fbpx

ବୁର୍ଲାର ୫ଟି ୱାର୍ଡ଼ ସଟଡାଉନ

ସମ୍ବଲପୁର, ୮ା୭(ଓଡ଼ିଶା ଭାସ୍କର): ରାଜ୍ୟରେ କାୟା ବିସ୍ତାର କରିବାରେ ଲାଗିପଡ଼ିଛି କରୋନା । ତେଣୁ ବିଭିନ୍ନ ଜିଲ୍ଲାରେ ଏହାକୁ ମୁକାବିଲା କରିବା ପାଇଁ ଭିନ୍ନ ଭିନ୍ନ ପଦକ୍ଷେପ ନିଆଯାଉଛି । ଏହାରି ମଧ୍ୟରେ ସମ୍ବଲପୁର ସ୍ଥିତ ବୁର୍ଲାର ୩ରୁ ୭ନମ୍ବର ଯାଏଁ ସଟଡ଼ାଉନ ଘୋଷଣା କରାଯାଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସଟଡ଼ାଉନ ଘୋଷଣା କରାଯାଇଛି । ଜିଲ୍ଳା ପ୍ରଶାସନ ପକ୍ଷରୁ ଏହିପରି ପଦକ୍ଷେପ ଗ୍ରହଣ କରାଯାଇଛି । କିନ୍ତୁ ବୁର୍ଲା ମେଡ଼ିକାଲ କ୍ୟାମ୍ପସକୁ ସଟଡାଉନରୁ କୋହଳ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ସମ୍ବଲପୁର ଜନସମ୍ପର୍କ ଅଧିକାରୀ ।

Get real time updates directly on you device, subscribe now.