fbpx

ଆର୍ଯ୍ୟନ ଖାନ ଗିରଫ: ବିଳମ୍ବିତ ରାତିରେ ମନ୍ନତରେ ପହଞ୍ଚିଲେ ସଲମାନ୍, ମୁମ୍ବାଇର ଭିନ୍ନ ଭିନ୍ନ ଜାଗାରେ ଚଢ଼ାଉ

Advertisement

ମୁମ୍ବାଇ: କ୍ରୁଜରେ ରେଭ୍ ପାର୍ଟି କରୁଥିବା ବେଳେ ଏନସିବି ହାତରେ ଧରାପଡ଼ିଥିବା ସୁପରଷ୍ଟାର୍ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ୍ ଖାନଙ୍କୁ ରବିବାର ଦିନ ଏନସିବି ଗିରଫ କରିଛ୍ରି । ଏହା ଏବେ ଚର୍ଚ୍ଚାରେ ରହିଛି । ମୁମ୍ବାଇରୁ ଗୋଆ ଅଭିମୁଖେ ଯାଉଥିବା କ୍ରୁଜରେ ଚାଲିଥିବା ରେଭ୍ ପାର୍ଟିରେ ଏନସିବି ଚଢ଼ାଉ କରିବା ପରେ ସେଠାରୁ ବିପୁଳ ପରିମାଣରେ ଡ୍ରଗ୍ସ ଜବତ କରାଯାଇଛି । ଅନ୍ୟପଟେ ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ବାନ୍ଦ୍ରା, ଅନେ୍ଧରୀ, ଲୋଖଣ୍ଡବାଲାରେ ଚଢ଼ାଉ କରିବା ପରେ ଏନସିବି ଜଣେ ଡ୍ରଗ୍ସ ସପ୍ଲାଏର୍ କୁ ହେପାଜତକୁ ନେଇଛି ।

ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ୍ ବ୍ୟୁରୋ ଗିରଫ କରିବା ପରେ ସୁପରଷ୍ଟାର ସଲମାନ ଖାନ ବିଳମ୍ବିତ ରାତିରେ ଶାହରୁଖଙ୍କ ଘରେ ପହଞ୍ଚିଥିଲେ । ସେଠାରେ କିଛି ସମୟ ରହିବା ପରେ ଚାଲି ଯାଇଥିଲେ । ସୂଚନା ଥାଉ ଯେ, ଏନସିବି ଅଧିକାରୀ ମାନେ କ୍ରୁଜ୍ ରେ ଡ୍ରଗ୍ସ ପାର୍ଟି ଚାଲିଥିବା ବେଳେ ଚଢ଼ାଉ କରିଥିଲା । ଏଥିରେ ଆର୍ଯ୍ୟନ୍ ଖାନଙ୍କୁ ଗିରଫ କରାଯାଇଥିବା ବେଳେ ତାଙ୍କ ସହିତ ଆଉ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଅରବାଜ୍ ସେଠ୍ ମେଚଣ୍ଟ ଳଓ ମୁନମୁନ ଧମେଚାଙ୍କୁ ଗିରଫ କରାଯାଇଛି ।

Get real time updates directly on you device, subscribe now.