fbpx

(Breaking)ହିଂସା ଛାଡି ମୁଖ୍ୟସ୍ରୋତରେ ସାମିଲ ହେବାକୁ ଶାହାଙ୍କ ଆହ୍ୱାନ

ନୂଆଦିଲ୍ଲୀ: ଦିଲ୍ଲୀରେ ସ୍ୱରାଷ୍ଟ୍ର ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନକ୍ସଲ ନିପାତ ସମ୍ପର୍କିତ ବୈଠକ ଜାରି । ବୈଠକରେ ୮ ନକ୍ସଲ ପ୍ରବଣ ରାଜ୍ୟର ମୁଖ୍ୟମନ୍ତ୍ରୀ ସାମିଲ । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମଧ୍ୟ ସାମିଲ ହୋଇଛନ୍ତି । ବୈଠକରେ ସ୍ୱରାଷ୍ଟ୍ର ମନ୍ତ୍ରୀ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ, ଗୃହମନ୍ତ୍ରୀ ତଥା ଡିଜିପିଙ୍କୁ ନକ୍ସଲ ଦମନ ପାଇଁ ଅଭିନନ୍ଦନ ଜଣାଇଛନ୍ତି ।

ଶାହା କହିଛନ୍ତି, ଚଳିତ ବର୍ଷ ଆରମ୍ଭରୁ ଏଯାଏଁ ୧୯୪ ନକ୍ସଲ ମଲେଣି, ୮୦୧ଙ୍କୁ ଗିରଫ କରାଯାଇଛି ଓ ୭୪୨ ନକ୍ସଲ ଆତ୍ମସମର୍ପଣ କଲେଣି । ଏହି ବୈଠକରେ ଶାହା ନକ୍ସଲ ସହ ଜଡିତ ଯୁବକ, ଯୁବତୀଙ୍କୁ ହିଂସା ପଥ ଛାଡି ସମାଜରେ ମୁଖ୍ୟସ୍ରୋତରେ ସାମିଲ ହେବାକୁ ଆହ୍ୱାନ ଦେଇଛନ୍ତି । ସେମାନେ ନକ୍ସଲିଜିମ ଛାଡି ମୁଖ୍ୟସ୍ରୋତରେ ସାମିଲ ହେଲେ ସେମାନଙ୍କୁ ପାଇଁ ରାଜ୍ୟ ପକ୍ଷରୁ ଥଇଥାନ ବ୍ୟବସ୍ଥା କରାଯାଇଛି । ଏହି ସବୁର ଫାଇଦା ଉଠାଇବାକୁ ଶାହା ନକ୍ସଲଙ୍କୁ ଆହ୍ୱାନ ଦେଇଛନ୍ତି । ଏକ ଉନ୍ନତ ଓ ସମ୍ମାନଜନକ ଜୀବନ ଅତିବାହିତ କରିପାରିବେ ନକ୍ସଲ ବୋଲି କହିଛନ୍ତି ସାହା ।

ଏଥିସହ, ଦେଶରେ ବିଗତ ୧୦ ବର୍ଷରେ ନକ୍ସଲ କାର୍ଯ୍ୟକଳାପରେ ହ୍ରାସ ହୋଇଥିବା କହିବା ସହ ଶାହା ସନ୍ତୋଷ ବ୍ୟକ୍ତ କରିଛନ୍ତି । ଦେଶରେ ନକ୍ସଲିଜିମ ଶେଷ ହେବାକୁ ଯାଉଛି । ୨୦୧୬ ସୁଦ୍ଧା ଦେଶ ସମ୍ପୂର୍ଣ୍ଣରୂପେ ନକ୍ସଲ ମୁକ୍ତ ହୋଇଯିବ ବୋଲି ବୈଠକରେ ଦୃଢୋକ୍ତି ବ୍ୟକ୍ତ କରିଛନ୍ତି ଶାହା ।

Get real time updates directly on you device, subscribe now.