fbpx

‘ସନାତନ ଧର୍ମକୁ ଦୁନିଆରୁ ଲିଭାଇ ଦେବାକୁ ଚେଷ୍ଟା କରି ବିଫଳ ହୋଇଛନ୍ତି ରାବଣ ଏବଂ କଂସ ପରି ଦାନବ…’, ଯୋଗି ଆଦିତ୍ୟନାଥ

ନୂଆଦିଲ୍ଲୀ: ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍‌.କେ ଷ୍ଟାନିଲଙ୍କ ପୁଅ ଉଦୟାନିଧି ସନାତନ ଧର୍ମ ଉପରେ ଦେଇଥିବା ବିବାଦୀୟ ବୟାନ ପାଇଁ ସମଗ୍ର ଦେଶରେ ତାଙ୍କର ସମାଲୋଚନା କରାଯାଉଛି । ଅନେକ ନେତା ଏହି ବୟାନର ନିନ୍ଦା କରୁଥିବା ବେଳେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗି ଆଦିତ୍ୟନାଥ କାହାର ନାଁ ନନେଇ ବଡ଼ ବୟାନ ଦେଇଛନ୍ତି । ଯୋଗି କହିଛନ୍ତି ଯେ, ସନାତନ ଧର୍ମ ଏକ ମହାନ ଧର୍ମ । ଏହାକୁ ରାବଣ , କଂସ, ବାବର ଏବଂ ଔରଙ୍ଗଜେବଙ୍କ ପରି କ୍ଷମତା ପିପାସୁ ଅତ୍ୟାଚାରୀ ଭାରତୀୟ ସମାଜରୁ ଲିଭାଇ ପାରି ନଥିଲେ ।

ଗୁରୁବାର ଏକ ଜନ୍ମାଷ୍ଠମୀ କାର୍ଯ୍ୟକ୍ରମକୁ ସମ୍ବୋଧନ କରିବା ସମୟରେ ସେ ଏହି କଥା କହିଛନ୍ତି । ଦେଶରେ ଅନେକ ଲୋକେ ସନାତନ ଧର୍ମକୁ ନୁନ୍ୟ ଦର୍ଶାଇବାକୁ ଚେଷ୍ଟା କରୁଥିବା ସେ କହିଥିଲେ । ତେବେ ସନାତନ ଧର୍ମ ପାଖରେ ସୂର୍ଯ୍ୟଙ୍କ ପରି ଉର୍ଜା ରହିଥିବା ସେ କହିଥିଲେ । ତେଣୁ କେବଳ ଏକ ମୁର୍ଖ ସୂର୍ଯ୍ୟଙ୍କ ଉପରକୁ ଛାପ ପକାଇବ କାରଣ ସେ ଜାଣୀ ନାହିଁ ଏହା ଫେରି ଆସି ତା ନିଜ ଉପରେ ପଡ଼ିବ ବୋଲି ସେ କହିଥିଲେ ।

ଏଗହା ସହିତ ସେ ବିରୋଧି ମାନଙ୍କୁ ଟାର୍ଗେଟ୍ କରି କହିଥିଲେ ଯେ, ବର୍ତ୍ତମାନ ସମୟରେ ସେମାନେ ଯେପରି କାର୍ଯ୍ୟ କରୁଛନ୍ତି ସେମାନଙ୍କର ଆଗାମୀ ପିଢ଼ି ସେମାନଙ୍କ ପାଇଁ ଲଜ୍ଜା ଅନୁଭବ କରିବେ । ତେବେ ଜଣେ ବ୍ୟକ୍ତୁି ଭାରତରେ ରହି ଏହାର ବିଭିନ୍ନତା ଏବଂ ପରମ୍ପରାକୁ ନେଇ ଗର୍ବ କରିବା ଉଚିତ୍ ବୋଲି ଯୋଗୀ କହିଛନ୍ତି ।

Get real time updates directly on you device, subscribe now.