Russian strike in Ukraine: ୟୁକ୍ରେନ ଉପରେ ଋଷର ବଡ ମିସାଇଲ ଆଟାକ, ଚାଲିଗଲା 13 ଜଣଙ୍କ ଜୀବନ

ଋଷର ମିସାଇଲ ମାଡରେ ୟୁକ୍ରେନର 13 ଜଣଙ୍କ ମୃତ୍ୟୁ । ଦୁଃଖ ପ୍ରକାଶ କଲେ ରାଷ୍ଟ୍ରପତି ।

ନୂଆଦିଲ୍ଲୀ: ଋଷ-ୟୁକ୍ରେନ ଯୁଦ୍ଧ ବର୍ତ୍ତମାନ ଖରାପ ମୋଡ ନେଉଛି । ଏହାରି ଭିତରେ ୟୁକ୍ରେନର ଜାପୋରିଜିୟାରେ ମିଶାଇଲ ଆଟାକ କରିଛି ଋଷ । ଏଥିରେ 13 ଜଣ ପ୍ରାଣ ହରାଇଥିବା ବେଳେ 30ରୁ ଅଧିକ ଲୋକ ଆହତ ହୋଇଥିବା ଜଣାପଡିଛି ।

ଆାହତଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।  ଏହି ଘଟଣା ପରେ ୟୁକ୍ରେନ ରାଷ୍ଟ୍ରପତି ଜେଲେନକ୍ସି ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି।

ଜେଲେନକ୍ସି ଏକ୍ସରେ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି। ଯେଉଁଥିରେ କିଛି ବ୍ୟକ୍ତି ରକ୍ତ ଜୁଡୁବୁଡୁ ଅବସ୍ଥାରେ ରାସ୍ତାରେ ପଡିରହିଥିବା ଦେଖାଯାଇଛି । ଋଷିଆ ୟୁକ୍ରେନ ଉପରେ ମିସାଇଲ ଆଟାକ କରିଥିବା କଥା କହିଛନ୍ତି ।

ଏହା ଜାଣିଶୁଣି କରାଯାଇଥିବା ଜେସେନକ୍ସି ଅଭିଯୋଗ କରିଛନ୍ତି । ସମସ୍ତଙ୍କୁ ସହାୟତା ପ୍ରଦାନ କରାଯାଉଛି । ବର୍ତ୍ତମାନ ସୁଦ୍ଧା 13 ଜଣ ପ୍ରାଣ ହରାଇଥିବା ଜଣାପଡିଛି ।

ଜେଲେନକ୍ସି ଆହୁରି ମଧ୍ୟ କହିଛନ୍ତି, କିଛି ସହର ଉପରେ ମିସାଇଲ ଆଟାକ କରିବା ଠାରୁ ଆଉ କିଛି କ୍ରୁର ନାହିଁ । ଏହା ସାଧାରଣ ନାଗରିକଙ୍କୁ କ୍ଷତି ପହଞ୍ଚାଇବ ଜାଣିବା ପରେ ମଧ୍ୟ ଆଟାକ କରିବା କ୍ରୁରତା ଅଟେ । କେବଳ ଶକ୍ତି ଜରିଆରେ ଏଭଳି ଯୁଦ୍ଧରେ ଶାନ୍ତି ସ୍ଥାପିତ କରାଯାଇ ପାରିବ ବୋଲି ସେ କହିଛନ୍ତି ।