fbpx

ମାରିୟୁପୋଲ ସହରରେ ରକ୍ତ ସଂଘର୍ଷ: ଷ୍ଟିଲ ପ୍ଲାଣ୍ଟରେ ଋଷ ସୈନ୍ୟ କରୁଛନ୍ତି ଏୟାର ଷ୍ଟାଇକ

ନୂଆଦିଲ୍ଲୀ: ୟୁକ୍ରେନର ମାରିୟୁପୋଲ ସହରକୁ ନିୟନ୍ତ୍ରଣରେ ଆଣିବା ପାଇଁ ପ୍ରୟାସ ଜାରି ରଖିଛି ଋଷ ସେନା । ସହରର ଅଜୋବଷ୍ଟଲ ଷ୍ଟିଲ ପ୍ଲାଣ୍ଟରେ ନିୟୋଜିତ ହୋଇଥିବା ସୈନ୍ୟମାନଙ୍କୁ ଋଷ ଟାର୍ଗେଟ କରିଥିବା ୟୁକ୍ରେନ ଦାବି କରିଛି । ଏକ ବିବୃତ୍ତିରେ ୟୁକ୍ରେନ ସେନା ଏ ନେଇ ପ୍ରକାଶ କରିଛି । ୟୁକ୍ରେନର ୟୁନିଟଗୁଡିକୁ ରୋକି ସହ ହଟାଇବା ଲକ୍ଷ୍ୟରେ ଋଷର ସୈନ୍ୟମାନେ ପ୍ଲାଣ୍ଟ ଉପରେ ବିମାନ ଆକ୍ରମଣ କରୁଥିବା କୁହାଯାଇଛି ।

ଶହ ଶହ ସୈନିକଙ୍କ ସହିତ ସାଧାରଣ ନାଗରିକ ଷ୍ଟିଲ ନିକଟରେ ଫିସିଥିବା ବେଳେ ଋଷ ସେନା ଏଠାରେ ଅସ୍ତ୍ରବିରତୀ ଘୋଷଣା କରିଛି । କିନ୍ତୁ ଏହି ସମୟରେ ଆକ୍ରମଣ ନେଇ ଏକ ଅଭିଯୋଗ କରିଛି ୟୁକ୍ରେନ । ଋଷ ସୈନିକ ସଂଯନ୍ତ୍ରରେ ପ୍ରବେଶ କରିବା ପରେ ଏଠାରେ ମୃତ୍ୟୁ ତାଣ୍ଡବ ଜାରି ରହିଥିବା କହିଛନ୍ତି ମାରିୟୁପୋଲରେ ଆଜେବ ବାଟାଲିୟନର ନେତୃତ୍ୱ ନେଇଥିବା ଜଣେ କମାଣ୍ଡର । ଘଟଣାସ୍ଥଳରେ ସ୍ଥିତି ଗମ୍ଭୀର ଥିବା ବେଳେ ୟୁକ୍ରେନ ସେନା ଏହାର ପ୍ରତିବାଦ ଜାରି ରଖିଛି ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.