ସଂଗ୍ରାମ ଜାରି ରହିବ । ବର୍ତ୍ତମାନ ଆମର ସୈନିକମାନଙ୍କୁ ଏକତ୍ର କରିବାକୁ ପଡ଼ିବ । ରୁଷ୍‌ର ପ୍ରତିରକ୍ଷା ମନ୍ତ୍ରୀଙ୍କୁ ହଟାଇବା ପାଇଁ ପ୍ରତିଜ୍ଞା କରି ବିଦ୍ରୋହ ଘୋଷଣା କରିଥିବା ଘରୋଇ ସେନା ସଙ୍ଗଠନ ‘ୱାଗ୍‌ନର୍‌’ର ମୁଖ୍ୟ ପ୍ରିଗୋଝିନ୍‌ଙ୍କୁ ଗିରଫ କରିବା ପାଇଁ ମଧ୍ୟ ଆଜି କ୍ରେମ୍‌ଲିନ୍ ଆଦେଶ ଦେଇଛି। ପ୍ରତିରକ୍ଷା ମନ୍ତ୍ରୀ ସର୍ଗି ଶୋଏଗୁ ଏବଂ ଅନ୍ୟାନ୍ୟ ବରିଷ୍ଠ ସୈନ୍ୟ କମାଣ୍ଡୋଙ୍କ ବିରୋଧରେ ଋଷୀୟମାନଙ୍କୁ ତାଙ୍କର ୨୫,୦୦୦ ୱାଗନର୍ ଯୋଦ୍ଧା ମାନଙ୍କ ସହିତ ଯୋଗଦେବାକୁ କହିବା ପରେ ୱାଗନର୍ ମୁଖ୍ୟଙ୍କ ବିରୋଧରେ “ସଶସ୍ତ୍ର ବିଦ୍ରୋହ” ଅଭିଯୋଗ କରାଯାଇଛି ।

ତେବେ କ୍ରେମଲିନରେ ଋଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ପ୍ରତି ବିପଦ ଏପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ରୂପେ ଏଡ଼ାଇ ଦିଆଯାଇ ନାହିଁ । ଏଭଳି ସମୟରେ ପ୍ରିଗୋଜିନ୍‌, ଯାହାର ୱାଗନର୍ ଯୋଦ୍ଧାମାନେ ବାଖମୁଟ୍ ସହରକୁ ଦଖଲ କରିବାରେ ଋଷକୁ ସାହାଯ୍ୟ କରିଥିଲେ, ତେବେ ଋଷର ସୈନ୍ୟବାହିନୀକୁ ତାଙ୍କ ଶିବିରରେ ଷ୍ଟ୍ରାଇକ୍ କରିଥିବା ଅଭିଯୋଗ ସେମାନେ ଅଭିଯୋଗ କରିଛନ୍ତି । ପ୍ରିଗୋଜିନ୍ ଏହା ମଧ୍ୟ ଦାବି କରିଛନ୍ତି ଯେ ତାଙ୍କ ସୈନ୍ୟମାନେ ଋଷର ସାମରିକ ବିମାନକୁ ଗୁଳି କରି ଖସଉାଇଛନ୍ତିି, ଯାହା ଏପର୍ଯ୍ୟନ୍ତ ଷ୍ପଷ୍ଟ ହୋଇପାରି ନାହିଁ ।

Get real time updates directly on you device, subscribe now.