fbpx

ଆଳୁ ବ୍ୟତୀତ ଏହିସବୁ ଜିନିଷରେ ବି ପ୍ରସ୍ତୁତ ହୁଏ ସିଙ୍ଗଡ଼ା… ଜାଣନ୍ତୁ କେଉଁଥିରେ ପ୍ରସ୍ତୁତ ହୋଇଥାଏ Samosa

ଓଡ଼ିଶା ଭାସ୍କର: ଆଜିକାଲି ଅନେକ ଫାଷ୍ଟ ଫୁଡ ମାର୍କେଟରେ ଥିଲେ ମଧ୍ୟ ସିଙ୍ଗଡ଼ାର ଚାହିଦା ଖୁବ ଅଧିକ ରହିଛି । ଅଧିକାଂଶ ଲୋକ ଏହାକୁ ପସନ୍ଦ କରିଥାନ୍ତି । ମଇଦା ଭିତରେ ମସାଲାଯୁକ୍ତ ଆଳୁ ଏବଂ ଚଟଣୀରେ ପ୍ରସ୍ତୁତ ହୋଇଥିବା ଏହି ଆଇଟମ୍ ଖୁବ ସ୍ୱାଦିଷ୍ଟ ହୋଇଥାଏ । ବିଶେଷ କରି ଥଣ୍ଡା ପାଗରେ ସିଙ୍ଗଡ଼ା ଖାଇବାର ମଜା ନେବାକୁ ସମସ୍ତେ ଭଲ ପାଆନ୍ତି । ତେବେ କେବଳ ଆଳୁ ନୁହେଁ, ଆହୁରି ଅନେକ ଜିନିଷରୁ ମଧ୍ୟ ସିଙ୍ଗଡ଼ା ପ୍ରସ୍ତୁତ କରାଯାଇପାରେ । ଆସନ୍ତୁ ଜାଣିବା ସିଙ୍ଗଡ଼ା କେତେ ପ୍ରକାରର ହୋଇଥାଏ ଏବଂ କେଉଁଥିରେ ପ୍ରସ୍ତୁତ ହୋଇଥାଏ…

ମଟର ସିଙ୍ଗଡ଼ା: ଆଳୁ ସିଙ୍ଗଡ଼ା ପରେ ସବୁଠାରୁ ସାଧାରଣ ଏବଂ ଫେମସ ସିଙ୍ଗଡ଼ା ହେଉଛି ମଟର ସିଙ୍ଗଡ଼ା । ଏଥିରେ ମଟର ପିଲିଙ୍ଗ କରାଯାଇ ସିଙ୍ଗଡ଼ା ପ୍ରସ୍ତୁତ କରାଯାଏ । ସିଝା ହୋଇଥିବା ମଟର ଏବଂ ମସଲା ଭର୍ତ୍ତିକ କରି ଏହି ସିଙ୍ଗଡ଼ା ପ୍ରସ୍ତୁତ ହୋଇଥାଏ । ଏହି ଡିପ୍-ଫ୍ରାଇଡ ଷ୍ଟ୍ରୀଟ ଫୁଡ ଆପଣଙ୍କ ଟେଷ୍ଟ ପାଇଁ ଖୁବସ୍ୱାଦିଷ୍ଟ ହେବ । ଏହାକୁ ଖଟା-ମିଠା ଚଟଣୀରେ ଖାଇଲେ ଏହାର ସ୍ୱାଦ ଆହୁରି ଦ୍ୱିଗୁଣିତ ଲାଗେ ।

କିମା ସିଙ୍ଗଡ଼ା: ଏହି ନାଁରୁ ହିଁ ଜଣା ପଡ଼ୁଛି ଯେ, ଏହି ସିଙ୍ଗଡ଼ା ମଟନରେ ପ୍ରସ୍ତୁତ ହୋଇଥିବ । ଏହାକୁ ମଟନ, ଦହି ଏବଂ ମସଲାକୁ ମିଶାଇ ପ୍ରସ୍ତୁତ କରାଯାଏ । ଏହି ସିଙ୍ଗନା ପ୍ରକୃତରେ ଖୁବ ୟୁନିକ ହୋଇଥାଏ ଏବଂ ଏହାର ସ୍ୱାଦ ଖୁବ ମଜାଦାର ହୋଇଥାଏ । ତେବେ ଯଦି ଆପଣ ଜଣେ ଆମିଷ ଏବଂ ସିଙ୍ଗଡ଼ା ପ୍ରେମୀ ହୋଇଥାନ୍ତି, ତେବେ ଏହି ଆଇଟମ ପ୍ରସ୍ତୁତ କରି ଆପଣ ଏହାର ମଜା ନେଇପାରିବେ ।

ପନିର ସିଙ୍ଗଡ଼ା: ପନିରରେ ଭର୍ତ୍ତି ହୋଇ ପ୍ରସ୍ତୁତ ହୋଇଥିବା ସିଙ୍ଗଡ଼ା ଖୁବ ସ୍ୱାଦିଷ୍ଟ ଲାଗିଥାଏ । ଏଥିରେ ପନିରକୁ ପେଷ୍ଟ କରି ପିଆଜ ଏବଂ ମସଲାକୁ ମିଶାଇ ମଇଦା ଭିତରେ ଭର୍ତ୍ତିକରାଯାଏ । ଏହପରେ ପ୍ରସ୍ତୁତ ହୋଇଯାଏ ପନିର ସିଙ୍ଗଡ଼ା । ପନିର ଖାଇବାକୁ ପସନ୍ଦ କରୁଥିବା ଲୋକଙ୍କ ପାଇଁ ଏହି ଡିସ୍ କୁବ ମଜାଦାର ହୋଇପାରେ ।

ପିଜା ସିଙ୍ଗଡ଼ା: ଏହି ନୂଆ ପ୍ରକାରର ସିଙ୍ଗଡ଼ା ଖାଇଲେ ଆପଣ ପିଜାର ମଜା ନେଇପାରିବେ । ଏହା ପିଜା ଏବଂ ସିଙ୍ଗଡ଼ାର ଏକ ସ୍ପେଶାଲ ମିଶ୍ରଣ ହୋଇଥାଏ । ଏହାକୁ ଖାଇଲେ ଆପଣ ନିଜେ ମଧ୍ୟ ଦ୍ୱନ୍ଦ୍ୱରେ ପଡ଼ିଯିବେ ଏହା ପିଜା ନା ସିଙ୍ଗଡ଼ା ।

ଚକଲେଟ ସିଙ୍ଗଡ଼ା: କେବେ ଆପଣ ହୁଏତ ଭାବି ନଥିବେ ଯେ, ଚକଲେଟରେ ମଧ୍ୟ ସିଙ୍ଗଡ଼ା ପ୍ରସ୍ତୁତ ହୋଇପାରେ । ମିଠାପ୍ରେମୀ ଲୋକମାନଙ୍କ ପାଇଁ ଏହା ଏକ ସ୍ପେଶାଲ ଆଇଟମ୍ ହୋଇପାରେ । ଏଥିରେ ତରଳ ଚକଲେଟ ଭର୍ତ୍ତି କରାଯାଇ ସିଙ୍ଗନା ପ୍ରସ୍ତୁତ କରାଯାଏ । ତେବେ ଏହି ଚକଲେଟ ଆପଣଙ୍କ ପାଟିରେ ଲାଗିଲେ ଏହାର ଭିନ୍ନ ସ୍ୱାଦ ଆପଣଙ୍କୁ ଚକଲେଟ ସିଙ୍ଗଡ଼ାର ଦିୱାନା କରିଦେବ ।

Get real time updates directly on you device, subscribe now.