fbpx

‘ସିଙ୍ଘମ-୩’ ଏଣ୍ଟ୍ରି କରିବେ ଭାଇଜାନ୍ ସଲମାନ୍! ଅଜୟଙ୍କ ସହ କ୍ରାଇମ୍ ରୋକିବେ ଦବଙ୍ଗ ଖାନ୍ ଚୁଲବୁଲ ପାଣ୍ଡେ

ମୁମ୍ବାଇ: ଆକ୍ସନ ଷ୍ଟାର ନିର୍ଦ୍ଦେଶକ ରୋହିତ ଶେଟ୍ଟୀଙ୍କ ଅପକମିଙ୍ଗ ସିନେମା ‘ସିଙ୍ଘମ୍-୩’କୁ ନେଇ ଖୁବ ଚର୍ଚ୍ଚା ଲାଗି ରହିଛି । ଅଜୟ ଦେବଗନ୍, ଅକ୍ଷୟ କୁମାର ଏବଂ ରଣବୀର ସିଂହଙ୍କ ସମେତ ଅନେକ ଷ୍ଟାରଙ୍କୁ ଏହି ସିନେମାରେ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି । ଅନେକ ସୁପରଷ୍ଟାର ଏହି ଫିଲ୍ମରେ କ୍ୟାମିଓ ରୋଲ୍ କରିବେ ବୋଲି ମଧ୍ୟ ଦର୍ଶକଙ୍କ ମଧ୍ୟରେ ଉତ୍ସାହ ଦେଖାଯାଉଛି । ବର୍ତ୍ତମାନ ଏହାକୁ ନେଇ ଆଉ ଏକ ଖବର ସାମନାକୁ ଆସିଛି । ରିପୋର୍ଟରୁ ଜଣାଯାଇଛି ଯେ, ଏହି ସିନେମାରେ ଦବଙ୍ଗ ଷ୍ଟାର ସଲମାନ ଖାନ୍ ମଧ୍ୟ ଏଣ୍ଟ୍ରି କରିବେ । ଇଣ୍ଟରନେଟରେ ଏହାର ଏକ ଫଟୋ ଏବେ ଖୁବ ଭାଇରାଲ ହେଉଛି ।

ଇଣ୍ଟରନେଟରେ ବର୍ତ୍ତମାନ ବଲିଉଡର ଭାଇଜାନ୍ ସଲମାନ ଖାନଙ୍କର ଏକ ଫଟୋ ଖୁବ ଭାଇରାଲ ହେଉଛି । ଏହି ଫଟୋ ରୋହିତ ଶେଟ୍ଟୀଙ୍କ କପ୍ ୟୁନିଭର୍ସ ‘ସିଙ୍ଘମ-୩’ର ଏକ ଫଟୋ ବୋଲି କୁହାଯାଉଛି । ଜଣେ ୟୁଜର ଏହି ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଏହି ଫଟୋ ସହ ସେ ଲେଖିଛନ୍ତି ଯେ, ‘ସିଙ୍ଘମ-୩’ରେ ସଲମାନ ଖାନଙ୍କ କ୍ୟାମିଓ ଲିକ୍ ହୋଇଛି । ଏହି ଫଟୋ ଅଜୟ ଦେବଗନ୍ ଏବଂ ସଲମାନ୍ ଖାନ୍ ଉଭୟଙ୍କୁ ପୋଲିସ ୟୁନିଫର୍ମରେ ଦେଖିବାକୁ ମିଳିଛି । ତେଣୁ ଆଶା କରାଯାଉଛି ଯେ, ରୋହିତ ଏବଂ ଅଜୟଙ୍କ ଅପକମିଙ୍ଗ ମୋଭି ‘ସିଙ୍ଘମ୍-୩’ରେ ଦବଙ୍ଗ ଷ୍ଟାର ସଲମାନ୍ ଖାନ୍ ଚୁଲବୁଲ ପାଣ୍ଡେ ଭାବରେ କ୍ୟାମିଓ କରିପାରନ୍ତି । ଏହାବ୍ୟତୀତ ସିନେମାରେ ରଣବୀର ସିଂହ(ସିମ୍ବା- ସଂଗ୍ରାମ ଭାଲେରାଓ) ଏବଂ ଅକ୍ଷୟ କୁମାର(ସୂର୍ଯ୍ୟବଂଶୀ- ବୀର ସୂର୍ଯ୍ୟଂବଶୀ) ଚଳଚ୍ଚିତ୍ରରେ ଏଣ୍ଟ୍ରି କରି ସାରିଛନ୍ତି ।

ରୋହିତ ଶେଟ୍ଟୀ ବର୍ତ୍ତମାନ ଭାରତର ବିଗେଷ୍ଟ ଏଣ୍ଟରଟେନର୍ସ ମଧ୍ୟରୁ ଜଣେ । ରୋହିତଙ୍କ ଅଧିକାଂଶ ଫିଲ୍ମ ବକ୍ସ ଅଫିସରେ ସୁପରହିଟ୍ ସାବ୍ୟସ୍ତ ହୋଇଛି । ତେବେ ଅଜୟ ଦେବଗନ୍, ରଣବୀର ସିଂହ, ଅକ୍ଷୟ କୁମାର ଏବଂ ଶାହରୁଖ ଖାନଙ୍କ ସହ କାମ କରି ସାରିଥିବା ବେଳେ ସଲମାନଙ୍କ ସହ କୌଣସି ପ୍ରୋଜେକ୍ଟ କରିନାହାନ୍ତି ରୋହିତ । ତେଣୁ ସେ ସଲମାନ୍ ଖାନଙ୍କ ସହ ସିନେମା କରିବା ପାଇଁ ଇଚ୍ଛା ରଖିଛନ୍ତି । ତେବେ ‘ସିଙ୍ଘମ୍ ଏଗେନ୍’ରେ ସଲମାନଙ୍କ ଏଣ୍ଟ୍ରି ନେଇ ବର୍ତ୍ତମାନ ସୁଦ୍ଧା କୌଣସି ଅଫିସିଆଲ ଘୋଷଣା ହୋଇନାହିଁ । କିନ୍ତୁ ଏ ନେଇ ସୋସିଆଲ ମିଡିଆରେ ଏବେ ଖୁବ ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.