କେନ୍ଦ୍ରାପଡ଼ା: ମହାନଦୀରେ ବନ୍ୟା ହେଲେ ତଳିଆ ନଦୀବନ୍ଧ ଗୁଡିକରେ ବିପଦ ଦେଖାଦିଏ । ସେଥିପାଇଁ ନଦୀ ତଟ ବନ୍ଧ ବିଭାଗ ପକ୍ଷରୁ ଦୁର୍ବଳ ନଦୀ ବନ୍ଧ ଗୁଡିକୁ ସୁଦୃଢ କରିବା ପାଇଁ ସରକାର ବ୍ୟାପକ ଅର୍ଥ ଯୋଗାଇ ଦେଇଥାନ୍ତି । ଦୁର୍ବଳ ନଦୀ ବନ୍ଧ ଗୁଡିକ ମରାମତି କରିବା ସହ ଯେପରି ନଦୀ କୁଲିଆ ଚାଷୀଙ୍କର ଫସଲ କ୍ଷୟକ୍ଷତି ନ ହେବ ଦୃଷ୍ଟି ଦେଇଥାନ୍ତି । ଯଦି ନଦୀ ବନ୍ଧ ପାର୍ଶ୍ଵରୁ ମେସିନ ସାହାଯ୍ୟରେ ବେଆଇନୀ ଭାବେ ବାଲି କଢ଼ାଯାଏ ତେବେ ବନ୍ୟା ଦାଉରୁ ରକ୍ଷା ଦେଉଥିବା ବନ୍ଧ ପ୍ରତି ବିପଦ ରହିଛି ବୋଲି ଅଭିଯୋଗ କରିଛନ୍ତି ସ୍ଥାନୀୟ ଚାଷୀ ।
ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ମହାନଦୀ ଶାଖ ଲୁଣା ନଦୀ ଗୋପାଳପୁରରେ । ଆଖଡ଼ାଶାଳି ବନ୍ୟା ଘେରି ବନ୍ଧ ତେରଗାଁ ଫେରିଘାଟ ନିକଟରେ ଆପ୍ରୋଚ ବନ୍ୟା ବନ୍ଧ କୁଳରୁ ଟ୍ରେଜିଙ୍ଗ କରାଯାଉଛି । ବିପୁଳ ପରିମାଣରେ ବାଲି କଢ଼ାଯିବା ଦ୍ୱାରା ବନ୍ଧ ପ୍ରତି ବିପଦ ଦେଖା ଦେଇଛି । ପରେ ବାଲି ସବୁ ବିକ୍ରି କରାଯାଉଥିବା ବେଳେ ଏଥିପ୍ରତି ପ୍ରଶାସନର ନିଘା ନାହିଁ ବୋଲି ଚାଷୀମାନେ ଅଭିଯୋଗ କରିଛନ୍ତି । ଯଦି ଏଭଳି ବାଲି ଉଠାଯାଏ ଘେରିବନ୍ଧ ଭାଙ୍ଗି ଯିବା ସହ ହଜାର ହଜାର ଚାଷ ଜମି ଜଳ ମଗ୍ନ ହେବ । ଏଥିପ୍ରତି ବିଭାଗୀୟ ଅଧିକାରୀ ତୁରନ୍ତ ଦୃଷ୍ଟି ଦେବାକୁ ଦାବି ହେଉଛି ।