କରୋନା ବିରୁଦ୍ଧରେ ଋଷର ବଡ ପଦକ୍ଷେପ: ମହାମାରୀକୁ ହଟାଇବା ପାଇଁ ଆଣିଲା ପ୍ରଥମ ନାଜାଲ ଭ୍ୟାକ୍ସିନ

ନୂଆଦିଲ୍ଲୀ: କରୋନା ବିପକ୍ଷରେ ବିଶ୍ୱବ୍ୟାପୀ ଜାରି ରହିଥିବା ଯୁଦ୍ଧରେ ଋଷ ନେଇଛି ଏକ ଐତିହାସିକ ପଦକ୍ଷେପ । କରୋନା ବିପକ୍ଷରେ ଏକ ନାଜାଲ ଭ୍ୟାକ୍ସିନ ବାହାର କରିଛି ଋଷ । ସ୍ଫୁଟନିକ-ଭି ଟୀକାକୁ ନାଜାଲ ସ୍ପ୍ରେ ରୂପରେ ଲଞ୍ଚ କରିଛି ଋଷ । ଏହି ଭ୍ୟାକ୍ସିନକୁ କରୋନା ବିରୁଦ୍ଧରେ ପ୍ରଥମ ଭ୍ୟାକ୍ସିନ ବୋଲି ମଧ୍ୟ ଦାବି କରାଯାଉଛି । ଏ ନେଇ ଟ୍ୱିଟ କରି ସୂଚନା ଦେଇଛି ସ୍ଫୁଟନିକ-ଭି ।

ଏହି ନାଜାଲ ଭ୍ୟାକ୍ସିନ ଦ୍ୱାରା କରୋନା ବିପକ୍ଷ ଲଢେଇ ଆହୁରି ସହଜ ହୋଇ ପାରିବ ବୋଲି ହେଲ୍ଥ ଏକ୍ସପର୍ଟ ଦାବି କରିଛନ୍ତି । କେବଳ ସେତିକି ନୁହେଁ ଇଞ୍ଜେକସନ ଦେବା ଅପେକ୍ଷା ଏହା ଅତି ସହଜ ହୋଇ ପାରିବ । ଋଷ ବ୍ୟତୀତ ଅନ୍ୟ ଦେଶ ଗୁଡିକ ମଧ୍ୟ ନାଜାଲ ଭ୍ୟାକ୍ସିନ ଉପରେ କାମ କରୁଛନ୍ତି । କିନ୍ତୁ ଋଷ ସେମାନଙ୍କ ପୂର୍ବରୁ ସଫଳତା ହାସଲ କରିଛି ।