fbpx

ୱାର୍କ ଫ୍ରମ୍ ହୋମ୍ ବନ୍ଦ ହୋଇଯିବା ପରେ ବଢୁଛି ଇସ୍ତଫା ହାର, କର୍ମଚାରୀଙ୍କୁ ନିଜ ସହ ବାନ୍ଧି ରଖିବାକୁ ଏହି କମ୍ପାନୀ ଦେଉଛି ଅତିରିକ୍ତ ଛୁଟି

Advertisement

ନୂଆଦିଲ୍ଲୀ:କରୋନା ମହାମାରୀ ଯିବା ପରେ ଏବେ କମ୍ପାନୀମାନେ କର୍ମଚାରୀଙ୍କୁ ନିଜ ସହ ବାନ୍ଧି ରଖିବା ନେଇ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଯେଉଁ କମ୍ପାନୀ ୱାର୍କ ଫ୍ରମ ହୋମ୍ ସୁବିଧା ବନ୍ଦ କରି ଦେଇଛନ୍ତି ସେଠାରେ କର୍ମଚାରୀଙ୍କ ଇସ୍ତଫା ବଢି ଯାଇଛି । ଏଣୁ କର୍ମଚାରୀଙ୍କୁ ଧରି ରଖିବା ଲାଗି କମ୍ପାନୀ ଗୁଡିକ ଏବେ ବିଭିନ୍ନ ଉପାୟ ଆପଣାଉଛନ୍ତି । ଏହି କ୍ରମରେ ବହୁ ରାଷ୍ଟ୍ରୀୟ କମ୍ପାନୀ ସାମସଙ୍ଗ ମଧ୍ୟ ଏବେ ଏହାର କର୍ମଚାରୀଙ୍କୁ ମାସରେ ଏକ ଅତିରିକ୍ତ ଛୁଟି ଦେବାକୁ ନିଷ୍ପତ୍ତି ନେଇଛି । ଦକ୍ଷିଣ କୋରିଆର ଏହି ଇଲେକ୍ଟ୍ରୋନିକ କମ୍ପାନୀ କହିଛି ଏବେ ମାସର ଗୋଟିଏ ଶୁକ୍ରବାରରେ କର୍ମଚାରୀ ଛୁଟି ନେଇପାରିବେ ।

ତେବେ ଅତିରିକ୍ତ ଅବକାଶର ଏହି ସୁବିଧା ଦକ୍ଷିଣ କୋରିଆରେ ନନ୍ ଫ୍ୟାକ୍ଟ୍ରୀ ଓ ଫୁଲ୍ ଟାଇମ୍ କର୍ମଚାରୀଙ୍କୁ ଦିଆଯାଇଛି । ଏଠାରେ ସୂଚାଇ ଦିଆଯାଇପାରେ ଯେ, ସାମସଙ୍ଗ ଇଲେକ୍ଟ୍ରୋନିକ୍ସର କର୍ମଚାରୀ ସଂଖ୍ୟା ୧.୨ ଲକ୍ଷ । ଏହି ସମସ୍ତ କର୍ମଚାରୀଙ୍କ ମଧ୍ୟରେ ୪୦ ପ୍ରତିଶତ ଯୁବ କର୍ମଚାରୀ ରହିଛନ୍ତି । ଏହି କର୍ମଚାରୀମାନେ ଏକ ନମନୀୟ କାର୍ଯ୍ୟ ସଂସ୍କୃତିକୁ ପସନ୍ଦ କରିଥାନ୍ତି । ତେବେ ଦକ୍ଷିଣ କୋରିଆରେ ଏହାର ପ୍ରତିନ୍ଦ୍ୱନ୍ଦୀ କମ୍ପାନୀ ଏସକେ ହାଇନିକ୍ସ ପୂର୍ବରୁ ଏହି ପରମ୍ପରା ଆରମ୍ଭ କରି ସାରିଥିବାରୁ ସାମସଙ୍ଗକୁ ଏହି ପଦକ୍ଷେପ ନେବାକୁ ପଡିଲା । ହାଇନିକ୍ସ କମ୍ପାନୀ ସପ୍ତାହରେ ୪୦ ଘଣ୍ଟାରୁ ଅଧିକ ସମୟ କାମ କରୁଥିବା କର୍ମଚାରୀଙ୍କୁ ଏକ ଅତିରିକ୍ତ ଛୁଟି ପ୍ରଦାନ କରିଥାଏ । ଦକ୍ଷିଣ କୋରିଆର କାକାଓ ଗ୍ୟାସ୍ ଓ ସିଜେ ଇଏନଏମ୍ କର୍ପୋରେସନ ମଧ୍ୟ ଏହାର କର୍ମଚାରୀଙ୍କୁ ପ୍ରତି ମାସରେ ଦୁଇଟି ଅତିରିକ୍ତ ଛୁଟି ଦେଉଛି ।

କରୋନା ମହାମାରୀର ପ୍ରଭାବ ବିଶ୍ୱର ସବୁ ଲୋକଙ୍କ ଉପରେ ପଡିଛି । ଏହାପରେ କର୍ମଚାରୀଙ୍କ ମାନସିକତା ବି ବଦଳି ଯାଇଛି । ଏବେ ଲୋକମାନେ ସ୍ୱାସ୍ଥ୍ୟ ଓ ପରିବାରକୁ ଅଧିକ ଗୁରୁତ୍ୱ ଦେଉଛନ୍ତି । ବିଶେଷ କରି ଯୁବ କର୍ମଚାରୀ ନିଜ କାମର ସମୟକୁ ନେଇ ନମନୀୟତା ଆଶା କରୁଛନ୍ତି । ଯେଉଁ କମ୍ପାନୀରେ ତାଙ୍କୁ କାମର ପରିିବେଶ ଠିକ୍ ଲାଗି ନ ଥାଏ ସେଠାରୁ ସେମାନେ ଇସ୍ତଫା ଦେଇ ଦେଉଛନ୍ତି । ତେବେ ଦକ୍ଷିଣ କୋରିଆ ଏପରି ଏକ ଦେଶ ଯେଉଁଠି କାମର ବୋଝ ବହୁତ ଅଧିକ ରହିଥାଏ ।
ଭାରତର ପ୍ରତିଷ୍ଠିତ ଆଇଟି କମ୍ପାନୀ ଟାଟା କନସଲଟାନ୍ସୀ ସର୍ଭିସେସ୍ ଲିମିଟେଡ୍ (ଟିସିଏସ୍)ରେ ବି କର୍ମଚାରୀଙ୍କ ଇସ୍ତଫା ହାର ଅଚାନକ ବଢିଯାଇଛି । ଏହାର କାରଣ କମ୍ପାନୀ ପକ୍ଷରୁ ୱାର୍କ ଫ୍ରମ୍ ହୋମ୍ ସୁବିଧା ବନ୍ଦ କରି ଦିଆଯିବା । ୱାର୍କ ଫ୍ରମ୍ ହୋମ୍ ସୁବିଧା ବନ୍ଦ ହୋଇଯିବାରୁ ଏବେ କମ୍ପାନୀରେ ମହିଳା କର୍ମଚାରୀମାନେ ବହୁ ସଂଖ୍ୟାରେ ଇସ୍ତଫା ଦେଉଥିବା ଜଣାଯାଇଛି ।

 

Get real time updates directly on you device, subscribe now.