fbpx

ଆଇଟିଡିସି ଅଧ୍ୟକ୍ଷ ହେଲେ ସମ୍ବିତ ପାତ୍ର, ୩ ବର୍ଷ ପାଇଁ ମିଳିଲା ଦାୟିତ୍ୱ

ନୂଆଦିଲ୍ଲୀ, : ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ଭାରତୀୟ ପର୍ଯ୍ୟଟନ ଉନ୍ନୟନ ନିଗମ (ଆଇଟିଡିସି) ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି । କେନ୍ଦ୍ର ସରକାରଙ୍କ ନିଯୁକ୍ତି ସଂକ୍ରାନ୍ତ କ୍ୟାବିନେଟ କମିଟି ଶ୍ରୀ ପାତ୍ରଙ୍କ ନିଯୁକ୍ତିକୁ ଅନୁମୋଦନ କରିଛନ୍ତି । ଶ୍ରୀ ପାତ୍ରଙ୍କୁ ଭାରତୀୟ ପର୍ଯ୍ୟଟନ ଉନ୍ନୟନ ନିଗମର ପାର୍ଟ ଟାଇମ୍‌ ଅଣକାର୍ଯ୍ୟକାରୀ ନିର୍ଦ୍ଦେଶକ ଓ ଆଇଟିଡିସି ଅଧ୍ୟକ୍ଷ ଭାବେ ୩ବର୍ଷ ପାଇଁ ନିଯୁକ୍ତି ମିଳିଛି । ସେ ଦାୟିତ୍ୱ ନେବାଠୁ ୩ବର୍ଷ ଅବା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସେ ଏହି ଦାୟିତ୍ୱରେ ରହିବେ ।

ଶ୍ରୀ ପାତ୍ରଙ୍କ ସମେତ କେରଳ କ୍ୟାଡ଼ରର ୧୯୯୦ ବ୍ୟାଚ୍‌ ଆଇଏଏସ୍‌ ଜିକେଭି ରାଓଙ୍କୁ ପରିଚାଳନା ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି । ବିଜେପି ମୁଖପାତ୍ର ଶ୍ରୀ ପାତ୍ର ୨୦୧୭ ମସିହାରେ ଓଏନଜିସି ଲିମିଟେଡ ବୋର୍ଡରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରିଥିଲେ । ସେ ୨୦୧୯ ଲୋକସଭା ନିର୍ବାଚନରେ ପୁରୀରୁ ବିଜେପିର ସାଂସଦ ପ୍ରାର୍ଥୀ ଭାବେ ଛିଡା ହୋଇଥିଲେ।

Get real time updates directly on you device, subscribe now.