ଧିକ ବାପା! ସାବତ ପିତାର ଜଘନ୍ୟ କାଣ୍ଡ, ପାଇଖାନା ଘରେ 3ଦିନ ବନ୍ଦ ରଖି ପିଟିଲା

ନୂଆଦିଲ୍ଲୀ: କୁହାଯାଏ ବାପାଥିଲେ ଛୁଆକୁ ଡକିବାର ଆବଶ୍ୟକତା ନଥାଏ । କିନ୍ତୁ ସେହି ବାପା ଯେତେବେଳେ ପିଶାଚ ସାଜେ ସେତେବେଳେ କେବଳ ଭାଗ୍ୟକୁ ଦୋଷ ଦିଆଯାଇଥାଏ । ଏଭଳି ଏକ ଅଭାବନୀୟ ଘଟଣା ଉତ୍ତରପ୍ରଦେଶରୁ ସାମ୍ନାକୁ ଆସିଛି । ଯେଉଁଠାରେ ସାବତ ପିତା ଦୁଇ ନିରୀହ ଛୁଆଙ୍କ ଉପରେ ଅତ୍ୟାଚାର କରିଥିବା ଜଣାପଡିଛି । ଦୁଇ ନିଷ୍ପାପ ଶିଶୁକୁ ବାଡିରେ ପିଟିବା ସହିତ 3 ଦିନ ପର୍ଯ୍ୟନ୍ତ ପାଇଖାନାରେ ବନ୍ଦି ରଖିଥିଲା ରାକ୍ଷାସ ପିତା । ଏନେଇ ଛୁଆ ଦ୍ବୟ ନିଜ ପିତାର କୁକର୍ମ ବିଷୟରେ ଥାନାରେ ଅଭିଯୋଗ କରିବା ପରେ ପୋଲିସ ମାମଲା ରୁଜୁ କରି ବାପାକୁ ଗିରଫ କରିଛି ।

ଏହି ମାମଲା ହୟାତ୍ ନାଗର ପୋଲିସ ଷ୍ଟେସନ ଅଞ୍ଚଳର ଦୌଲତପୁରୀର ଅଟେ। ଖବର ଅନୁସାରେ, ଗାଁର ବାସିନ୍ଦା ମହେଶ ପ୍ରାୟ 3 ବର୍ଷ ପୂର୍ବେ ମୋରାଦାବାଦ ନିବାସୀ ଦୁଇ ସନ୍ତାନର ମାତା ରେଖାଙ୍କୁ ବିବାହ କରିଥିଲେ। ପ୍ରାୟ 2 ମାସ ପୂର୍ବରୁ ରେଖାଙ୍କର ମୃତ୍ୟୁ ହୋଇଥିଲା।  ଏହାପରେ ଦୁଇ ସନ୍ତାନ ସାବତ ପିତା ପାଖେ ରହୁଥିଲେ । କିଛି ଦିନ ପାଇଁ ସବୁକିଛି ଠିକ୍ ରହିବା ପରେ ସାବତ ପିତା ଉଭୟ ନିରୀହ ପିଲାମାନଙ୍କୁ ନିର୍ଯାତନା ଦେବା ଆରମ୍ଭ କରିଥିଲା । ଛୋଟ ଛୋଟ କାରଣରୁ ଉଭୟ ନିରୀହ ପିଲାଙ୍କ ଘରେ ରଖି ମାଡ ମାରୁଥିଲା ।

ଅଭିଯୋଗ ହେଉଛି ଯେ ତିନି ଦିନ ପୂର୍ବେ ସାବତ ପିତା ମହେଶ ଉଭୟ ନିରୀହ ପିଲାଙ୍କୁ ବାଡିରେ ପିଟିଥିଲେ । ଏହା ପରେ ତାଙ୍କୁ ଶୌଚାଳୟରେ ବନ୍ଦ କରି ଦେଇଥିଲେ । କେବଳ ଏତିକି ନୁହେଁ, ସେମାନଙ୍କୁ ଖାଇବା କିମ୍ବା ପିଇବା ପାଇଁ ମଧ୍ୟ କିଛି ଦେଇନଥିଲେ । ବାହାରକୁ ବାହର କରିବା ପାଇଁ ନିବେଦନ କରିଥିଲେ ମଧ୍ୟ ସେ ଶୁଣି ନଥିଲେ ।  ତେବେ ପିଲାଙ୍କ କାନ୍ଦ ଶବ୍ଦ ଶୁଣି ପୋଡଶୀମାନେ ଆଶି ତାଙ୍କୁ ଶୌଚାଳୟରୁ ବାହାର କରିଥିଲ । ସୂଚନା ପାଇବା ପରେ ଶିଶୁର ମାମୁଁ ସଞ୍ଜୟ ପହଞ୍ଚି ଉଭୟ ପିଲାଙ୍କୁ ସାଙ୍ଗରେ ନେଇ ପୋଲିସ ଷ୍ଟେସନକୁ ଯାଇ ଅଭିଯୁକ୍ତ ମହେଶଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଏହା ପରେ ପୋଲିସ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ତାଙ୍କୁ ଗିରଫ କରିଥିଲା।