fbpx

ବିହାରରେ ଅଜବ ଘଟଣା: ପୁଅ ପିଲାଙ୍କୁ ମିଳିଲା ସାନିଟାରୀ ପ୍ୟାଡ

ନୂଆଦିଲ୍ଳୀ: ସରକାରଙ୍କ ପକ୍ଷରୁ ବେଟି ବଚାଓ ବେଟି ପଢାଓ ନାମରେ କୋଟି କୋଟି ଟଙ୍କା ଦିଆଯାଉଥିବା ବେଳେ ତୃଣମୂଳ ସ୍ତରରେ କିନ୍ତୁ ଅର୍ଥର ହରିଲୁଟ ହେଉଛି । ଏହାର ଏକ ସଦ୍ୟ ଉଦାହରଣ ବିହାରରେ ଦେଖିବାକୁ ମିଳିଛି । ବିହାରର ଏକ ସ୍କୁଲରେ ଝିଅଙ୍କ ସାନିଟାରୀ ପ୍ୟାଡ ପୁଅ ମାନଙ୍କୁ ପ୍ରଦାନ କରାଯାଇଛି । ଏହି ଦୁର୍ନୀତି ୨୦୧୬-୧୭ ମସିହାରେ ହୋଇଥିବା ବେଳେ ବର୍ତ୍ତମାନ ଏହା ସାମ୍ନାକୁ ଆସିଛି ।

ଶରନ ବ୍ଲକର ମାଞ୍ଝି ଅଞ୍ଚଳ ଅନ୍ତର୍ଗତ ହଲକୋରୀ ଶାହ ହାଇସ୍କୁଲରେ ଏହି ଅନିୟମିତତା ହୋଇଥିଲା । ସାନିଟାରୀ ପ୍ୟାଡ ବାବଦରେ ଜଣଙ୍କୁ ୧୫୦ ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥିଲା । ଏପରିକି ଏହି କୋ ଏଡ୍ ସ୍କୁଲରେ ପଢୁଥିବା ପୁଅ ମାନଙ୍କୁ ମଧ୍ୟ ଏହି ଅର୍ଥ ପ୍ରଦାନ କରାଯାଇଥିଲା । ସ୍କୁଲର ପ୍ରଧାନ ଶିକ୍ଷକ ଏବଂ ଡିଇଓ ଏହି ଦୁର୍ନୀତିରେ ସମ୍ପୃକ୍ତ ଥିବା ଜଣାପଡିଛି । ଏହି ମାମଲା ସାମ୍ନାକୁ ଆସିବା ପରେ ଏହାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି । ଏକ ଦୁଇ ଜଣିଆ କମିଟି ଏହି ମାମଲାର ତଦନ୍ତ କରିବ ।

Get real time updates directly on you device, subscribe now.