fbpx

କେତେ ଦରମା ନିଅନ୍ତି ଦୀପିକା ପାଦୁକୋନଙ୍କ ବଡିଗାର୍ଡ ? ଶୁଣିଲେ ପାଦତଳୁ ଖସିଯିବ ମାଟି

Advertisement

ବଲିଉଡର ସଫଳ ଅଭିନେତ୍ରୀ ମଧ୍ୟରେ ଦୀପିକା ପାଦୁକୋନ୍ ଅନ୍ୟତମ । ଶାହାରୁଖ ଖାନଙ୍କ ସହ କ୍ୟାରିୟର ଆରମ୍ଭ କରିଥିବା ଦୀପିକା ନିଜ ସୋସିଆଲ ମିଡିଆରେ ବି ବେଶ ଆକ୍ଟିଭ୍ ରଖିଥାନ୍ତି । ତେବେ କିଛି ବଲିଡଉ ଷ୍ଟାରମାନେ ସେଲିବ୍ରିଟ ଭିଡରୁ ନିଜକୁ ରକ୍ଷା କରିବା ପାଇଁ ବଡିଗାର୍ଡ ବା ବ୍ୟକ୍ତିଗତ ସୁରକ୍ଷାକର୍ମୀ ରଖିଥାନ୍ତି । ସେହିପରି ଦୀପିକାଙ୍କ ଜଣେ ଅଙ୍ଗରକ୍ଷୀ ବହୁ ବର୍ଷରୁ ତାଙ୍କର ସହ ଅଛନ୍ତି । ତାଙ୍କର ନାମ ଜଲାଲ । ଦୀପିକା ତାଙ୍କ ଉପରେ ବହୁତ ବିଶ୍ୱାସ କରନ୍ତି । ଜଲାଲ ମଧ୍ୟ ଦୀପିକାଙ୍କୁ ବିଭିନ୍ନ ଯାତ୍ରାଠାରୁ ସୁଟିଂ ପର୍ଯ୍ୟନ୍ତ ସୁରକ୍ଷିତ ରଖିଛନ୍ତି । ଦୀପିକା ଜଲାଲଙ୍କୁ ଜଣେ ଅଙ୍ଗରକ୍ଷୀ ନୁହେଁ, ବରଂ ଭାଇ ବୋଲି ଭାବନ୍ତି ।

କିନ୍ତୁ ଅଙ୍ଗରକ୍ଷୀ ହିସାବରେ ଜଲାଲ କେତେ ଦରମା ନେଉଛନ୍ତି, ଆପଣ ଜାଣିଛନ୍ତି କି? ଶୁଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ । ଖବର ମୁତାବକ, ୨୦୧୭ମସିହାରେ ଦୀପିକା ଜଲାଲଙ୍କୁ ବର୍ଷକୁ ୮୦ଲକ୍ଷ ଟଙ୍କା ଦରମା ଦେଉଥିଲେ । ଅର୍ଥାତ୍ ତାଙ୍କୁ ମାସକୁ ୬.୬ଲକ୍ଷ ଟଙ୍କାରୁ ଅଧିକ ଅର୍ଥ ମିଳୁଥିଲା । କିନ୍ତୁ ବର୍ତ୍ତମାନ ଜଲାଲଙ୍କ ଦରମା ବାର୍ଷିକ ୧କୋଟି ଛୁଇଁଥିବ ବୋଲି ଆଶଙ୍କା କରାଯାଉଛି ।

Get real time updates directly on you device, subscribe now.