ସଲମାନ ଖାନଙ୍କୁ ହତ୍ୟା ଧମକ ନେଇ ମୁହଁ ଖୋଲିଲେ ବାପା, ‘ମୋ ପୁଅ ଜୀବନରେ ଅସରପା ମଧ୍ୟ ମାରିନି’

ନୂଆଦିଲ୍ଲୀ: ଏନସିପି ନେତା ବାବା ସିଦ୍ଦିକିଙ୍କ ହତ୍ୟା ପରେ ସଲମାନ ଖାନଙ୍କ ସୁରକ୍ଷାକୁ ନେଇ ଚିନ୍ତା ବଢିବାରେ ଲାଗିଛି । ସଲମାନ ଖାନଙ୍କୁ ହତ୍ୟା ଧମକ ମିଳିବା ପରେ ସୁରକ୍ଷା ବ୍ୟବସ୍ଥାକୁ ଆହୁରି କଡାକଡି କରାଯାଇଛି । ଏହାରି ଭିତରେ ଆଜି ମୁହଁ ଖୋଲିଛନ୍ତି ସଲମାନ ଖାନଙ୍କ ବାପା ସଲିମ୍ ଖାନ୍ । ବାବା ସିଦ୍ଦିକିଙ୍କ ହତ୍ୟା ସହିତ ସଲମାନ ଖାନଙ୍କ କୌଣସି ସମ୍ପର୍କ ନଥିବା ସେ ସ୍ପଷ୍ଟ କରିଛନ୍ତି ।

ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେବା ସମୟରେ ତାଙ୍କ ବାପାଙ୍କୁ ଅନେକ ପ୍ରଶ୍ନ ପଚରାଯାଇଥିଲା । ବାବା ସିଦ୍ଦିକିଙ୍କ ସହିତ ସଲମାନ ଖାନଙ୍କ ବନ୍ଧୁତା ପାଇଁ ତାଙ୍କୁ ହତ୍ୟା କରାଯାଇଛି କି ବୋଲି ପଚାରିବାରୁ ସେ କହିଛନ୍ତି, ବାବା ସିଦ୍ଦିକିଙ୍କ ହତ୍ୟା ପଛରେ ମା ପୁଅର କୌଣସି ଲିଙ୍କ୍ ନାହିଁ । ହତ୍ୟାକୁ ନେଇ ସଲମାନଙ୍କୁ କାହିଁକି ଯୋଡାଯାଉଛି ତାହା ଜଣାପଡୁ ନାହିଁ । ବାବା ସିଦ୍ଦିକିଙ୍କ ହତ୍ୟା ସହିତ ଲରେନ୍ସ ବିଷ୍ଣୋଇଙ୍କର ସମ୍ପର୍କ ରହିଛି । ସଲମାନଙ୍କ ସହିତ ଏନେଇ କୌଣସି ସମ୍ପର୍କ ନାହିଁ ।

ସେ ସାକ୍ଷାତକାରରେ ଆହୁରି ମଧ୍ୟ କହିଛନ୍ତି ଯେ, ସଲମାନ ଖାନ କ୍ଷମା ମାଗିବେ ନାହିଁ । କାରଣ ସେ କଦାପି ପଶୁ ଶିକାର କରିନାହାଁନ୍ତି । କ୍ରମାଗତ ଧମକ ଯୋଗୁଁ ତାଙ୍କ ସମଗ୍ର ପରିବାର ଅସୁବିଧାରେ ପଡିଛନ୍ତି । ସଲିମ ଖାନ କହିଛନ୍ତି, ସଲମାନ ଜୀବନରେ କେବେ ଅସରପା ମଧ୍ୟ ମାରିନାହାନ୍ତି । ଆମ ପରିବାର ଅହିଂସାରେ ବିଶ୍ବାସ କରେ ନାହିଁ ।

Get real time updates directly on you device, subscribe now.