ଭାରତ-ପାକିସ୍ତାନ ପରେ, ରୁଷ-ୟୁକ୍ରେନ ଯୁଦ୍ଧ ବନ୍ଦ କରିବାକୁ ଅଣ୍ଟା ଭିଡ଼ିଛନ୍ତି ଟ୍ରମ୍ପ
ରୁଷ-ୟୁକ୍ରେନ ଯୁଦ୍ଧ ବନ୍ଦ କରିବାକୁ ରୁଷ ରାଷ୍ଟ୍ରପତିଙ୍କ ସହ ୨ ଘଣ୍ଟା ଧରି ଆଲୋଚନା କଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ।
ଆମେରିକା: ଭାରତ-ପାକିସ୍ତାନ ଅସ୍ତ୍ରବିରତି ପରେ ଏବେ ରୁଷ-ୟୁକ୍ରେନ ଯୁଦ୍ଧବିରତି ପାଇଁ ମଧ୍ୟସ୍ଥତା କରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ। ଦୀର୍ଘ ଦିନ ହେବ ରୁଷ-ୟୁକ୍ରେନ ଯୁଦ୍ଧ ଲାଗି ରହିଛି। ଯେଉଁଥିରେ ଦୁଇ ଦେଶର ଅନେକ କ୍ଷତି ମଧ୍ୟ ହୋଇଛି। ହେଲେ ଏବେ ଏହି ଯୁଦ୍ଧ ବନ୍ଦ ହେବ ବୋଲି ଆଶା କରାଯାଉଛି।
କାରଣ ରୁଷ-ୟୁକ୍ରେନ ଯୁଦ୍ଧରେ ରୋକ ଲଗାଇବା ପାଇଁ ଟ୍ରମ୍ପ ରୁଷ ରାଷ୍ଟ୍ରପତିଙ୍କ ସହ ଫୋନରେ କଥା ହୋଇଛନ୍ତି। ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଟ୍ରମ୍ପ ପାଖାପାଖି ୨ ଘଣ୍ଟା ଧରି ଆଲୋଚନା କରିଥିବା ନିଜେ କହିଛନ୍ତି ଡୋନାଲ୍ଡ ଟ୍ରମ୍ପ।
ଏହାସହ ରୁଷ-ୟୁକ୍ରେନ ପରସ୍ପର ସହ ଯୁଦ୍ଧ ବନ୍ଦ କରିବାକୁ ଖୁବଶୀଘ୍ର କଥା ହେବେ ବୋଲି କହିଛନ୍ତି ଟ୍ରମ୍ପ। ଯାହାପରେ ଆକଳନ କରାଯାଉଛି କି ବୋଧହୁଏ ଏଥର ଦୁଇ ଦେଶ ମଧ୍ୟରେ ଲାଗି ରହିଥିବା ଯୁଦ୍ଧ ବନ୍ଦ ହୋଇପାରେ।
ଏହାସହ ଟ୍ରମ୍ପଙ୍କ ସହ କଥା ହେବା ପରେ ରୁଷ ରାଷ୍ଟ୍ରପତି ପୁଟିନ କହିଛନ୍ତି ଟ୍ରମ୍ପଙ୍କ ପ୍ରସ୍ତାବରେ ମୁଁ ସହମତ। ଆମକୁ ଶାନ୍ତି ଆଡ଼କୁ ଅଗ୍ରସର ହେବାକୁ ପଡ଼ିବ। ଆମେରିକା ରାଷ୍ଟ୍ରପତିଙ୍କ ପ୍ରସ୍ତାବରେ ମୁଁ ସହମତ। ଆମେ ଆଲୋଚନା ପାଇଁ ସଠିକ୍ ରାସ୍ତାରେ ଅଛୁ।
କେବଳ ରୁଷ ରାଷ୍ଟ୍ରପତି ନେଇ ଟ୍ରମ୍ପ-ପୁଟିନଙ୍କ ଆଲୋଚନା ନେଇ ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କି ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି। ଆଉ କହିଛନ୍ତି ଆମେ ଯୁଦ୍ଧର ଅନ୍ତ ଚାହୁଁ। ଆମେ ଯୁଦ୍ଧ ଶେଷ କରିବାକୁ ଚାହୁଁ କହିଲେ ୟୁକ୍ରେନ ରାଷ୍ଟ୍ରପତି। କିନ୍ତୁ ରୁଷ ପ୍ରସ୍ତୁତ କି ନାହିଁ ଆମେ ନିଶ୍ଚିତ ନୁହେଁ କହିଲେ ଜେଲେନସ୍କି। ବିନା ସର୍ତ୍ତରେ ଯୁଦ୍ଧବିରତି ଆଲୋଚନା ପାଇଁ ଆମେ ପ୍ରସ୍ତୁତ।