fbpx

SAFF Championship: ଆଜି ଭାରତ-କୁଏତ ଫାଇନାଲ୍, ନବମ ଟାଇଟଲ ଲକ୍ଷ୍ୟରେ ଭାରତ

ନୂଆଦିଲ୍ଲୀ: ସାଫ୍ ଚାମ୍ପିୟନସିପ୍ ଫାଇନାଲ ମ୍ୟାଚ୍‌ରେ ଆଜି ଭାରତ ଏବଂ କୁଏତ ମୁହାଁମୁହିଁ ହେବେ । ବାଙ୍ଗଲୋରର ଶ୍ରୀ କାନ୍ତେରାଭା ଷ୍ଟାଡିୟମରେ ଏହି ମ୍ୟାଚ୍ ଖେଳାଯିବ । ଭାରତୀୟ ଫୁଟବଲ ଦଳ ଦ୍ୱିତୀୟ ଥର ପାଇଁ କୁଏତକୁ ଭେଟିବ । ଏହାପୂର୍ବରୁ ଗ୍ରୁପ୍ ଏରେ ଉଭୟ ମ୍ୟାଚ୍ ୧-୧ ଗୋଲରେ ଡ୍ର ରହିଥିଲା । ଏଭଳି ପରିସ୍ଥିତିରେ ଏହି ମ୍ୟାଚ୍ ବହୁତ ରୋମାଞ୍ଚକର ହେବାକୁ ଯାଉଛି ।

ସେମିଫାଇନାଲରେ ପେନାଲ୍ଟି ସୁଟ୍ ଆଉଟ୍ ରେ ଭାରତୀୟ ଫୁଟବଲ୍ ଦଳ ଲେବାନନ୍‌କୁ ୪-୨ ରେ ପରାସ୍ତ କରିଛି । କୁଏତ ବାଂଲାଦେଶକୁ ୧-୦ରେ ଜିତିଥିବା ଫାଇନାଲକୁ ଆସିଛି । ଡିଫେଣ୍ଡିଂ ଚାମ୍ପିଅନ୍ ଭାରତ ଏହାର ଚିତ୍ତାକର୍ଷକ ରେକର୍ଡ ବଜାୟ ରଖିବାକୁ ଏବଂ ଫାଇନାଲରେ କୁଏତକୁ ହରାଇ ନବମ ଥର ପାଇଁ ଏହି ଟାଇଟାଲ ହାସଲ କରିବାକୁ ଚେଷ୍ଟା କରିବ ।

ଭାରତ ନିଜ ଘରୋଇ ଗ୍ରାଉଣ୍ଡରେ ଖେଳିବାର ସୁବିଧା ପାଇବ କିନ୍ତୁ କୁଏତ ଖେଳାଳି କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ ଅଛନ୍ତି । ତେଣୁ ଭାରତ ପ୍ରଦର୍ଶନ କରିବା ସହଜ ହେବ ନାହିଁ । ଅଧିନାୟକ ସୁନୀଲ ଛେତ୍ରୀଙ୍କଠାରୁ ଭାରତୀୟ ପ୍ରଶଂସକମାନେ ପୁଣିଥରେ ଏକ ଭଲ ପ୍ରଦର୍ଶନ ଆଶା କରିବେ ।

Get real time updates directly on you device, subscribe now.