fbpx
BSKY
BJD MC SKY
BJD MS SKY

ଦଳିତ ଯୁବକଙ୍କୁ ପିଟି ପିଟି ହତ୍ୟା, ବଞ୍ଚାଇବାକୁ ଯାଇଥିବା ମା’କୁ ନିଃବସ୍ତ୍ର କରି ପିଟିଲେ ଦୁବୃର୍ତ୍ତ

ନୂଆଦିଲ୍ଲୀ: ମଧ୍ୟପ୍ରଦେଶ ସାଗର ଜିଲ୍ଲାରେ ଜଣେ ଦଳିତ ଯୁବକଙ୍କୁ ପିଟି ପିଟି ହତ୍ୟା କରାଯାଇଛି । କେବଳ ଏତିକି ନୁହେଁ ଯୁବକଙ୍କୁ ବଞ୍ଚାଇବାକୁ ଯାଇଥିବା ତାଙ୍କ ମା’ଙ୍କୁ ବି ଦୁବୃର୍ତ୍ତମାନେ ନିଃବସ୍ତ୍ର କରି ପିଟିଛନ୍ତି । ପ୍ରକୃତରେ କିଛିଦିନ ତଳେ ମୃତକଙ୍କ ଭଉଣୀଙ୍କ ସହିତ ଅଭିଯୁକ୍ତମାନେ ଦୁର୍ବ୍ୟବହାର କରିଥିଲେ । ଯାହାକୁ ନେଇ ଅଭିଯୁକ୍ତଙ୍କ ବିରୁଦ୍ଧରେ କେସ୍ ଦାଖଲ ହୋଇଥିଲା । ଅଭିଯୁକ୍ତମାନେ ପୀଡିତ ପରିବାର ଉପରେ ବୁଝାମଣା ରାଜିନାମା କରାଇବା ନେଇ ଚାପ ପକାଇ ଆସୁଥିଲେ । ଏବେ ଏହି ଘଟଣାକୁ ନେଇ ବିରୋଧୀ ଦଳ ବିଜେପିକୁ ଟାର୍ଗେଟ କରିଛନ୍ତି ।

ଏହି ଘଟଣା ଖୁରଇ ଦେହାତ ଥାନା କ୍ଷେତ୍ର ବରୋଦିଆ ନୌନାଗିରର । ଏଠାରେ ଗୁରୁବାର ରାତିରେ କିଛି ଦୁବୃର୍ତ୍ତ ଜଣେ ଦଳିତ ଯୁବକଙ୍କୁୁ ପିଟି ପିଟି ହତ୍ୟା କରିଛନ୍ତି । ନିଜ ପୁଅକୁ ରକ୍ଷା କରିବାକୁ ଆସିଥିବା ଯୁବକଙ୍କ ମାଙ୍କୁ ମଧ୍ୟ ଦୁବୃର୍ତ୍ତ ମାନେ ନିଃବସ୍ତ୍ର କରିବା ସହିତ ପିଟିଥିଲେ । ଏହି ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ୯ ଜଣ ଅଭିଯୁକ୍ତ ଓ ଅନ୍ୟ ୪ ଜଣଙ୍କ ବିରୋଧରେ ହତ୍ୟା ସହିତ ଅନ୍ୟ ଧାରାରେ କେସ୍ ରୁଜୁ କରିଛି ।

ଘଟଣାରେ ଅଭିଯୁକ୍ତ ସରପଞ୍ଚଙ୍କ ପତି ସହିତ ଅନ୍ୟମାନେ ଫେରାର ଅଛନ୍ତି । ଏହି ଘଟଣା ପରେ ଗାଁରେ ବହୁ ମାତ୍ରାରେ ପୋଲିସ ଫୋର୍ସ ମୁତୟନ ହୋଇଛନ୍ତି । ମୃତକଙ୍କ ପରିଜନ ନ୍ୟାୟ ଦାବୀ କରି ୪୦ ଘଣ୍ଟା ପର୍ଯ୍ୟନ୍ତ ମୃତଦେହର ଅନ୍ତିମ ସଂସ୍କାର କରି ନ ଥିଲେ । ମୃତକଙ୍କ ପରିବାର ପକ୍ଷରୁ ଦାବୀ କରାଯାଇଛି ସମସ୍ତ ଅଭିଯୁକ୍ତଙ୍କର ଘର ଉପରେ ବୁଲଡୋଜର ଚଲାଇ ଦିଆଯାଉ ।

ମୃତକଙ୍କ ଭଉଣୀ କହିଛନ୍ତି ଅଭିଯୁକ୍ତମାନେ ତାଙ୍କ ଭାଇ ଓ ମା’କୁ ବହୁତ ମାରିଥିଲେ । ସେମାନେ ମୋତେ ବି ମାରି ଦେଇଥାନ୍ତେ । ମୁଁ ସେଠାରୁ ଦୌଡି ଦୌଡି ଆସି ଜଙ୍ଗଲରେ ଲୁଚି ଯାଇଥିବାରୁ ଜୀବନ ବଞ୍ଚାଇ ପାରିଥିଲି । ଏହି ଘଟଣା ସମୟରେ ସେଠାରେ ୭୦ ଜଣ ଲୋକ ଉପସ୍ଥିତ ଥିଲେ । ସେମାନେ ପୂର୍ବରୁ ମୋ ସହିତ ଦୁର୍ବ୍ୟବହାର କରିଥିଲେ । ସେମାନେ ମାକୁ ନିଃବସ୍ତ୍ର କରିଦେଇଥିଲେ ଓ ଭାଇକୁ ପିଟି ପିଟି ମାରିଦେେଲେ ।

Get real time updates directly on you device, subscribe now.