fbpx

ଘୋସି ଉପନିର୍ବାଚନରେ ସମାଜବାଦୀ ପାର୍ଟି ବିଜୟୀ: ଉତ୍ତରପ୍ରଦେଶରେ ବିଜେପିକୁ ବଡ଼ ଝଟକା

ନୂଆଦିଲ୍ଲୀ: ଦେଶର ୬ଟି ରାଜ୍ୟର ୭ଟି ବିଧାନସଭା ଆସନର ଉପନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି । ତ୍ରିପୁରାର ବୋକ୍ସାନଗର ଓ ଧନପୁର ଆସନ ଏବଂ ଉତ୍ତରାଖଣ୍ଡର ବାଗେଶ୍ୱର ଆସନରେ ବିଜେପି ହାସଲ କରିଥିବା ବେଳେ ପଶ୍ଚିମବଙ୍ଗର ଧୂପଗୁଡ଼ୀ ଆସନରେ ପରାଜୟ ବରଣ କରିଛି । ତେବେ ଏହା ମଧ୍ୟରେ ଦେଶର ସର୍ବବୃହତ ସଂସଦୀୟ କ୍ଷେତ୍ର ଉତ୍ତରପ୍ରଦେଶର ଘୋସି ବିଧାନସଭା ନିର୍ବାଚନର ଫଳାଫଳ ସାମ୍ନାକୁ ଆସିଛି ।

ତେବେ ଘୋସି ଆସନରେ ସମାଜବାଦୀ ପାର୍ଟି ବଡ଼ ବ୍ୟବଧାନରେ ବିଜୟ ହାସଲ କରିଛି । ବିଜେପି ପ୍ରାର୍ଥୀ ଦାରା ସିଂହ ଚୌହାନଙ୍କୁ ସପା ପ୍ରାର୍ଥୀ ସୁଧାକର ସିଂହ ୪୩ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି । ଭୋଟ ଗଣତି ଆରମ୍ଭରୁ ସପା ପ୍ରାର୍ଥୀ ସୁଧାକର ଆଗରେ ରହିଥିଲେ । ବିଜେପି ଏହି ସିଟରେ ବିଜୟ ପାଇଁ ନିଜର ମନ୍ତ୍ରୀମାନଙ୍କୁ ନିର୍ବାଚନୀ ପ୍ରଚାର କାର୍ଯ୍ୟରେ ଲଗାଥିଲା, ମାତ୍ର ଶେଷରେ ସବୁ ବୃଥା ହୋଇଥିଲା ।

ଉତ୍ତରପ୍ରଦେଶର ମଉ ଜିଲ୍ଲାର ଘୋସୀ ବିଧାନସଭା ଆସନରେ ୫୦ ପ୍ରତିଶତରୁ ଅଧିକ ମତଦାନ ହୋଇଥିଲା । ବିରୋଧୀ ମହାମେଣ୍ଟ ଭାରତୀୟ ଜାତୀୟ ବିକାଶମୂଳକ ଅନ୍ତର୍ଭୁକ୍ତ ସହଯୋଗୀ (ଇଣ୍ଡିଆ) ଗଠନ ହେବା ପରେ ରାଜ୍ୟରେ ଏହା ପ୍ରଥମ ନିର୍ବାଚନୀ ମୁକାବିଲା ଥିଲା । ଗତବର୍ଷ ବିଧାନସଭା ନିର୍ବାଚନରେ ଏହି ଆସନରେ ୫୮.୫୯ ପ୍ରତିଶତ ମତଦାନ ହୋଇଥିଲା । ତେବେ ଏହି ପରାଜୟର ପ୍ରଭାବ ଭାଜପା ଉପରେ ପଡ଼ିବ ନାହିଁ । ରାଜ୍ୟ ବିଧାନସଭାରେ ଦଳର ୪୦୩ ଜଣ ସଦସ୍ୟ ରହିବା ସହ ଦଳ ବହୁମତଠାରୁ ଆଗରେ ରହିଛି । ମାତ୍ର ଏହା ୨୦୨୪ ଲୋକସଭା ନିର୍ବାଚନ ପାଇଁ ଏକ ସଙ୍କେତ ଦେଇଛି ।

Get real time updates directly on you device, subscribe now.