ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ସମ୍ବଲଠାରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସୁଛି । ବୋଲେରୋ ଏକ ବାଇକକୁ ଧକ୍କା ଦେଇ ଏହାକୁ 2 କିଲୋମିଟର ପର୍ଯ୍ୟନ୍ତ ଘୋଷାଡି ନେଇଛି । ଏହି ଦୁର୍ଘଟଣାରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି। ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ ହୋଇଛି। କୁହାଯାଉଛି ଯେ ବୋଲେରୋ ଆରୋହୀ ଦୁର୍ଘଟଣା ପରେ ଘଟଣାସ୍ଥଳରୁ ଚମ୍ପଟ ମାରିଛନ୍ତି । ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ମଧ୍ୟ ଭାଇରାଲ ହେଉଛି। ଦିଲ୍ଲୀର ଏହି ଚମକପ୍ରଦ ଭିଡିଓ ଦେଖି କୁହାଯାଉଛି ଯେ କିପରି କେହି ଏତେ ବେପରୁଆ ହୋଇପାରିବେ । ବାଇକଟି ବୋଲେରେ ତଳେ ଚାପି ହୋଇ ରହିଥିଲେ ହେଁ ଚାଳକ ଜଣକ ବ୍ରେକ ଲଗାଇନଥିଲେ ।
ସମ୍ୱଲ କୋଟୱାଲୀ ଅଞ୍ଚଳର ମୋରାଡାବାଦ ରାସ୍ତାରେ ଏହି ଦୁର୍ଘଟଣା ଘଟିଛି। କୁହାଯାଉଛି ଯେ ସୁଖବୀର ନାମକ ଜଣେ ବ୍ୟକ୍ତି ତାଙ୍କ ବାଇକରେ ଯାଉଥିଲେ। ବୋଲେରୋଟି ଦ୍ରୁତ ବେଗରେ ଆସି ତାଙ୍କୁ ପଛରୁ ଧକ୍କା ଦେଇଥିଲା ଏବଂ ସୁଖବୀର ବାଇକରୁ ରାସ୍ତା କଡ଼ରେ ଖସିପଡିଥିଲା। ଏହି ଧକ୍କା ଏତେ ଭୟଙ୍କର ଥିଲା ଯେ ସୁଖବୀର ଗୁରୁତର ଆହତ ହୋଇଥିଲେ। କିଛି ଲୋକ ସୁଖବୀରଙ୍କୁ ନିକଟସ୍ଥ ଡାକ୍ତରଖାନାକୁ ନେଇଥିଲେ ଯେଉଁଠାରେ ତାଙ୍କୁ ମୃତ ଘୋଷଣା କରାଯାଇଥିଲା। ସୁଖବୀରଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ସଦସ୍ୟ ବିରୋଧ କରୁଛନ୍ତି। ଅଭିଯୁକ୍ତ ବୋଲେରୋ ଡ୍ରାଇଭରଙ୍କୁ ଯଥାଶୀଘ୍ର ଧରାଯିବା ଉଚିତ ଏବଂ ତାଙ୍କୁ କଠୋର ଦଣ୍ଡ ଦିଆଯାଉ ବୋଲି ପରିବାର ସଦସ୍ୟ ଦାବି କରିଛନ୍ତି । ତେବେ ଏହି ଭିଡିଓକୁ ଦେଖିଲେ ଲୋମ ଟାଙ୍କୁରି ଉଠିଲା ଭଳି ମନେହେଉଛି ।
उत्तर प्रदेश के संभल जिले में बोलेरो ने पहले तो बाइक सवार युवक को टक्कर मारी और फिर बाइक को करीब 2 किलोमीटर तक घसीटा।
बोलेरो पर भाजपा का स्टीकर भी लगा हुआ है। #UttarPradesh pic.twitter.com/pBGzvAD2pm
— Versha Singh (@Vershasingh26) December 30, 2024