fbpx

୧୨୦ ବର୍ଷ ପରେ କୋଣାର୍କରୁ କଢ଼ାଯିବ ବାଲି: ଆରମ୍ଭ ହେଲା ପ୍ରକ୍ରିୟା

ପୁରୀ: କୋଣାର୍କ ସୂର୍ଯ୍ୟମନ୍ଦିର ଗର୍ଭଗୃହରୁ କଢ଼ାଯିବ ବାଲି । ବାଲି କାଢ଼ିବା ଲାଗି ଆଜି ଏଏସଆଇ ପକ୍ଷରୁ ଆରମ୍ଭ ହୋଇଛି ଭୂମିପୂଜନ । ଗର୍ଭଗୃହରୁ ବାଲିକଢ଼ା କାମ ୩ ବର୍ଷରେ ସାରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଉନ୍ନତ ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ କରି ବାଲି କଢ଼ାଯିବ । ବୈଷୟିକ ଜ୍ଞାନ କୌଶଳ ଯୋଗାଇବାକୁ ଘରୋଇ କମ୍ପାନୀକୁ ଟେଣ୍ଡର ଦିଆଯାଇଛି ।

ତେବେ ବିଡିଆର ନିର୍ମାଣ ପ୍ରାଇଭେଟ ଲିମିଟେଡ କମ୍ପାନୀକୁ ଏହି ଟେଣ୍ଡର ମିଳିଛି । ଘରୋଇ କମ୍ପାନୀ କେବଳ ବୈଷୟିକ ଜ୍ଞାନକୌଶଳ ଯୋଗାଇବ । ବାଲି କାଢ଼ିବା କାର୍ଯ୍ୟରେ ଏଏସଆଇର କର୍ମଚାରୀମାନେ ନିୟୋଜିତ ହେବେ । ବୈଷୟିକ ଜ୍ଞାନ କୌଶଳ ଲାଗି ଘରୋଇ କମ୍ପାନୀର କାର୍ଯ୍ୟ ଆରମ୍ଭ ହୋଇଛି ।

ପ୍ରାଥମିକ ପର୍ଯ୍ୟାୟରେ ମୋକନିକାଲ ୱାର୍କିଂ ପ୍ଲାଟଫର୍ମ ନିର୍ମାଣ ଆରମ୍ଭ ହୋଇଛି । ଗର୍ଭଗୃହ ସଂଲଗ୍ନ ପଶ୍ଚିମ ଦ୍ୱାର ପଟୁ ଗର୍ତ୍ତ କରି ବାଲି କଢ଼ାଯିବ । ୫ରୁ ୭ ଫୁଟଠ ଗାତ ଖୋଲି ବାଲି କଢ଼ାଯିବ । ବାଲି କଢ଼ାଯିବା ନେଇ ଏଏସଆଇ ସୁପରିଣ୍ଟେଣ୍ଡେଣ୍ଟ ଅରୁଣ ମଲ୍ଲିକ ସୂଚନା ଦେଇଛନ୍ତି । ସୂର୍ଯ୍ୟ ମନ୍ଦିରର ସୁରକ୍ଷା ପାଇଁ ଗର୍ଭଗୃହରେ ବାଲିଭର୍ତ୍ତି କରାଯାଇଥିଲା । ୧୯୦୩ରେ ଇଂରେଜମାନେ ଗର୍ଭଗୃହରେ ବାଲି ଭର୍ତ୍ତି କରିଥିଲେ । ୧୨୦ ବର୍ଷ ହେଲା ମନ୍ଦିର ଗର୍ଭଗୃହରେ ବାଲି ରହିଛି । ୧୯୦୩ରୁ ବାଲି ଦ୍ୱାରା ଗର୍ଭଗୃହ ରାସ୍ତାକୁ ବନ୍ଦ କରାଯାଇଥିଲା । ଜଗମୋହନ ସୁରକ୍ଷା ପାଇଁ ବାଲି ପକାଯାଇଥିଲା ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.