fbpx

ବିଗବସ୍ ହୋଷ୍ଟ ପାଇଁ ସଲମନ ଖାନ୍ ନିଅନ୍ତି ଏତିକି କୋଟି : ମିଛ ହେଲା ୧୦୦୦ କୋଟିର ଦାବି

ମୁମ୍ବାଇ: କଲର୍ସର ଲୋକପ୍ରୀୟ ରିଆଲିଟି ଶୋ ହେଉଛି ବିଗ୍ ବସ । ଯାହାର ସିଜନ ୧୬ ଅକ୍ଟୋବର ୧ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଏହାକୁ ନେଇ ଦର୍ଶକଙ୍କ ମନରେ ଉତ୍କଣ୍ଠା ଭରି ଯାଇଛି । ତେବେ ବିଗ ବସ୍ କଥା ଉଠିଲେ ପ୍ରଥମେ ସମସ୍ତଙ୍କ ମନରେ ଗୋଟିଏ ଚେହେରା ଏବଂ ଗୋଟିଏ ନାଁ ଆସେ, ସେ ହେଉଛନ୍ତି ସଲମଲ ଖାନ୍ । ଯାହାଙ୍କ ବିନା ବିଗ ବସ ରିଆଲିଟି ଶୋ ଅସମ୍ପୂର୍ଣ୍ଣ ଅଟେ ।

ତେବେ ନିକଟରେ ସଲମନ ଖାନଙ୍କୁ ନେଇ କିଛି କଥା ସାମ୍ନାକୁ ଆସିଥିଲା । ଯେଉଁଥିରେ ସଲମନ ଖାନ୍ ବିଗବସର ଏହି ଶୋ ପାଇଁ ୧୦୦୦ କୋଟି ଟଙ୍କା ଚାର୍ଚ୍ଚ କରିଥିଲେ । ଯାହାକି ବର୍ତ୍ତମାନ ମିଛ ବୋଲି ଜଣା ପଡିଛି । ଏତତ୍ ବ୍ୟତୀତ ଶୋରେ ଆସିବାକୁ ଥିବା ପ୍ରତିଯୋଗୀଙ୍କ ଲିଷ୍ଟକୁ ନେଇ କମ୍ରାଗତ ଭାବରେ କଳ୍ପନା ଜଳ୍ପନା କରାଯାଉଥିବା ବେଳେ ବର୍ତ୍ତମାନ ପର୍ଯ୍ୟନ୍ତ ଫାଇନାଲ ଲିଷ୍ଟ ଆସିନାହିଁ । କିନ୍ତୁ ଏହି ସବୁ ମଧ୍ୟରେ ସଲମନ ଖାନଙ୍କ ଫିସ କୁ ନେଇ ପ୍ରତ୍ୟେକ ଦିନ କିଛି ନା କିଛି ତଥ୍ୟ ସାମ୍ନାକୁ ଆସୁଛି । ଯାହାକୁ ନେଇ ବର୍ତ୍ତମାନ ସବୁଠି ଚର୍ଚ୍ଚା ଜୋର ଧରିଛି ।

ସଲମନ ଖାନ ହେଉଛନ୍ତି ବିଗବସ୍ ଶୋ ର ଜୀବନ । ତାଙ୍କ ବିନା ବିଗବସ୍ ଶୋ ପୁରା ହୋଇ ପାରିବ ନାହିଁ । ତେବେ ଏହି ଶୋ ପାଇଁ ସଲମନ ଖାନ ଯେତିକି ଆବଶ୍ୟକ ତାଙ୍କ ଫିସ୍ ଚାର୍ଚ୍ଚ ମଧ୍ୟ ସେତିକି ଅଧିକ । ତେବେ ସଲମନ ବିଗବସ ହୋଷ୍ଟ ପାଇଁ କୋଟି କୋଟି ଟଙ୍କା ଚାର୍ଚ୍ଚ କରିଥାନ୍ତି । ଯାହା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ତେବେ ସଲମନ ବିଗବସ୍ ୧୫ ପାଇଁ ୩୫୦ କୋଟି ଟଙ୍କା ଚାର୍ଚ୍ଚ କରିଥିଲେ । ତେବେ ଓଟିଇଟି ପ୍ଲଟଫର୍ମ ପାଇଁ ବିଗବସ କ୍ଷତି ସହିଥିବାରୁ ଚଳିତ ସିଡନରେ ସଲମନ ଆଲ ତାଙ୍କ ଫିସ ଚାର୍ଚ୍ଚ ବଢାଇ ନଥିବା ଜଣା ପଡିଛି । ତେବେ ମିଳିଥିବା ସୂଚନା ଅନୁଯାୟୀ ଚଳିତ ଥର ବିଗବସ ହୋଷ୍ଟ ପାଇଁ ସଲମନ ଖାନ୍ ତାଙ୍କ ପୂର୍ବ ଚାର୍ଚ୍ଚ ହିସାବରେ ଫିସ ନେଇ ପାରନ୍ତି ।

Get real time updates directly on you device, subscribe now.