(Video) ମହାରାଷ୍ଟ୍ର ଏବଂ ୟୁପିରେ ସିଟ ବଣ୍ଟନକୁ ନେଇ ଅଖିଳେଶ ଯାଦବଙ୍କ ବଡ଼ ବୟାନ, କାଲି ମୁମ୍ବାଇ ଯିବେ ସପା ମୁଖ୍ୟ

ନୂଆଦିଲ୍ଲୀ: ସମାଜବାଦୀ ପାର୍ଟୀ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଲଢିବ। ସପା ମୁଖ୍ୟ ଅଖିଳେଶ ଯାଦବ ଗୁରୁବାର ଦିନ କହିଛନ୍ତି ଯେ, ସେ କାଲି ଅର୍ଥାତ ଶୁକ୍ରବାର ଦିନ ମହାରାଷ୍ଟ୍ର ଯାଉଛନ୍ତି। ସପା ଇଣ୍ଡିଆ ମେଣ୍ଟର ନେତାମାନଙ୍କୁ କିଛି ସିଟ ମାଗିଛନ୍ତି। ଅଖିଳେଶ କହିଛନ୍ତି ଯେ, ଆମର ଦୁଇଜଣ ବିଧାୟକ ସେଠାରେ ପ୍ରଥମରୁ ହିଁ ଥିଲେ। ଆଶା ରହିଛି ଯେ, ଏଥର ଆମକୁ ତା’ଠାରୁ ଅଧିକ ସିଟ ମିଳିବ।

ମହାରାଷ୍ଟ୍ର ଏବଂ ଉତ୍ତର ପ୍ରଦେଶରରେ ସିଟ ବଣ୍ଟନ ଉପରେ ଅଖିଳେଶ ଯାଦବ କହିଛନ୍ତି ଯେ, ଆମର ପ୍ରୟାସ ରହିବ ଯେ, ଇଣ୍ଡିଆ ମେଣ୍ଟ ସହ ଲଢିବୁ। ଆମେ ସିଟ୍ ମାଗିଛୁ। ଆମକୁ ବିଶ୍ୱାସ ରହିଛି ଯେ, ଏଥର ଅଧିକ ସିଟ୍ ମିଳିବ ଏବଂ ଦୃଢତା ସହ ମେଣ୍ଟ ସହ ଠିଆ ହେବେ। ଉତ୍ତର ପ୍ରଦେଶରେ ଖୁବ ଶୀଘ୍ର ସବୁ ପ୍ରସ୍ତୁତ ହୋଇଯିବ।

ଅଖିଳେଶ ଯାଦବ କହିଛନ୍ତି ଯେ, ଆମେ ଏକଜୁଟ ହୋଇ ନିର୍ବାଚନ ଲଢ଼ିବୁ। ସେ କହିଛନ୍ତି ଯେ, କେବଳ ସେହିମାନେ ଚିନ୍ତିତ ଅଛନ୍ତି ଯେଉଁମାନେ BLO କୁ ହଟାଇ ଦେଇଛନ୍ତି। ସେମାନେ ମାଇକ୍ରୋସ୍କୋପରେ ଦେଖିବା ଆବଶ୍ୟକ ଯେ, PDA ପରିବାରର ଅଧିକାରୀ କେହି ନାହାନ୍ତି।

Get real time updates directly on you device, subscribe now.