fbpx

ବିଜେପିରେ ମିଶିଲେ ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶ

ଭୁବନେଶ୍ୱର: ବିଜେପିରେ ମିଶିଲେ ନିମାପଡ଼ା ବିଧାୟକ ସମୀର ରଞ୍ଚନ ଦାଶ । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେପିରେ ସାମିଲ ହୋଇଛନ୍ତି । ସମର୍ଥକଙ୍କ ସହ ରାଜ୍ୟ କାର୍ଯ୍ୟାଳୟରେ ଆସି ବିଜେପିରେ ସାମିଲ ହେଲେ ସମୀର ଦାଶ । ଟିକେଟ କଟିବା ନେଇ ଅସନ୍ତୁଷ୍ଟ ଥିବା ସମୀର ସକାଳେ ବିଜେଡିରୁ ଇସ୍ତଫା ଦେଇଥିଲେ । ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ସକାଳେ ବିଜେଡିରୁ ଇସ୍ତଫା ଦେଇଥିଲେ । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇ ନିଜ ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଥିଲେ ।

ଇସ୍ତଫା ଦେବା ପଛର କାରଣକୁ ନେଇ ସମୀର କହିଥିଲେ ଯେ ସେ ୨୦୦୬ ମସିହାରୁ ନିଷ୍ଠାର ସହ ଦଳ ପାଇଁ କାମ କରି ଆସିଛନ୍ତି । ତଥାପି ଦଳ ତାଙ୍କ ଉପରେ ଭରସା କଲାନି । ତାଙ୍କ ଉପରୁ ଦଳ ଆସ୍ଥା ହରାଇଥିବାରୁ  ଦଳ ଛାଡିବାକୁ ଉଚିତ ମନେ କରିଛନ୍ତି । ଏହାସହ ସେ ନିଜେ ମଧ୍ୟ ନିମାପଡା , ଗୋପ ବିଜେଡିରୁ ଆସ୍ଥା ହରାଇବା ପରେ ବିଜେଡିରୁ ଇସ୍ତଫା ଦେଇଥିବା କହିଛନ୍ତି । ନିମାପଡ଼ାରୁ ସମୀର ରଞ୍ଜନ ଦାଶ ଲଗାତାର ୩ଥର ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ସମୀର ୨୦୦୯, ୨୦୧୪ ଓ ୨୦୧୯ ମସିହାରେ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ହେଲେ ଏଥର ବିଜେଡି ତାଙ୍କୁ ଟିକେଟ୍ ଦେଇନଥିଲା । ଏଡାକୁ ନେଇ ସେ ଅସନ୍ତୁଷ୍ଟ ପ୍ରକାଶ କରିବା ସହ ପୁନର୍ବିଚାର ପାଇଁ ଦଳକୁ ଏପ୍ରିଲ ୩୦ ଯାଏଁ ସମୟ ଦେଇଥିଲେ । କିନ୍ତୁ ଏହି ସମୟ ମଧ୍ୟରେ ବି ଦଳ କିଛି ପଦକ୍ଷେପ ନନେବାରୁ ସେ ନିଜ ଅଞ୍ଚଳରେ ସଭା କରିବା ସହ ନିଜ ସମର୍ଥକଙ୍କ ସହ ଦଳ ଛାଡିବାକୁ ଘୋଷଣା କରିଥିଲେ । ଅପରପକ୍ଷରେ ଏଥର ଦିଲିପ ନାୟକଙ୍କୁ ଟିକେଟ ଦେଇଛି ବିଜେଡି । ତେବେ ସମୀରଙ୍କ ଏଭଳି ହଠାତ ଇସ୍ତଫା ଦେବା ଦଳ ପାଇଁ ବଡ଼ କ୍ଷତି ସାବ୍ୟସ୍ତ ହୋଇପାରେ ବୋଲି ଚର୍ଚ୍ଚା ହେଉଛି ।

Get real time updates directly on you device, subscribe now.