fbpx

ଋଷ-ୟୁକ୍ରେନ ଯୁଦ୍ଧ ; କ୍ରେମଲିନ୍ ଉପରେ ଆକ୍ରମଣ ପରେ ରକ୍ତ ମୁଖା ରଷିଆ, ୨୪ଟି ଡ୍ରୋନ୍ ଆକ୍ରମଣରେ ୨୧ ମୃତ

ନୂଆଦିଲ୍ଲୀ : ଋଷ-ୟୁକ୍ରେନ ଯୁଦ୍ଧ ବର୍ତ୍ତମାନ ବିପଜ୍ଜନକ ରୂପ ନେଉଛି। କ୍ରେମଲିନ୍ ଉପରେ ଡ୍ରୋନ୍ ଆକ୍ରମଣ ପରେ ଏବେ ରକ୍ତମୁଖା ହୋଇଛି ରଷିଆ । ରୁଷ ସେନା ପ୍ରତିଶୋଧ ପରାୟଣ ହୋଇ ସାରା ରାତି ୟୁକ୍ରେନ୍ ଉପରେ ଗୁଳି ବର୍ଷା କରିଛି । ୨୪ ଡ୍ରୋନ୍ ରେ ୟୁକ୍ରେନ ଉପରେ ଆକ୍ରମଣ କରିଛି। ୟୁକ୍ରେନର ବାୟୁସେନା ଗୁରୁବାର ଦିନ ଏହି ତଥ୍ୟ ଦେଇ କହିଛି ଯେ, ସାରା ରାତି ୟୁକ୍ରେନ୍ ଉପରେ ଗୁଳି ବର୍ଷା ହୋଇଛି । ୨୪ଟି ଡ୍ରେନ୍ ରୁ ୟୁକ୍ରେନ୍ ଉପରେ ଗୁୁଳି ବର୍ଷା ହୋଇଥିଲା ।

ଦୋକାନ ବଜାର, ରେଳ ଷ୍ଟେସନ ଏବଂ ସାଧାରଣ ଅଟ୍ଟାଳିକାକୁ ଟାର୍ଗେଟ କରାଯାଇଥିଲା। ଏଥିରେ ଅତି କମରେ ୨୧ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪୮ ଜଣ ଆହତ ହୋଇଛନ୍ତି। କିବ୍ ସାମରିକ ପ୍ରଶାସନର ନଗର ମୁଖ୍ୟ ସେର୍ଗି ପପ୍କୋ କହିଛନ୍ତି ଯେ ‘ କିବ୍ ଉପରେ ଆକ୍ରମଣର ଏହା ତୃତୀୟ ଦିନ ଥିଲା।

ସୂଚନାଯୋଗ୍ୟ, ଗତକାଲି ୟୁକ୍ରେନ୍ ପୁଟିନ୍‌ଙ୍କୁ ହତ୍ୟା ଉଦ୍ୟମ କରିଛି ବୋଲି ଋଷ ଦାବି କରିଥିଲା । ୟୁକ୍ରେନ୍ ଦ୍ୱାରା ଲଞ୍ଚ କରାଯାଇଥିବା ଦୁଇଟି ଡ୍ରୋନ୍ କୁ ଋଷ ଖସାଇ ଦେଇଥିଲା । ଦୁଇଟି ମାନବ ବିହୀନ ଯାନ(ଡ୍ରୋନ୍) କ୍ରେମଲିନ୍ ଆଡକୁ ଟାର୍ଗେଟ କରାଯାଇଥିଲା , ଯାହାକୁ ଋଷ ଶୂନ୍ୟରେ ଧ୍ୱଂସ କରିଦେଇଛି ଋଷିଆ ଏକ ବିବୃତ୍ତିରେ ଦାବି କରିଥିଲା ।

Get real time updates directly on you device, subscribe now.