ନିଜକୁ ନିଜେ ଗୁଳି କରି ଆତ୍ମହତ୍ୟା କଲେ ସଚିନ ତେନ୍ଦୁଲକରଙ୍କ ସୁରକ୍ଷାକର୍ମୀ

ନୂଆଦିଲ୍ଲୀ: ଆସିଛି ଏକ ବଡ଼ ଖବର । ଭାରତୀୟ କ୍ରିକେଟ ଟିମର ପୂର୍ବତନ କ୍ରିକେଟର ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ସୁରକ୍ଷାକର୍ମୀ ନିଜକୁ ନିଜେ ଗୁଳି କରି ଆତ୍ମହତ୍ୟା କରିଛନ୍ତି । ଷ୍ଟେଟ ରିଜର୍ଭ ପୋଲିସ ପୋଲିର୍ସ (ଏସଆରପିଏଫ)ର ଉକ୍ତ ଯବାନ ଜଣଙ୍କ ସଚିନଙ୍କର ସୁରକ୍ଷା ଦାୟିତ୍ୱରେ ରହିଥିବା ବେଳେ ତାଙ୍କର ନାମ ପ୍ରକାଶ କାପଡ଼େ ବୋଲି ଜଣାପଡ଼ିଛି । ୩୯ ବର୍ଷୀୟ ପ୍ରକାଶ ନିଜର ସର୍ଭିସ ବନ୍ଧୁକରୁ ଚଳାଇଥିବା ଗୁଳି ତାଙ୍କ ନାକରେ ବାଜିଥିଲା । ପ୍ରକାଶଙ୍କର ପରିବାରରେ ତାଙ୍କର ପିତାମାତା, ପତ୍ନୀ, ଦୁଇ ସନ୍ତାନ ଓ ଭାଇ ରହିଥିବା ଜଣାପଡ଼ିଛି

ଗତକାଲି ବିଳମ୍ବିତ ରାତି ପାଖାପାଖି ୧.୩୦ ସମୟରେ ଏହି ଅଘଟଣ ଘଟିଥିଲା । ମୁମ୍ବାଇର ଜାମନର ପୋଲିସ ଷ୍ଟେସନର ବରିଷ୍ଠ ପୋଲିସ ଇନ୍ସପେକ୍ଟର ଏ ବାବଦରେ ସୂଚନା ଦେଇଛନ୍ତି । ତେବେ ପ୍ରକାଶ କ’ଣ ପାଇଁ ଏହି ପଦକ୍ଷେପ ନେଲେ ସେ ବିଷୟରେ କିଛି ସ୍ପଷ୍ଟ ହୋଇନାହିଁ । କିଛି ବ୍ୟକ୍ତିଗତ ସମସ୍ୟା ପାଇଁ ପ୍ରକାଶ ଏହି ପଦକ୍ଷେପ ନେଇଥାଇ ପାରନ୍ତି ବୋଲି ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି । ସମ୍ପୂର୍ଣ୍ଣ ରିପୋର୍ଟ ଆସିବା ନେଇ ପୋଲିସ ଅପେକ୍ଷା କରିଛି । ଏହି ଘଟଣା ପରେ ମୃତକଙ୍କ ପରିବାର ସଦସ୍ୟଙ୍କୁ ପୋଲିସ ପଚରାଉଚା କରିଛି ।