fbpx

ସାଉଥ ଫିଲ୍ମ ଦେଖି ହତ୍ୟାକାରୀ କରୁଥିଲା ମର୍ଡର, ଟାର୍ଗେଟରେ ସିକ୍ୟୁରିଟି ଗାର୍ଡ

ଭୋପାଳ: ଗୋଟିଏ ହତ୍ୟାକାରୀ କିନ୍ତୁ ଘଟାଇଥିଲା ୪ଟି ମର୍ଡର । ଟାର୍ଗେଟରେ ଥିଲେ ସିକ୍ୟୁରିଟି ଗାର୍ଡ । ମଧ୍ୟପ୍ରଦେଶ ସାଗରରେ ଲୋକଙ୍କ ନିଦ ହଜାଇ ଦେଇଥିବା ସିରିଏଲ କିଲର ଏବେ ପୋଲିସ କବ୍ଜାରେ। ଭୋପାଳର ଖଜୁରୀ ପୋଲିସ ଷ୍ଟେସନ ଅଞ୍ଚଳରୁ ପୋଲିସ ଏହି ସାଇକୋ  ସିରିଏଲ କିଲରକୁ ଗିରଫ କରାଯାଇଛି। ଅଭିଯୁକ୍ତ ଗୁରୁବାର ରାତିରେ ଭୋପାଳରେ ଜଣେ ସିକ୍ୟୁରିଟି ଗାର୍ଡଙ୍କୁ ମଧ୍ୟ ହତ୍ୟା କରିଛି। ଏହି ହତ୍ୟାକାଣ୍ଡ ପରେ ସେ ମୃତକଙ୍କ ମୋବାଇଲ୍ ନିଜ ସାଥିରେ ନେଇ ଯାଇଥିଲେ। କିନ୍ତୁ ଘଟଣାରେ ସବୁଠାରୁ ଆଶ୍ଚର୍ଯ୍ୟକର କଥା ହେଉଛି, ୪ଜଣଙ୍କୁ ନିର୍ମମ ଭାବେ ହତ୍ୟା କରିଥିବା ଏହି ହତ୍ୟାକାରୀ, ସାଉଥ ଫିଲ୍ମ ଦେଖି ପ୍ରସ୍ତୁତ କରିଥିଲା ହତ୍ୟା ପୂର୍ବର ପ୍ରିପ୍ଲାନ ।

ସୂଚନା ଅନୁଯାୟୀ, ମଧ୍ୟପ୍ରଦେଶର ସାଗର ଜିଲ୍ଲାର ୨୦ ବର୍ଷିୟ ଶିବ ପ୍ରସାଦ ଗୋଣ୍ଡା ସାଉଥ ଫିଲ୍ମ ଦେଖି ଗ୍ୟାଙ୍ଗଷ୍ଟର ହେବାକୁ ସ୍ବପ୍ନ ଦେଖିଥିଲା । ଅଷ୍ଟମ ପାସ କରିବା ପରେ ଗୋଆରେ କିଛି ଦିନ କାମ କରିଥିଲା ହତ୍ୟାକାରୀ ଶିବ । ଜେରା ବେଳେ ମଧ୍ୟପ୍ରଦେଶ ପୋଲିସ ଏହି ସୂଚନା ପାଇଛି । ତେବେ ଗ୍ୟାଙ୍ଗଷ୍ଟର ହେବାର ସ୍ବପ୍ନକୁ ପୂରା କରିବାକୁ ଯାଇ ଶିବ କରିଥିଲା ମର୍ଡର । ସାଗର ଜିଲ୍ଲାରେ ଗତ କିଛି ବର୍ଷ ଧରି ନାଇଟ ଡ୍ୟୁଟିରେ କାମ କରୁଥିବା ୪ ଜଣ ସିକ୍ୟୁରିଟି ଗାର୍ଡଙ୍କୁ ଅତି ନିର୍ମମ ଭାବରେ ପଥର ଛେଚି ହତ୍ୟା କରିଥିଲା |

ଅଭିଯୁକ୍ତ ଶିବ ପ୍ରସାଦ ଜେରା ସମୟରେ ପୋଲିସକୁ କହିଥିଲା ଯେ, ଫିଲ୍ମ କେଜିଏଫ ୨ରେ ରକି ଭାଇ ଭୂମିକାରେ ଅଭିନୟ କରିଥିବା ୟଶଙ୍କ ଚରିତ୍ର ତାଙ୍କୁ ଖୁବ୍ ପ୍ରଭାବିତ କରିଥିଲା | ଏହି କାରଣରୁ ସେ ଗ୍ୟାଙ୍ଗଷ୍ଟର ହେବା ପାଇଁ ସିକ୍ୟୁରିଟି ଗାର୍ଡଙ୍କୁ ମର୍ଡର କରିବା ଆରମ୍ଭ କରିଥିଲେ । ରାତିରେ ଡ୍ୟୁଟିରେ ଶୋଇଥିବା ସିକ୍ୟୁରିଟି ଗାର୍ଡ ପାଲଟୁଥିଲେ ଏହି ହତ୍ୟାକାରୀର ସହଜ ଶିକାର | ଏହାପରେ ସେ ପଥର ଛେଚି ତାଙ୍କୁ ନିର୍ମମ ହତ୍ୟା କରିବା ପରେ, ମୃତକଙ୍କ ଟଙ୍କା ଏବଂ ମୋବାଇଲ୍ ଲୁଟ କରି ଘଟଣା ସ୍ଥଳରୁ ଫେରାର ହୋଇଯାଉଥିଲା । ହତ୍ୟାକାରୀ ଶିବର ଇଚ୍ଛା ଥିଲା କମ୍ ସମୟ ମଧ୍ୟରେ ଅଧିକ ଟଙ୍କା ରୋଜଗାର କରିବା ଏବଂ ଗ୍ୟାଙ୍ଗଷ୍ଟାର ଭାବେ ଅପରାଧ ଦୁନିଆରେ ରାଜ୍ କରିବା । କିନ୍ତୁ ଶେଷରେ ଆଇନ ହାତରୁ ଖସି ପାରି ନଥିଲା ଶିବ  | ମୃତକଙ୍କ ଠାରୁ ଲୁଟ କରିଥିବା ମୋବାଇଲ ଲୋକେଶନକୁ ଟ୍ରେସ କରି ଭୋପାଳର ଲାଲଘାଟି ଇଲାକାରେ ତାକୁ ଗିରଫ କରିଥିଲା ପୋଲିସ |

Get real time updates directly on you device, subscribe now.