fbpx

ସମ୍ବଲପୁର ବିଶ୍ୱବିଦ୍ୟାଳୟରେ +୩ ତୃତୀୟ ବର୍ଷର ପ୍ରଶ୍ନପତ୍ର ଲିକ୍: ପରୀକ୍ଷା ବାତିଲ୍

Advertisement

ସମ୍ବଲପୁର(ଓଡ଼ିଶା ଭାସ୍କର): ପୁଣିଥରେ ଶିକ୍ଷା ବ୍ୟବସ୍ଥାକୁ ନେଇ ସାମ୍ନାକୁ ଆସିଛି ବଡ଼ ଖବର । ସମ୍ବଲପୁର ବିଶ୍ୱବିଦ୍ୟାଳୟର +୩ ତୃତୀୟ ବର୍ଷ ଏଜୁକେସନ ପ୍ରଶ୍ନପତ୍ର ଲିକ୍ ହୋଇଥିବା ଜଣାପଡିଛି । ଆଜି ଏଜୁକେସନ ଅନର୍ସ ପ୍ରଶ୍ନପତ୍ର ଲିକ୍ ହୋଇଥିବା କର୍ତ୍ତୃପକ୍ଷ ସ୍ୱୀକାର କରିଛନ୍ତି ।

କର୍ତ୍ତୃପକ୍ଷଙ୍କ କହିବା ମୁତାବକ, ସକାଳେ ଭାଇରାଲ ହୋଇଥିବା ପ୍ରଶ୍ନପତ୍ର ଅରିଜନାଲ ପ୍ରଶ୍ନପତ୍ର ସହ ମିଶୁଛି । ତେଣୁ ଆଜି ହେବାକୁ ଥିବା ଏଜୁକେସନ ଅନର୍ସ ପରୀକ୍ଷାକୁ ବାତିିଲ କରାଯାଇଛି । କେଉଁ ପରିସ୍ଥିତିରେ ପଅଶ୍ନପତ୍ର ଲିକ୍ ହୋଇଛି ଓ ଭାଇରାଲ ହୋଇଛି, ସେନେଇ ତଦନ୍ତ କରାଯିବ । ଦୋଷୀ କର୍ମଚାରୀ ଓ ଅଧିକାରୀଙ୍କ ବିରୁଦ୍ଧରେ ଏଫଆଇଆର, କାର୍ଯ୍ୟାନୁଷ୍ଠାନ ହେବ । ପରବର୍ତ୍ତୀ ଅବସ୍ଥାରେ କେବେ ପରୀକ୍ଷା ହେବ, ତାହା ଜଣାଇ ଦିଆଯିବ ବୋଲି କର୍ତ୍ତୃପକ୍ଷ କହିଛନ୍ତି ।

Get real time updates directly on you device, subscribe now.