ସିକନ୍ଦରର ରିଲିଜ ମଧ୍ୟରେ ସଲମାନଙ୍କୁ ମିଳୁଛି ଲରେନ୍ସ ବିଷ୍ଣୋଇଙ୍କ ଧମକ, ଅଭିନେତା କହିଲେ- ମୋର ଯେତିକି ଆୟୁଷ ଲେଖାଯାଇଛି..

ସଲମାନଙ୍କ ଫିଲ୍ମ ରିଲିଜ ହୋଇନାହିଁ.. ମିଳୁଛି ଖାଲି ବିଷ୍ଣୋଇଙ୍କଠାରୁ ଧମକ

ନୂଆଦିଲ୍ଲୀ: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କର ମୋଷ୍ଟ ଆୱେଟେଡ ଫିଲ୍ମ ‘ସିକନ୍ଦର’ ରିଲିଜ ହେବାର ସମସ୍ତ ପ୍ରସ୍ତୁତି ସରିଛି। ଏହି ଫିଲ୍ମର ନିର୍ମାତା ସାଜିଦ ନାଡିୟାଡୱାଲା, ଏବଂ ଏଥିରେ ରଶ୍‌ମିକା ମନ୍ଦାନା ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବେ।

ଏହି ଫିଲ୍ମ ୩୦ ମାର୍ଚ୍ଚ ୨୦୨୫ରେ ସିନେମା ହଲରେ ରିଲିଜ କରାଯିବ। ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗରୁ ମୃତ୍ୟୁର ଧମକ ଆସୁଛି। ଏ ନେଇ ସଲମାନ ଖୁଲାସା କରିଛନ୍ତି।

ସଲମାନ ଖାନ ଗତ କିଛି ଦିନରେ ନିଜର ଫିଲ୍ମ ସିକନ୍ଦର ରିଲିଜ ପାଇଁ ବ୍ୟସ୍ତ ଅଛନ୍ତି। ଏହାରି ମଧ୍ୟରେ ସେ ଏକ ଇଣ୍ଟରଭ୍ୟୁରେ ଖୋଲାଖୋଲି ଭାବେ କଥା ହୋଇଛନ୍ତି।

ଧମକକୁ ନେଇ କଣ କହିଲେ ସଲମାନ: ବିଗତ କିଛି ଦିନରେ ସଲମାନଙ୍କୁ ଲରେନ୍ସ ବିଷ୍ଣୋଇଙ୍କ ଠାରୁ ଅନେକ ଥର ଧମକ ମିଳିବା କଥା ସାମ୍ନାକୁ ଅସିଛି।

ଏହି ଇଣ୍ଟରଭ୍ୟୁରେ ସଲମାନଙ୍କୁ ପଚରାଯାଇଥିଲା ଯେ, ତାଙ୍କୁ ନିଜ ସୁରକ୍ଷାର ଚିନ୍ତା ଅଛି କି? ଏହି ପ୍ରଶ୍ନର ଉତ୍ତରରେ କହିଛନ୍ତି, “ଭଗବାନ, ଆଲ୍ଲା ସବୁ ସମାନ। ସେ ଯେତିକି ଆୟୁଷ ଲେଖିଛନ୍ତି, ସେତିକି ଦିନ ହିଁ ମୁଁ ବଞ୍ଚିବି। ବେଳେବେଳେ ଅନେକ ଲୋକଙ୍କୁ ନେଇ ଚାଲିବାକୁ ପଡେ, ଏହା ସମସ୍ୟା ହୋଇଯାଏ।”