fbpx

(Video) ଖୋଲିଲା ରିୟାନ୍ ପରାଗଙ୍କ ଗୁମର: ହିରୋଇନଙ୍କ ହଟ୍ ଓ ସେକ୍ସି ଭିଡିଓ ଦେଖୁଛନ୍ତି ଷ୍ଟାର କ୍ରିକେଟର

Advertisement

ଓଡ଼ିଶା ଭାସ୍କର: ଆଇପିଏଲ ଷ୍ଟାର କ୍ରିକେଟର ରିୟାନ ପରାଗଙ୍କୁ ନେଇ ଆସିଛି ଏକ ବଡ଼ ଖବର । ଆଇପିଏଲରେ ଦମଦାର ପ୍ରଦର୍ଶନ କରିବା ପରେ ଏବେ ତାଙ୍କର ଅସଲ ଚେହେରା ସାମନାକୁ ଆସିଛି । ବର୍ତ୍ତମାନ ସୋସିଆଲ ମିଡିଆରେ ରିୟାନ ପରାଗଙ୍କର ‘ୟୁଟ୍ୟୁବ ସର୍ଚ୍ଚ ହିଷ୍ଟ୍ରି’ ଭାଇରାଲ ହେବାରେ ଲାଗିଛି । ୟୁଟ୍ୟୁବରେ ରିୟାନ ପରାଗ ବଲିଉଡ ହିରୋଇନ୍ ମାନଙ୍କର ହଟ୍ ଭିଡିଓ ଖୋଜୁଥିବା ଜାଣିବାକୁ ମିଳିଛି । ଯାହାକୁ ନେଇ ଏବେ ଜୋର ଧରିଛି ଚର୍ଚ୍ଚା । ବଲିଉଡ ସୁନ୍ଦରୀ ସାରା ଅଲୀ ଖାନ୍ ଏବଂ ଅନନ୍ୟା ପାଣ୍ଡେଙ୍କ ହଟ୍ ଭିଡିଓ ସର୍ଚ୍ଚ କରି ଦେଖୁଛନ୍ତି ରିୟାନ୍ ପରାଗ ।

ରାଜସ୍ଥାନ ରୋୟଲ୍ସର ଷ୍ଟାର କ୍ରିକେଟର ରିୟାନ୍ ପରାଗ । ପେଶା ତାଙ୍କର କ୍ରିକେଟ୍ ଖେଳିବା, ହେଲେ ନିଶା ତାଙ୍କର ହଟ୍ ଭିଡିଓ ଦେଖିବା । କ୍ରିକେଟ୍ ମୈଦାନରୁ ଫାଙ୍କା ସମୟ ମିଳିଲେ ତାଙ୍କୁ ଦରକାର ହେଉଛି ସୁନ୍ଦରୀ ଯୁବତୀଙ୍କ ହଟ୍ ଭିଡିଓ ଦେଖିବା । ହେଲେ କୌଣସି ସାଧାରଣ ଯୁବତୀ ନୁହଁନ୍ତି, ବରଂ ରଙ୍ଗୀନ୍ ଦୁନିଆକୁ ଚମକାଉଥିବା ଅଭିନେତ୍ରୀଙ୍କୁ ହଟ୍ ଆଉ ସେକ୍ସି ଅନ୍ଦାଜରେ ଦେଖିବାକୁ ତାଙ୍କର ବହୁତ ଇଚ୍ଛା । ରବିବାର ଶେଷ ହୋଇଥିବା ଆଇପିଏଲ ଟୁର୍ଣ୍ଣାମେଣ୍ଟରେ ଦମଦାର ପ୍ରଦର୍ଶନ କରି ପ୍ଲେ ଅଫ୍ ପର୍ଯ୍ୟାୟକୁ ଆସିଥିଲେ ମଧ୍ୟ ଫାଇନାଲ ଖେଳିବାରୁ ବଞ୍ଚିତ ହୋଇଥିଲା । ତେବେ ରାଜସ୍ଥାନକୁ ପ୍ଲେ ଅଫରେ ପହଞ୍ଚାଇଥିବା ଖେଳାଳିଙ୍କ ମଧ୍ୟରେ ଦଳର ମଧ୍ୟକ୍ରମ ବ୍ୟାଟର ରିୟାନ୍ ପରାଗଙ୍କର ରହିଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା । ନିଜ ବିସ୍ଫୋରକ ବ୍ୟାଟିଂ ବଳରେ ଦଳକୁ ସେ ଅନେକ ଥର ବିଜୟୀ କରାଇଥିଲେ ।

