ଶାରୀରିକ ସମ୍ପର୍କକୁ ଉଲ୍ଲାସପୂର୍ଣ୍ଣ ଓ ଚିରସ୍ଥାୟୀ କରିବାକୁ ଚାହୁଁଥିଲେ କେତେକ ଦିଗ ପ୍ରତି ଧ୍ୟାନ ଦେବା ଉଚିତ, ନହେଲେ…

ଓଡିଶା ଭାସ୍କର- କାହିଁ କେଉଁ ଆଦିମ କାଳରୁ ନାରୀ ଓ ପୁରୁଷ ମଧ୍ୟରେ ଶାରୀରିକ ସମ୍ପର୍କ ସ୍ଥାପନ ପ୍ରତି ଅହେତୁକ ବ୍ୟାକୁଳତା ରହିଛି । ଏଥିରେ ଲଜ୍ଜାବୋଧର କୌଣସି କାରଣ ନାହିଁ । ଏହି ଶରୀରର ଆବଶ୍ୟକତା ମଧ୍ୟ । ତେଣୁ ଆମ ଆଇନ ସହମତିରେ ପୁରୁଷ ଓ ମହିଳାଙ୍କ ମଧ୍ୟରେ ସମ୍ପର୍କ ସ୍ଥାପନ କରିବାକୁ ଅନୁମତି ଦେଇଛନ୍ତି । ସମ୍ଭୋଗ ନାରୀ ଓ ପୁରୁଷ ଭିତରେ ଫୂର୍ତ୍ତି ଭରିଥାଏ । କିନ୍ତୁ ଅନେକ ସମୟରେ ଏହା ଜୀବନ ଘାତୀ ମଧ୍ୟ ହୋଇଥାଏ ।
ନାରୀ ଓ ପୁରୁଷ ମଧ୍ୟରେ ରତିକ୍ରିଡା ମଧ୍ୟ ପ୍ରାଣହାନୀର କାରଣ ହେବାରୁ ଅନେକ ନଜିର ରହିଛି । ମୁଖ୍ୟତଃ ଏହି ସମୟରେ ଅନେକ ପୁରୁଷ ହୃଦଘାତର ଶିକାର ହେଉଛନ୍ତି । ମହିଳା ମଧ୍ୟ ମୃତ୍ୟୁବରଣକରୁଛନ୍ତି । ଯେମିତି ଭୁବନେଶ୍ୱର ଏକ ଓୟୋରେ ଜଣେ ଯୁବତୀ ତାଙ୍କ ପ୍ରେମିକ ସହ ରାତ୍ରୀଯାପନ କରିବାକୁ ଯାଇଥିବା ବେଳେ ସକାଳୁ ଯୁବତୀଙ୍କ ମୃତଦେହ ମିଳିଥିଲା । ତେଣୁ ସମ୍ଭୋଗ ସମୟରେ କେତେକ ଦିଗ ପ୍ରତି ବିଶେଷ ଧ୍ୟାନ ଦେବା ଉଚିତ । ଏମିତି ନ ହେଲେ ମଜା ହୋଇଯିବ ସଜା ।
ରିପୋର୍ଟ ଅନୁଯାୟୀ, ପ୍ରତି ୧୦ ହଜାରରେ ଜଣେ ବ୍ୟକ୍ତି ସେକ୍ସ ବେଳେ ହୃଦଘାତର ଶିକାର ହୋଇଥାନ୍ତି । ଶୃଙ୍ଗାର କ୍ରିଡା କାଳରେ ମୃତ୍ୟୁ ହେବାର ମୁଖ୍ୟ କାରଣ ପ୍ରତି ସଚେତନତାର ଆବଶ୍ୟକତା ରହିଛି । ଏହି ଏକନ୍ତ ମୁହୂର୍ତ୍ତକୁ ଅଧିକ ରୋମାଞ୍ଚକ କରିବାକୁ ଅନେକ ସମୟରେ ବ୍ୟକ୍ତି ଭାଏଗ୍ରା ପରି ଯୌନ ଉଦ୍ଦିପକ ଔଷଧ ସେବନ କରନ୍ତି । ଏପରି ଔଷଧ ସେବନ ଦ୍ୱାରା ବ୍ୟକ୍ତିର ମୃତ୍ୟୁ ହେବାର ବହୁ ସମ୍ଭାବନା ରହିଥାଏ । ତେଣୁ ପ୍ରକୃତିକ ଭାବେ ଏହି ଆନନ୍ଦପୂର୍ଣ୍ଣ ସମୟକୁ ଉପଭୋଗ କରିବାର ଆବଶ୍ୟକତା ରହିଛି ।
ସେହିପରି ସାଧାରଣତଃ ଶାରୀରିକ ଅସୁସ୍ଥତା ସମୟରେ ସମ୍ଭୋଗ କରିବା କାରଣରୁ ମଧ୍ୟ ମୃତ୍ୟୁ ହୋଇଥାଏ । ଏହି ସମୟରେ ଶରୀର ଦୁର୍ବଳ ଥାଏ । ଶରୀରରେ ସୃଷ୍ଟି ହେଉଥିବା ମାତ୍ରାଧିକ ଉତ୍ତେଜନା କାରଣରୁ ହୃଦସ୍ପନ୍ଦନ ପ୍ରଭାବତି ହୋଇ ହୃଦଘାତ ହୋଇଥାଏ । ଏହା ବ୍ୟତୀତ ଅସୁସ୍ଥତା ପାଇଁ ହାଇ ପାଓା୍ୱର ମେଡିସିନ ଖାଉଥିବା ସମୟରେ ସେକ୍ସ କରିବା ପ୍ରାଣହାନୀର କାରଣ ହେଉଥିବା ରିସର୍ଚ୍ଚରୁ ଜଣାପଡିଛି ।