fbpx

ଭିକିଙ୍କ ‘Tauba Tauba’ ରେ ଘାଇଲା ହେଲେ ସଲମାନ, ପ୍ରଶଂସା କଲେ, କହିଲେ ‘ଜବରଦସ୍ତ ଡ୍ୟାନ୍ସ’

Advertisement

ଓଡିଶା ଭାସ୍କର: ଭିକି କୌଶଲ ଏବେ ନିଜର ଅପକମିଂ ସିନେମା ‘ବୈଡ ନ୍ୟୁଜ’ ( Bad Newz)  ପାଇଁ ଚର୍ଚ୍ଚାରେ ରହିଛନ୍ତି । ଏହି ସିନେମା ରିଲିଜ ହେବାର ପାଦଦେଶରେ ଅଛି ଓ ଅଭିନେତା ଭିକି କୌଶଲ ଜୋରସୋରରେ ଏହାର ପ୍ରମୋସନରେ ଲାଗିଛନ୍ତି । ସିନେମାରେ ଭିକିଙ୍କ ସହ ଏମି ୱିର୍କ ଓ ତୃପ୍ତି ଡିମରୀ ମଧ୍ୟ ନଜର ଆସିବେ । ଏହି ସିନେମାର ଗୋଟିଏ ଗୀତ ରିଲିଜ ହେବା ଦିନଠୁ ହିଁ ଭାଇରାଲ ହେବାରେ ଲାଗିଛି । ଏହି ଗୀତକୁ ଯେକେହି ବି ପ୍ରଶଂସା କରୁଛନ୍ତି । ଗୀତର ନାମ ହେଉଛି ‘ତୌବା ତୌବା’ (Tauba Tauba) । ଫ୍ୟାନ୍ସଙ୍କଠୁ ଆରମ୍ଭ କରି ସେଲିବ୍ରିଟି ପର୍ଯ୍ୟନ୍ତ ସମସ୍ତେ ଏଥିରେ ମନ୍ତ୍ରମୁଗ୍ଧ ହେଉଛନ୍ତି । ଇତିମଧ୍ୟରେ ଏଥିରେ ସାମିଲ ହୋଇଛନ୍ତି ବଲିଉଡ ଭାଇଜାନ ସଲମାନ ଖାନ ।
ସଲମାନ ଭିକିଙ୍କ ଏହି ଗୀତରେ ତାଙ୍କର ଡ୍ୟାନ୍ସକୁ ପ୍ରଶଂସା କରିଛନ୍ତି । ଏଥିସହିତ ନିଜର ଇନଷ୍ଟାଗ୍ରାମ ଷ୍ଟୋରୀରେ ମଧ୍ୟ ତାଙ୍କର ଡ୍ୟାନ୍ସକୁ ସେୟାର କରିଛନ୍ତି । ନିଜେ ଭିକି ସଲମାନ ଖାନଙ୍କ ଏଭଳି ପ୍ରଶଂସାରେ ଶତମୁଖ ହୋଇ ଉଠିଛନ୍ତି । ତାହାସହ ବିଳମ୍ବ ନ କରି ହିଁ ସେ ସଲମାନ ଖାନଙ୍କ ପୋଷ୍ଟର ଉତ୍ତର ରଖିଛନ୍ତି । ସେ ଇନଷ୍ଟାଗ୍ରାମରେ ‘ତୌବା ତୌବା’ ଗୀତରେ ଭିକିଙ୍କ ଡ୍ୟାନ୍ସ ସେୟାର କରି ଲେଖିଛନ୍ତି, ‘ଶାନଦାର ମୁଭ ଭିକି, ସଙ୍ଗସ ଅଚ୍ଛା ଲଗ ରହା ହୈ’ । ସଲମାନଙ୍କ ଶୁଭକାମନା ପରେ ଭିକି ତାହାକୁ ବିଶ୍ୱାସ କରି ପାରି ନ ଥିବା କହିଛନ୍ତି । ସେ ପ୍ରତ୍ୟୁତ୍ତରରେ ଲେଖିଛନ୍ତି, ‘ଆପ ବହୁତ ପ୍ୟାରେ ହୈ ସଲମାନ ସାର’ ।

Get real time updates directly on you device, subscribe now.