ଆଇପିଏଲ ୨୦୨୪ରେ ରିୟାନଙ୍କ ବିସ୍ଫୋରକ ବ୍ୟାଟିଂ ତାଙ୍କୁ ଚର୍ଚ୍ଚାକୁ ଆଣିଥିଲା । ଏପରିକି ଚଳିତ ସିଜିନ୍ରେ ସେ ଅନ୍ କ୍ୟାପ୍ଡ ପ୍ଲେୟାର ହିସାବରେ ସର୍ବାଧିକ ରନ୍ ସଂଗ୍ରହକାରୀ ବ୍ୟାଟର ଭାବେ ମଧ୍ୟ କ୍ରିକେଟ୍ ପଣ୍ଡିତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ହେଲେ ଏହି ବିସ୍ଫୋରକ ବ୍ୟାଟର ତଥା ଆଇପିଏଲ ଷ୍ଟାର ଏବେ ଆଉ ଏକ କାରଣ ପାଇଁ ହଠାତ୍ ପୁଣି ଚର୍ଚ୍ଚାକୁ ଆସିଯାଇଛନ୍ତି । ରିୟାନ୍ ପରାଗଙ୍କ ୟୁଟ୍ୟୁବ୍ ସର୍ଚ୍ଚ ହିଷ୍ଟ୍ରି ତାଙ୍କୁ ବିବାଦ ଘେରକୁ ନେଇଆସିଛି । କାରଣ ରିୟାନ ନିଜର ଖାଲି ସମୟରେ ୟୁଟ୍ୟୁବ୍ ଖେଳାଉଛନ୍ତି ଆଉ ଏଥିରେ ସେ ବଲିଉଡ୍ ଅଭିନେତ୍ରୀମାନଙ୍କ ହଟ୍ ଭିଡିଓ ଦେଖିବାକୁ ଚାହୁଁଛନ୍ତି । ତାଙ୍କୁ ୟୁଟ୍ୟୁବ୍ ସର୍ଚ୍ଚ ହିଷ୍ଟ୍ରି ଲିକ୍ ହୋଇଯିବା ଫଳରେ ଏକଥା ଜଣାପଡିଯାଇଛି । ନିଜ ସ୍ଲିମ୍ ଟ୍ରିମ୍ ଫିଗର ପାଇଁ ଚର୍ଚ୍ଚାରେ ଥିବା ବଲିଉଡ୍ ଅଭିନେତ୍ରୀ ସାରା ଅଲି ଖାନ୍ ଏବଂ ଅନନ୍ୟା ପାଣ୍ଡେଙ୍କ ହଟ୍ ଭିଡିଓକୁ ରିୟାନ୍ ପରାଗ ୟୁଟ୍ୟୁବରେ ଦେଖୁଥିବା ଧରାପଡିଯାଇଛି ।

ପ୍ରକୃତରେ ରିୟାନ୍ ପରାଗ କ୍ରିକେଟ ବ୍ୟତୀତ ଏକ ଗେମିଂ ଚ୍ୟାନେଲ ମଧ୍ୟ ଚଳାଉଛନ୍ତି । ଯେଉଁଥିରେ ସେ ଲାଇଭ୍ ଷ୍ଟ୍ରିମିଂ ମଧ୍ୟ କରିଥାନ୍ତି । ଆଉ ଏମିତି ଲାଇଭ୍ ଷ୍ଟ୍ରିମିଂରେ ଥାଇ ସେ ୟୁଟ୍ୟୁବରେ କପିରାଇଟ୍ ଫ୍ରି ମ୍ୟୁଜିକ୍ ସର୍ଚ୍ଚ କରୁଥିଲେ । ଆଉ ଯେମିତି ସେ ସର୍ଚ୍ଚ ବକ୍ସ ଉପରେ କ୍ଲିକ୍ କରିଛନ୍ତି, ସେତିକି ବେଳେ ତାଙ୍କ ସର୍ଚ୍ଚ ହିଷ୍ଟ୍ରି ଦେଖିବାକୁ ମିଳିଥିଲା । ଯେଉଁଥିରେ ବଲିଉଡ୍ ନାୟିକା ଅନନ୍ୟା ପାଣ୍ଡେ ହଟ୍ ଏବଂ ସାରା ଅଲି ଖାନ୍ ହଟ୍ ଲେଖାଥିବା ଦେଖାଯାଇଥିଲା । ଅର୍ଥାତ୍ ସେ ନିଜର ଫ୍ରି ଟାଇମରେ ଅନନ୍ୟା ଏବଂ ସାରାଙ୍କ ଭଳି ଅଭିନେତ୍ରୀଙ୍କ ହଟ୍ ଭିଡିଓ ୟୁଟ୍ୟୁବରେ ସର୍ଚ୍ଚ କରୁଥିଲେ ଆଉ ଏହାକୁ ଉପଭୋଗ କରୁଥିଲେ । ଆଉ ରିୟାନଙ୍କ ୟୁଟ୍ୟୁବ୍ ସର୍ଚ୍ଚ ହିଷ୍ଟ୍ରିର ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଶୀଘ୍ର ଭାଇରାଲ ହୋଇଯାଇଥିଲା । ଜଣେ କ୍ରିକେଟର ହୋଇ ମଧ୍ୟ ସୁନ୍ଦରୀ ଅଭିନେତ୍ରୀମାନଙ୍କୁ ଏଭଳି ୟୁଟ୍ୟୁବରେ ସର୍ଚ୍ଚ କରି ହଟ୍ ଆଉ ସେକ୍ସି ଅନ୍ଦାଜରେ ଦେଖିବା ପାଇଁ ସେ ଏବେ ବିବାଦ ଘେରକୁ ଆସିଛନ୍ତି । ଆଉ ତାଙ୍କୁ ଏବେ ଟ୍ରୋଲିଂର ଶିକାର ହେବାକୁ ପଡୁଛି । ତେବେ ଏହି ପ୍ରଥମ ଥର ପାଇଁ ସେ ବିବାଦୀୟ ହୋଇନାହାଁନ୍ତି । ପୂର୍ବରୁ ମଧ୍ୟ ନିଜର ସୋସିଆଲ ମିଡିଆ ପୋଷ୍ଟ ଏବଂ କ୍ରିକେଟ୍ ମୈଦାନରେ ନିଜର ଅଜବ ହରକତ୍ ପାଇଁ ସେ ବିବାଦ ଘେରକୁ ଆସିଥିଲେ ।

Get real time updates directly on you device, subscribe now.